କୋରୋନ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଛି।
Trending Photos
କନ୍ଧମାଳ: କୋରୋନା ମହାମାରୀର ଦ୍ବିତୀୟ ଲହରୀ ଦେଶରେ ବିଭିନ୍ନ ସ୍ଥାନକୁ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି। କୋଭିଡ୧୯ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ସବୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ କନ୍ଧମାନ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ରୋକିବାକୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋରୋନ ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରାଯାଇଛି। ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ କୋରୋନା ବାବଦରେ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର ଶଶାଙ୍କ ଶେଖର ପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ମନୋଜ ପୂଜାହାରି, ଏସଆଇ ରବିନ୍ଦ୍ର ମୁଣ୍ଡାରୀ, ଥାନା ଭାରପ୍ରାପ୍ତ ଅଧିକାରି ପ୍ରଶାନ୍ତ କୁମାର ବେହେରା, ପୋଲିସ କର୍ମଚାରୀ ପ୍ରମୁଖ ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଡି ଚାଳକଙ୍କୁ କୋଭିଡ୧୯ ସମ୍ପର୍କରେ ଅବଗତ କରାଇଥିଲେ।
Also Read: Corona Outbreak: ହାଟ ବଜାର ବିକେନ୍ଦ୍ରୀକରଣ ବ୍ୟବସ୍ଥା ପୁନର୍ବାର ଲାଗୁ
କୋଭିଡ୍ ନିୟମ ଉଲଘଂନ ଅଭିଯୋଗରେ ପ୍ରଶାସନ ପକ୍ଷରୁ ଗୁରୁବାର ୨ଟି ଦୋକାନ ସିଲ୍ କରାଯାଇଥିବାବେଳେ ବିଶୃଙ୍ଖଳକାରୀଙ୍କ ନିକଟରୁ ୨୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଦିନକୁ ଦିନ ବାଲିଗୁଡ଼ା ଅଞ୍ଚଳରେ ସଂକ୍ରମଣ ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି।