ନ୍ୟାୟ ପାଇଁ ଶହେ କିଲୋମିଟର ଯାତ୍ରା କଲେ ଦିବ୍ୟାଙ୍ଗ
Advertisement

ନ୍ୟାୟ ପାଇଁ ଶହେ କିଲୋମିଟର ଯାତ୍ରା କଲେ ଦିବ୍ୟାଙ୍ଗ

ନ୍ୟାୟ ପାଇଁ ଶହେ କିଲୋମିଟର ଯାତ୍ରା କଲେ ଦିବ୍ୟାଙ୍ଗ। ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକର ଦିବ୍ୟାଙ୍ଗ ମନୋଜ, ଜିଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଶହେ କିଲୋମିଟର ଯାତ୍ରା କରିଛନ୍ତି । ନ୍ୟାୟ ପାଇଁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଦିବ୍ୟାଙ୍ଗ ମନୋଜ।

ନ୍ୟାୟ ପାଇଁ ଶହେ କିଲୋମିଟର ଯାତ୍ରା କଲେ ଦିବ୍ୟାଙ୍ଗ

ସମ୍ବଲପୁର: ନ୍ୟାୟ ପାଇଁ ଶହେ କିଲୋମିଟର ଯାତ୍ରା କଲେ ଦିବ୍ୟାଙ୍ଗ। ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକର ଦିବ୍ୟାଙ୍ଗ ମନୋଜ, ଜିଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଶହେ କିଲୋମିଟର ଯାତ୍ରା କରିଛନ୍ତି । ନ୍ୟାୟ ପାଇଁ ଆଜି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଦିବ୍ୟାଙ୍ଗ ମନୋଜ।

ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକର ଦିବ୍ୟାଙ୍ଗ ମନୋଜ। ଏକ ଛୋଟ ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। କିନ୍ତୁ ପଡୋଶୀ ଘରର ପାଇଖାନା ପାଣି ତାଙ୍କ ଘର ଏବଂ ଦୋକାନ ସମ୍ମୁଖରେ ଯାଉଥିବାରୁ ପୁତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ସେମାନଙ୍କ  ପରିବାର ଲୋକେ ମଧ୍ୟ ସେହି ପାଣିକୁ ମାଡି ଯିବା ସହ ଦୁର୍ଗନ୍ଧରେ ଅଞ୍ଚଳ ଫାଟି ପଡୁଛି। ସେଥିପାଇଁ ତାଙ୍କ ଦୋକାନକୁ ମଧ୍ୟ ଲୋକେ ଆସୁ ନ ଥିବାର ଅଭିଯୋଗ କରିଛନ୍ତି ମନୋଜ। ନାକଟିଦେଉଳ ଅଞ୍ଚଳର ବାସିନ୍ଦାମାନେ ମଧ୍ୟ କହିଛନ୍ତି ଯେ ଡ୍ରେନ ତିଆରି ହୋଇଗଲେ ସମସ୍ୟାର ସମାଧାନ ହୋଇଯିବ। କିନ୍ତୁ ଏହି ଦିବ୍ୟାଙ୍ଗ ଦୀର୍ଘ ଦିନ ହେବ ସମସ୍ତ ଅଫିସ ଥାନା ବୁଲି ବୁଲି ନିରାଶ ହେବା ପରେ କେହି ଶୁଣୁ ନ ଥିବାର ଅଭିଯୋଗ କରିଛନ୍ତି।

ମନୋଜଙ୍କ ଘର ସାମନାରେ ପଡୋଶୀ ଘରର ପାଇଖାନା ପାଣି ଆସି ଜମା ହେବା ସହ ଏକ ଦୁର୍ଗନ୍ଧମୟ ପରିସ୍ଥିତି ସୃଷ୍ଟି କରୁଛି । ମନୋଜ ଏକ ଛୋଟ ବ୍ୟବସାୟ କରିଛନ୍ତି । ମଇଳା ଓ ଦୁର୍ଗନ୍ଧ ପାଇଁ ତାଙ୍କ ଦୋକାନକୁ ମଧ୍ୟ କେହି ଆସୁନାହାନ୍ତି । BDO, ତହସିଲଦାର, ଥାନା ସହ ସ୍ଥାନୀୟ ରେଢ଼ାଖୋଲ ବିଧାୟକ, ସମ୍ବଲପୁର ସାଂସଦ, ସବୁଆଡେ ବୁଲି ବୁଲି ନିରାଶ ହେବା ପରେ ଆଜି ମନୋଜ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ତାଙ୍କୁ ସାହାଯ୍ୟ କରିବା ପାଇଁ ରେଢାଖୋଲର ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ପ୍ରଧାନ କଥା ଦେଇଥିଲେ।  

କୋରୋନା ସମ୍ବଲପୁର ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଥିବା ବେଳେ ଜଣେ ଦିବ୍ୟାଙ୍ଗ ଶହେ କିଲୋମିଟର ଯାତ୍ରା କରି ସମ୍ବଲପୁର ସହରକୁ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଁ ଦିବ୍ୟାଙ୍ଗ ବୋଲି ମୋ କଥା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ମନୋଜ ।