ଜିଲ୍ଲାରେ ଫେଲ ମାରିଛି ବସୁଧା ଯୋଜନା; ପାଣି ପାଇ ହନ୍ତସନ୍ତ ଗ୍ରାମବାସୀ
Advertisement
Article Detail0/zeeodisha/odisha1211789

ଜିଲ୍ଲାରେ ଫେଲ ମାରିଛି ବସୁଧା ଯୋଜନା; ପାଣି ପାଇ ହନ୍ତସନ୍ତ ଗ୍ରାମବାସୀ

ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଛେଳିଗଡ ଗ୍ରାମରେ ଲୋକଙ୍କ ପିଛା ଛାଡୁନି ଜଳ ସଂକଟ। ଦିନ ପ୍ରତି ଦିନ ଜନସଂଖ୍ୟା ଯେତେ ବଢିଚାଲିଛି ପାନୀୟ ଜଳର ଉତ୍କଟ ପରିସ୍ଥିତି ସେତେ ଘନେଇବାରେ ଲାଗିଛି।

ଜିଲ୍ଲାରେ ଫେଲ ମାରିଛି ବସୁଧା ଯୋଜନା; ପାଣି ପାଇ ହନ୍ତସନ୍ତ ଗ୍ରାମବାସୀ

ଗଜପତି: ଜିଲ୍ଲାରେ ଫେଲମାରିଛି ସରକାରଙ୍କ ବସୁଧା ଯୋଜନା। ସ୍ଥାନୀୟ ଲୋକଙ୍କ କାମରେ ଆସୁନି କୋଟି କୋଟି ଟଙ୍କାରେ ନିର୍ମିତ ପାନୀୟ ଜଳଯୋଗାଣ ପ୍ରକଳ୍ପ। ବିଭାଗୀୟ ଅଧିକାରୀ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ କରି ଲୋକଙ୍କୁ ଠକିଦେଇଥିବା ଅଭିଯୋଗ ହୋଇଛି। ଜଳଯୋଗାଣ ପାଇଁ ମୁଖ୍ୟ ଲାଇନରେ ନିମ୍ନମାନର ପାଇପ ବିଛାଯାଇଥିବା ଯୋଗୁଁ ବାରମ୍ବାର ଫାଟି ନଷ୍ଟ ହେଉଛି ଜଳ। ଏନେଇ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ଗୁହାରୀ ଶୁଣୁନାହାଁନ୍ତି ବିଭାଗୀୟ ଯନ୍ତ୍ରୀ। ପାଣି ପାଇ ଯିବାକୁ ପଡୁଛି ମାଇଲ ମାଇଲ ଦୂର। ହେଲେ ବସୁଧା ଯୋଜନା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରୁଛନ୍ତି ଅଞ୍ଚଳବାସୀ? ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଛେଳିଗଡ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୟନୀୟ ପରିସ୍ଥିତି। 

ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଛେଳିଗଡ ଗ୍ରାମରେ ଲୋକଙ୍କ ପିଛା ଛାଡୁନି ଜଳ ସଂକଟ। ଦିନ ପ୍ରତି ଦିନ ଜନସଂଖ୍ୟା ଯେତେ ବଢିଚାଲିଛି ପାନୀୟ ଜଳର ଉତ୍କଟ ପରିସ୍ଥିତି ସେତେ ଘନେଇବାରେ ଲାଗିଛି। ପଞ୍ଚାୟତ ନିର୍ବାଚନ ପୁର୍ବରୁ ଛେଳିଗଡ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିବା ଲକ୍ଷ୍ୟରେ ଦେଢ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦରେ ନିର୍ମାଣ କାମ ଆରମ୍ଭ ହୋଇଥିଲା ସରକାରଙ୍କ ବସୁଧା ଯୋଜନା ଅଧିନରେ ୨ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣି ଟ୍ୟାଙ୍କ୍। ହେଲେ ଉକ୍ତ ପ୍ରକଳ୍ପ ଗତ ଜାନୁଆରୀ ମାସରେ ଶେଷ ହୋଇସାରିଥିବା ବେଳେ ୨ ମାସ ତଳେ ଗ୍ରାମ୍ୟ କମିଟିକୁ ହସ୍ତାନ୍ତର ହୋଇଥିଲା। ହେଲେ ନିମ୍ନମାନର କାମ ହେତୁ ଦେଢମାସରେ ଅନେକ ଥର ପାଇପ ଫାଟିଯାଇ ନଷ୍ଟ ହେଉଛି ପାଣି। 

