ହସ୍ପିଟାଲରେ ମାଆ-ଛୁଆକୁ ଛାଡି ସ୍ୱାମୀ ଓ ପରିବାର ଫେରାର, କାରଣ ଜାଣିଲେ କହିବେ...
Advertisement
Article Detail0/zeeodisha/odisha1152007

ହସ୍ପିଟାଲରେ ମାଆ-ଛୁଆକୁ ଛାଡି ସ୍ୱାମୀ ଓ ପରିବାର ଫେରାର, କାରଣ ଜାଣିଲେ କହିବେ...

ସମାଜରେ କିନ୍ନରମାନଙ୍କୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି । ଯାହା ପାଇଁ ସାଧାରଣ ଲୋକଟିଏ ଆଜି ବି କିନ୍ନରଙ୍କୁ ଗ୍ରହଣ କରିପାରିନି ।

ହସ୍ପିଟାଲରେ ମାଆ-ଛୁଆକୁ ଛାଡି ସ୍ୱାମୀ ଓ ପରିବାର ଫେରାର, କାରଣ ଜାଣିଲେ କହିବେ...

ଯାଜପୁର: ପରିବାରରେ ଝିଅଟିଏ ଜନ୍ମ ନେଲେ ଘରକୁ ଲକ୍ଷ୍ମୀ ଆସଛନ୍ତି ବୋଲି କୁହାଯାଏ ।  ବାପା-ମାଆଠାରୁ ଆରମ୍ଭ କରି ପୁରା ପରିବାର ଓ ବନ୍ଧୁବର୍ଗ ସମସ୍ତେ ଖୁସିରେ ଶିଶୁକୁ ତା ନୂଆ ପରିବାରକୁ ସ୍ୱାଗତ କରିଥାନ୍ତି । ସେହିପରି ପରିବାରରେ ପୁତ୍ର ସନ୍ତାନଟି ଜନ୍ମ ନେଲେ କୂଳ ଉଦ୍ଧାର ପାଇଁ ଆଶା ବାଡ଼ିଟିଏ ମିଳିଯାଇଛି ଭାବି ପରିବାରରେ ଉତ୍ସାହର ମାହୋଲ ଖେଳିଯାଏ । କିନ୍ତୁ ବଂଶରେ ପୁଅ କିମ୍ବା ଝିଅ ନୁହେଁ ବରଂ ଜଣେ ତୃତୀୟ ଲିଙ୍ଗୀ ସନ୍ତାନ ବା କିନ୍ନର ଜନ୍ମ ହେଲେ ପରିସ୍ଥିତି ପୁରା ବଦଳିଯାଏ । ଉତ୍ସାହ ଓ ଖୁସି ତ ଦୂରରେ ଥାଉ, ପରିବାର ଲୋକେ ଛୁଆକୁ ଗ୍ରହଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଇଥାନ୍ତି  । ନିମିଷକରେ ରକ୍ତ ସମ୍ପର୍କର ସେହି ନିରିହ ନିଷ୍ପାପ ଶିଶୁକୁ ନିଜଠୁ ଏମିତି ଭାବେ ଦୂର କରିଦିଅନ୍ତି, ସତେ ଯେପରି ଏ ପୃଥିବୀ ପୃଷ୍ଠରେ ଜନ୍ମ ନେଇ ସେ ଗୋଟେ ବଡ଼ ପାପ କରି ପକାଇଛି ।

ଆମ ଦେଶରେ ତୃତୀୟ ଲିଙ୍ଗୀମାନଙ୍କୁ ସାମ୍ବିଧାନିକ ମାନ୍ୟତା ମିଳିଛି । ପୂର୍ବାପେକ୍ଷା ବର୍ତ୍ତମାନ ସମୟରେ କିନ୍ନରମାନେ ବିଭିନ୍ନ କର୍ମସଂସ୍ଥାନରେ (Working place) ଉଚ୍ଚପଦସ୍ଥ (Higher position) କର୍ମଚାରୀ ଭାବେ କାର୍ଯ୍ୟରତ ଅଛନ୍ତି । ତଥାପି ଏବେ ଏପରି ଅନେକ ସ୍ଥାନ ରହିଛି ଯେଉଁଠି କିନ୍ନରମାନେ ଆଶାନୁରୂପକ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି । ଆଜି ବି କିଛି ଲୋକ କିନ୍ନରମାନଙ୍କୁ ଗ୍ରହଣ କରିପାରିନାହାନ୍ତି । ଏହାର ଏକ ଉଦାହରଣ ଯାଜପୁରର ଏକ ଘରୋଇ ଡାକ୍ତରଖାନାରେ (Hospital) ଦେଖିବାକୁ ମିଳିଛି । ଯେଉଁଠି ନିଜ ଜନ୍ମିତ ସନ୍ତାନ କିନ୍ନର ବୋଲି ଜାଣିବା ପରେ ସ୍ତ୍ରୀ ଓ ପିଲାକୁ ଛାଡ଼ି ବାପା ଓ ତାଙ୍କ ପରିବାର ପଳାଇଛନ୍ତି ।

Also Read: ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ପଣା ସଂକ୍ରାନ୍ତି ପଛରେ ଥିବା ବୈଜ୍ଞାନିକ କାରଣ

ଡାକ୍ତରଖାନାରେ ଜନ୍ମିତ ଶିଶୁଟିକୁ ଧରି ମାଆ ନିଜ ସ୍ୱାମୀ ଓ ପରିବାରକୁ ଅନେଇ ବସିଛି । ମାତ୍ର ବାରମ୍ବାର ଖବର ଦେବା ସତ୍ତ୍ୱେ ଶିଶୁକୁ ନେବା ପାଇଁ କେହି ଆସିବାକୁ ନାରାଜ । ଏଭଳି ପରିସ୍ଥିତିରେ ଏବେ ଜନ୍ମିତ ଶିଶୁଟିର ଭାଗ୍ୟ, ଭବିଷ୍ୟତକୁ ନେଇ ମାଆ ଚିନ୍ତାରେ ପଡିଛି । ନବ ଜନ୍ମିତ ଶିଶୁଟି ପାଖରେ ଏବେ ତା'ର ମାମୁଁ ଘର ଲେକେ ଅଛନ୍ତି । ହେଲେ ନିଜ ଜନ୍ମ କଲା ବାପା ହସ୍ପିଟାଲରେ ଛାଡ଼ି ଚାଲିଯାଇଛନ୍ତି । 

ସେପଟେ ଏସମ୍ପର୍କରେ ଖବର ପାଇ ଯାଜପୁର କିନ୍ନର ସଂଘର ସଦସ୍ୟମାନେ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ସନ୍ତାନର ପରିବାର ଲୋକେ ଶିଶୁଟିକୁ ଗ୍ରହଣ କରିବାକୁ ମନା କରୁଥିବା ବେଳେ ଏହି ଘଟଣାରେ ଜିଲ୍ଲା ପ୍ରଶାସନ (District Adminstration) ହସ୍ତକ୍ଷେପ କରିବାକୁ କିନ୍ନର ସଂଘ ଦାବି କରିଛି । ଏ ନେଇ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ପରିବାର ବର୍ଗଙ୍କୁ ବୁଝାଇବାକୁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ (Collector) ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।