କଟକ 'ସନ୍' ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ
Advertisement

କଟକ 'ସନ୍' ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

'ସନ୍' ହସ୍ପିଟାଲ (Hospital Fire) ର ସବୁଠୁ ଉପର ମହଲାରେ ନିଆଁ ଲାଗିଛି। ବର୍ତ୍ତମାନ ସୁଦ୍ଧା ସ୍ୱଭାଗ୍ୟ ବଶତଃ ଏଥିରେ କୌଣସି ଲୋକ ହତାହତ ହୋଇନାହାନ୍ତି।

କଟକ 'ସନ୍' ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ

 

କଟକ: ଆଜି ମଧ୍ୟାହ୍ଣରେ ତୁଳସୀପୁର ନିକଟସ୍ଥ ଘରୋଇ ହସ୍ପିଟାଲ 'ସନ୍'ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା କାରଣ ଜଣାପଡିନାହିଁ। ସେପଟେ ନିଆଁଲିଭା କାର୍ଯ୍ୟରେ ୫ଟି ଦମକଳକୁ ନିୟୋଜିତ କରାଯାଇଛି।

'ସନ୍' ହସ୍ପିଟାଲ (Hospital Fire) ର ସବୁଠୁ ଉପର ମହଲାରେ ନିଆଁ ଲାଗିଛି। ବର୍ତ୍ତମାନ ସୁଦ୍ଧା ସ୍ୱଭାଗ୍ୟ ବଶତଃ ଏଥିରେ କୌଣସି ଲୋକ ହତାହତ ହୋଇନାହାନ୍ତି। ହସ୍ପିଟାଲର ଗୁରୁତର ରୋଗୀଙ୍କୁ କଟକ ବଡ ମେଡିକାଲ (SCB hospital) ଏବଂ ନିକଟସ୍ଥ ଅନ୍ୟାନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

fallback

ସେପଟେ ଘଟଣାସ୍ଥଳରେ ୫ଟି ଦମକଳ ଗାଡି (Odisha Fire Service) ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଚଳାଇଛି। କିନ୍ତୁ ନିଆଁ ଏତେ ପରିମାଣରେ ବ୍ୟାପୀ ଯାଇଛି ଯେ, ଉପର ମହଲାରୁ ପ୍ରବଳ ନିଆଁ ଓ ଧୂଆଁ ବାହାରୁଛି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ। ତେବେ ଯେଉଁଭଳି ଭାବେ ହୁ ହୁ ହୋଇ ଜଳୁଛି, ତାହାକୁ ଦେଖିଲେ ହସ୍ପିଟାଲର ବହୁତ କ୍ଷତି ହୋଇଥିବା ଅନୁମାନ କରାଯାଉଛିଯ