Puri News: ଲଜ୍ଜା, ପିଲାଙ୍କ ପାଇଁ ଆସିଥିବା ପଢା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ସ୍କୁଲ ଶିକ୍ଷକ
Advertisement

Puri News: ଲଜ୍ଜା, ପିଲାଙ୍କ ପାଇଁ ଆସିଥିବା ପଢା ବହିକୁ ବିକ୍ରି କରୁଥିବା ବେଳେ ଧରାପଡ଼ିଲେ ସ୍କୁଲ ଶିକ୍ଷକ

Puri News News In Odia: ବହି ବିକ୍ରି କରି ହରଡଘଣାରେ ଶିକ୍ଷକ(teacher )। ପିଲାମାନଙ୍କ ବହିକୁ (text books) ବସ୍ତାରେ ଭର୍ତ୍ତି କରି କବାଡିଆକୁ ଦେଉଥିବା ବେଳେ ଧରାପଡିଲେ ଶିକ୍ଷକ (teacher )। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ( puri )ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କପିଳେଶ୍ବରପୁର ପଞ୍ଚାୟତ କାଙ୍କୁଡା ଉପ୍ରା ପ୍ରାଥମିକ ବିଦ୍ୟାଳୟରେ(Kankuda Government Upper Primary School) ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Puri News News In Odia: ପିଲାଙ୍କ ପାଠପଢା (text books) ପାଇଁ ଆସିଥିବା ବହିକୁ କରାଯାଇଛି ବିକ୍ରି । ପଢାବହିକୁ ବିକ୍ରି କରି ହରଡଘଣାରେ ଶିକ୍ଷକ(teacher )। ପିଲାମାନଙ୍କ ବହିକୁ (text books) ବସ୍ତାରେ ଭର୍ତ୍ତି କରି କବାଡିଆକୁ ଦେଉଥିବା ବେଳେ ଧରାପଡିଲେ ଶିକ୍ଷକ (teacher )। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ( puri )ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କପିଳେଶ୍ବରପୁର ପଞ୍ଚାୟତ କାଙ୍କୁଡା ଉପ୍ରା ପ୍ରାଥମିକ ବିଦ୍ୟାଳୟରେ(Kankuda Government Upper Primary School) । ଏଭଳିକାଣ୍ତ ଘଟାଇଥିବା ଶିକ୍ଷକ ଜଣକ ହେଲେ ବାସୁଦେବ ସ୍ବାଇଁ (Teacher Basudev Swain) । 

ସୂଚନା ଅନୁସାରେ,ପୁରୀ ( puri ) ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ କପିଳେଶ୍ବରପୁର ପଞ୍ଚାୟତ କାଙ୍କୁଡା ଉପ୍ରା ପ୍ରାଥମିକ (Kankuda Government Upper Primary School)  ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ବାସୁଦେବ ସ୍ବାଇଁ (Teacher Basudev Swain)।  ଏବେ ଖରାଛୁଟି ଥିବାରୁ ସ୍କଲ ବନ୍ଦ ରହିଛି । ପିଲାମାନେ ବିଦ୍ୟାଳୟ ଯାଉ ନାହାଁନ୍ତି କିନ୍ତୁ ଶିକ୍ଷକମାନେ  (Teacher)ବିଦ୍ୟାଳୟରେ କାମ କରୁଛନ୍ତି । ଏହାରେ ସୁଯୋଗ ଦେଖି ଗୁରୁବାର ଅପରାହ୍ନ ସମୟରେ ବିଦ୍ୟାଳୟକୁ ଏକ କବାଡିଆ ବାଲକୁ ଡାକି ସ୍କୁଲରେ ସରକାରଙ୍କ ତରଫରୁ ଆସିଥିବା ବହିକୁ ବିକ୍ରି କରିଦେଇଥିଲେ ଶିକ୍ଷକ ବାସୁଦେବ। ଶିକ୍ଷକ ବିକ୍ରି କରିଦେଇଥିବା ବହି ଗୁଡିକୁ ନେଇ କବାଡିଆ ଜଣକ ନେଇ ଯାଉଥିବା ବେଳେ ସେନ୍ଦେହ କରି ଘେରି ଯାଇଥିଲେ ଗ୍ରାମବାସୀ । ପରେ କବାଡିଆଙ୍କୁ ଗାଡିରେ ନଦି ଥିବା ବସ୍ତାରେ କଣ ଅଛି ବୋଲି ଗ୍ରାମବାସୀ ପଚାରିଥିଲେ। କିନ୍ତୁ କବାଡିଆ ଜଣକ ସେଥିରେ ଅନାବନା କାଗଜପତ୍ର ଥିବା କହି ସେଠାରୁ ଚାଲିଯାଉଥିଲା । କିନ୍ତୁ ଗ୍ରାମବାସୀ କବାଡିଆକୁ କାବୁ କରି ନେଇଥିଲେ । ଏବଂ ବସ୍ତାରେ ଥିବା ସମସ୍ତ ବହି ଗୁଡିକ ବାହାର କରିଥିଲେ । ବହି ଗୁଡିକ ପୁରା ନୂଆ ଥିବା ଦେଖିବାକୁ ମିଳିଥିଲା ।