ଏହି ପ୍ରକଳ୍ପର ବ୍ୟୟ ରାଶି ସହ ସୁଚନା ଫଳକ ଲଗାଇବା ନିୟମ ରହିଥିଲେ ମଧ୍ୟ କୌଣସି ସୂଚନା ଫଳକ ଲଗାଯାଇନାହିଁ। ପ୍ରକଳ୍ପ ଦ୍ବାରା ଗ୍ରାମର ପ୍ରତି ଘର ଘରକୁ ପାଣି ଯୋଗାଦେବା ବ୍ୟବସ୍ଥା ରହିଥିବା ବେଳେ ଆଜକୁ ୧୦ ଦିନ ହେବ ପାଇପ ଫାଟି ଜଳଯୋଗାଣ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଯାହା ଫଳରେ ଛେଳିଗଡ ଗ୍ରାମର ଜନସାଧାରଣ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ  କିଏ ପିଲା ଛୁଆଙ୍କୁ ନେଇ ମାଇଲ ମାଇଲ ଦୂର ଯାଉଥିବା ବେଳେ ଅନ୍ୟ କେହି ବ଼ଡ ବଡ ବ୍ୟାରେଲ ଗାଡିରେ ଲୋଡ କରି ପାଣି ପାଇଁ ବୁଲିବାକୁ ପଡୁଛି ନଦୀ ନାଳ।  ଅନେକ ଲୋକ ବାଧ୍ୟ ହୋଇ ଗ୍ରାମରେ ରହିଥିବା ଆବର୍ଜନା ପରିପୂର୍ଣ୍ଣ କୁଅରୁ ଜଳସଂଗ୍ରହ କରି ଘରକୁ ନେଉଛନ୍ତି।

ଛେଳିଗଡରେ ଗ୍ରାମରେ ୫ ହଜାରରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ସର୍ବଦା ଲାଗିରହିଛି ଜଳକଷ୍ଟ। ସରକାରଙ୍କ ପକ୍ଷରୁ ଲୋକଙ୍କ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ବସୁଧା ଯୋଜନା ଆସିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାର ନିମ୍ନ ମାନର କାମକରି ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଉକ୍ତ ପ୍ରକଳ୍ପରେ ସବୁ ସ୍ଥାନରେ ଲୁହା ପାଇପ ବିଛାଯାଇଥିବାର ଉପରକୁ ଦୃଶ୍ୟମାନ ହେଉଥିବା ବେଳେ ପାଣି ଟ୍ୟାଙ୍କକୁ ସଂଯୋଗ କରୁଥିବା ମୁଖ୍ୟ ଲାଇନ ମାଟି ତଳେ ଲୁଚାଇ ପ୍ଲାଷ୍ଟିକ ପାଇପ ଲଗାଯାଇଛି। ଯାହା ଫଳରେ ପ୍ଲାଷ୍ଟିକ ପାଇପ ବାରମ୍ବାର ଫାଟିଯାଉଛି। ଏଭଳି ଦୁର୍ନୀତି କରି ଠିକାଦାର ଠକିଦେଇ ଚାଲିଯାଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ ପରେ ମଧ୍ୟ ନିଦାବିଷ୍ଣୁ ସାଜି ତ୍ରୁଟି ସଜାଡିବାକୁ ଆସୁନାହାନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରା ନ ଗଲେ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବୁ ଚେତାବନୀ ଦେଇଛନ୍ତି ଛେଳିଗଡ ଗ୍ରାମବାସୀ। ସେପଟେ ଜଳଯୋଗାଣ ସମସ୍ୟା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଛୁଟିରେ ଥିବା କହି କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି।

ଛେଳିଗଡ ଗ୍ରାମବାସୀଙ୍କ ଜଳକଷ୍ଟ ଦୂର ତଥା ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାରେ ବସୁଧା ଯୋଜନା ନିର୍ମାଣ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିଖୋର କାର୍ଯ୍ୟ ଯୋଗୁଁ ଉକ୍ତ ପ୍ରକଳ୍ପ "ସରକାର କା ମାଲ ଦରିୟା ଡାଲ" ନୀତିକୁ ପଦାରେ ପକାଉଛି। ଖବର ପ୍ରସାରଣ ପରେ ଛେଳିଗଡ ଗ୍ରାମବାସୀ କେବେ ପାଣି ପାଇପାରୁଛନ୍ତି ତାହାକୁ ଅପେକ୍ଷା।