Advertisement
Article Detail0/zeeodisha/odisha758568
Zee OdishaOdisha Stateକୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ ହୋଇଥିବା କୃଷି ବିଲକୁ ନେଇ ଦେଶରେ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧୀ ବିଲ କହି ବିରୋଧ କରିଛନ୍ତି ସମ୍ବଲପୁର କୃଷକ ସମ୍ମନ୍ୱୟ ସମିତି ।

କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଅଜୟ କୁମାର ନାଥ, ସମ୍ବଲପୁର: କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ ହୋଇଥିବା କୃଷି ବିଲକୁ ନେଇ ଦେଶରେ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧୀ ବିଲ କହି ବିରୋଧ କରିଛନ୍ତି ସମ୍ବଲପୁର କୃଷକ ସମ୍ମନ୍ୱୟ ସମିତି । ଏହି ବିଲକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଦିଆଯାଇଥିଲା

କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ ହୋଇଥିବା କୃଷି ବିଲକୁ ନେଇ ଦେଶରେ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧି ବିଲ୍ କହି ବିରୋଧ କରିଛନ୍ତି ସମ୍ବଲପୁର ଚାଷୀ ସଙ୍ଗଠନ । ଏହି ବିଲକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଆଗକୁ ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ବିଲକୁ ନେଇ ଆନ୍ଦୋଳନ ହେବା ସହ ଜାତୀୟ ସ୍ତରୀର ଆନ୍ଦେଳନର ମଧ୍ୟ ସମନ୍ୱୟ ରକ୍ଷା କରିବ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ।

ଦେଶର ପୂର୍ବରୁ APMC,CACP,FCI, state Mandi Boardର ବ୍ୟବସ୍ଥା ଥାଇ ମଧ୍ୟ ଚାଷୀ ପାଇଁ ଏମ ଏସ ପି ନିଶ୍ଚିତ ହୋଇପାରି ନ ଥିବା ବେଳେ ନୂଆ କୃଷି ଵିଲରେ ଏମ ଏସ ପି ପାଇଁ କୌଣସି ପ୍ରାବଧାନ ନାହିଁ ବୋଲି କହିଛନ୍ତି ଚାଷୀ ନେତା। ଏଭଳି ପରିସ୍ଥିତି ରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ କିପରି ପାଇବ ବୋଲି ଚାଷୀ ଚାଷୀ ପ୍ରଶ୍ନ କରିଛନ୍ତି।

Add Zee News as a Preferred Source

ମଣ୍ଡି ବ୍ୟବସ୍ଥା ଉଠିଯିବା ଦ୍ୱାରା ହଜାର ହଜାର ଘରୋଇ କ୍ରେତା ସୃଷ୍ଟି ହେବ ଓ ମୁଖ୍ୟତଃ କ୍ଷୁଦ୍ର ଓ ଗରିବ ଚାଷୀ ଉତ୍ପାଦିତ କୃଷି ସାମଗ୍ରୀର ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ରହିଥିବା ଅଭିଯୋଗ କରିଛି ଚାଷୀ । ଫଳରେ ଚାଷୀ ଅଣ୍ଡର ରେଟରେ ନିଜର କୃଷିଜାତ ଦ୍ରବ୍ୟ ବିକ୍ରି କରିବାକୁ ବାଧ୍ୟ ହେବେ । ଏହି ବିଲ ଦ୍ୱାରା ବହୁତ ଘରୋଇ କ୍ରେତା ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବାକୁ କୌଣସି ବ୍ୟବସ୍ଥା ନାହିଁ କି ଏମଏସପିରୁ କମ ଦରରେ ଦ୍ରବ୍ୟ କିଣୁଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ପାଖରେ କୌଣସି ଆଇନ ନଥିବା କୁହାଯାଇଛି। ଫଳରେ ଚାଷୀ ନିଜ ବିରୁଦ୍ଧରେ ହେଉଥିବ ଅନ୍ୟାୟ ପାଇଁ ଆଇନଗତ ଲଢେଇ କରିପାରିବେନି ଓ ସବୁ ସଙ୍ଗଠନ ଭାଙ୍ଗିଯିବ । 

ସେପଟେ ପୂର୍ବରୁ ବହୁ ବିଦେଶୀ ଆମେରିକା ଓ ୟୁରୋପୀୟ ଦେଶ ଗୁଡ଼ିକରେ ବିଫଳ ହୋଇଥିବା ଏହିପରି ଆଇନ ଭାରତରେ ବିଫଳ ହେବ ବୋଲି ଯୁକ୍ତି ବାଢିଛନ୍ତି ଚାଷୀ । ବର୍ତ୍ତମାନ ପରିସ୍ଥିତିରେ କୃଷି ବିଲ ଅନୁମୋଦନ ପାଇ ଲାଗୁ ହୋଇସାରିଥିବା ବେଳେ ଏ ଗଣଧାରଣା ଚାଷୀଙ୍କ ପାଇଁ କେତେ ସହାୟକ ହେବ ତାହାକୁ ଅପେକ୍ଷା।

About the Author