Also Read: Weather Update: ତାତିରୁ ମିଳିବ ତ୍ରାହି! ଆଜି ଏହି ସବୁ ଜିଲ୍ଲାରେ ଛେଚିବ ବର୍ଷା

Also Read: Filmfare Awards: ଆୱାର୍ଡ ଶୋ’ରେ ଚମକିଲା ‘ଗଙ୍ଗୁବାଇ’ ଓ ‘ବଧାଇ ହୋ’, ଦେଖନ୍ତୁ ପୂରା ଲିଷ୍ଟ

ତେବେ, ଉଦ୍ଧାର ହୋଇଥିବା (text books)  ବହି ଗୁଡିକ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକ ବୋଲି ଦେଖିବାକୁ ମିଳିଛି । ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିଯୁକ୍ତ ଶିକ୍ଷକ ବାସୁଦେବ ସ୍ବାଇଁ (Teacher Basudev Swain) । ସେ କହିଛନ୍ତି, ଛାତ୍ରମାନଙ୍କୁ ବଣ୍ଟନ ପରେ କିଛି ପୁସ୍ତକ ବଳି ଯାଇଥିଲା। (text books) ସ୍କୁଲରେ ଏହା ପଡି ରହିଥିଲା। ଏ-ଗୁଡିକ କିଛି କାମରେ ଆସୁ ନଥିଲା। ମୁଁ ଭାବୁଥିଲି ,  ଏହି ବିହି(text books)  ବିକ୍ରୟରୁ ଯେଉଁ ଅର୍ଥ ଆଦାୟ ହେବ ସେଥିରେ ବିଦ୍ୟାଳୟର ମରାମତି କାମ କରାଯାଇ ଥାଆନ୍ତା । ମୋର ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । ଏହି ଘଟଣା ନେଇ ସହକାରୀ ଶିକ୍ଷା ଅଧିକାରୀ ମମତା ମିଶ୍ର କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି , ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଉପଯୁକ୍ତ ଅନୁସନ୍ଧାନ ପରେ ଶିକ୍ଷକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Also Read: Odisha News: ଆଜି ଓଡି଼ଶାରେ Vande Bharat Expressର ଟ୍ରାଏଲ ରନ୍ , ଜାଣନ୍ତୁ କେବେଠୁ ଆରମ୍ଭ ହେବ ସେବା?

Also Read:  PPF New Scheme: ଶିଶୁଙ୍କ ପାଇଁ ପ୍ରୋଭିଡେଣ୍ଡ ଫଣ୍ଡ ଆଣିଲା ଦମଦାର ସ୍କିମ, ଜାଣିନେବା ନିତ୍ୟାନ୍ତ ଜରୁରୀ