ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ଛେଚା ଖାଇଲେ ପଚାଶ ବର୍ଷର ରସିକିଆ ବ୍ୟକ୍ତିତ୍ୱ
Advertisement
Article Detail0/zeeodisha/odisha1178937

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ଛେଚା ଖାଇଲେ ପଚାଶ ବର୍ଷର ରସିକିଆ ବ୍ୟକ୍ତିତ୍ୱ

ପରକୀୟା ପ୍ରୀତିର କରୁଣ ପରିଣତି। ଜଣେ ପଚାଶ ବର୍ଷର ରସିକିଆ ସ୍ୱଭାବର ବ୍ୟକ୍ତିତ୍ୱ ଅନ୍ୟ ଜଣଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଘର ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ ଛେଚା ଖାଇଛନ୍ତି। 

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ଛେଚା ଖାଇଲେ ପଚାଶ ବର୍ଷର ରସିକିଆ ବ୍ୟକ୍ତିତ୍ୱ

ବାଲେଶ୍ୱର: ପରକୀୟା ପ୍ରୀତିର କରୁଣ ପରିଣତି। ଜଣେ ପଚାଶ ବର୍ଷର ରସିକିଆ ସ୍ୱଭାବର ବ୍ୟକ୍ତିତ୍ୱ ଅନ୍ୟ ଜଣଙ୍କ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଘର ଲୋକଙ୍କ ହାତରେ ଧରାପଡ଼ି ନିର୍ଧୂମ ଛେଚା ଖାଇଛନ୍ତି। ରସିକିଆ ଜଣକ ତିନୋଟି ବିବାହ କରିବା ସହ ତାଙ୍କର ପୁଅ ଝିଅ ଅଛନ୍ତି। ତଥାପି  ରଙ୍ଗ ନମ୍ବର ରେ କଥା ହୋଇ ଜଣେ ବିବାହିତା ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରୁଥିଲେ। 

ପରେ ସୁଯୋଗ ଦେଖି ମହିଳାଙ୍କ ଘରକୁ ଯାଇ ଦୁଷ୍କର୍ମ ଉଦ୍ୟମ କରିବା ବେଳେ ଧରାପଡ଼ି ଯାଇଥିଲେ। ଏହା ପରେ ମହିଳାଙ୍କ ଘର ଲୋକ ଗ୍ରାମବାସୀଙ୍କ ସହିତ ମିଶି ତାଙ୍କ ହାତ ଗୋଡ଼ ବାନ୍ଧି ମୁଣ୍ଡରୁ ଚୁଟି କାଟିବା ବୋହେ ଛେଚିଥିଲେ।  ସବୁଠୁ ରୋଚକ କଥା ହେଉଛି ରସିକିଆ ଜଣକ ଚଳିତ ନିର୍ବାଚନରେ ଏକ ପଞ୍ଚାୟତର ୱାର୍ଡ ସଦସ୍ୟ। ଏଭଳି ଘଟଣା ବାଲେଶ୍ଵର ଜିଲ୍ଳାର ବସ୍ତା ଅଞ୍ଚଳରେ ଘଟିଥିବା ବେଳେ ଏହାର ଆପୋଷ ସମାଧାନ ହୋଇଥିବା ଖବର ମିଳିଛି।।