କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା
Advertisement
Article Detail0/zeeodisha/odisha892316

କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା

କୋଭିଡ କଟକଣା ଭଙ୍ଗ କରି ଗତ ବୁଧବାର ଚାଲିଥିଲା ଏକ ବାହାଘର ଭୋଜିଭାତ।

କୋଭିଡ କଟକଣା ଭାଙ୍ଗି ବାହାଘର କରି ଭରିଲେ ଜରିମାନା

ଜୟପୁର: କୋରୋନା ମହମାରୀର ଦ୍ୱିତୀୟ ଲହର ଏବେ ଚାରିଆଡେ ଚହଳ ସୃଷ୍ଟି କରିଛି। ତାକୁ ମାତ ଦେବା ପାଇଁ ସରକାର ଅନେକ କୋଭିଡ କଟକଣା ଜାରି କରିଛନ୍ତି। କେଉଁଠି ନାଇଟ କର୍ଫ୍ୟୁ ଅନ୍ୟ କେଉଁଠି ସଟ ଡାଉନ ଅଥବା ଲକଡାଉନ ଭଳି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। କୋରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଶବ ସତ୍କାର,ବିବାହ ଉତ୍ସବ ଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ କେତେକ ନିୟମ ଲାଗୁ ହୋଇଛି। 

ହେଲେ ଏହାକୁ ଭଙ୍ଗ କରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଠାରେ ଗତ ବୁଧବାର ଚାଲିଥିଲା ଏକ ବାହାଘର ଭୋଜିଭାତ। ଏହି ଭୋଜିରେ ପ୍ରାୟ ୫୦୦ ଲୋକ ରୁଣ୍ଡ ହୋଇଥିଲେ। ଏଠାରେ କୋଭିଡ ନିୟମକୁ ଖୁଲମଖୁଲା ଉଲଂଘନ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇବା ପରେ ଜୟପୁର ତହସିଲଦାର ପ୍ରଧାନ ଟୁଲି ଆମାଙ୍କ ନିର୍ଦ୍ଧେଶ କ୍ରମେ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଏବଂ ଟିମ୍ ସେଠାରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଥିଲେ ଲୋକେ। ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରି ଅଯୋଜକ ଚନ୍ଦ୍ର ହାରିଜନଙ୍କ ଠାରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଆଗକୁ ମଧ୍ୟ ନିୟଲ ଖିଲାପକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାଇଛନ୍ତି ଥାନା ଅଧିକାରୀ।