ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାର ବିକଳ ଦୃଶ୍ୟ; ପୁଣି ଟର୍ଚ୍ଚ ଲଇଟରେ ହେଲା ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟାଧିକାରୀ କହିଲେ- ସବୁ ଅଛି
Advertisement
Article Detail0/zeeodisha/odisha1207656

ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାର ବିକଳ ଦୃଶ୍ୟ; ପୁଣି ଟର୍ଚ୍ଚ ଲଇଟରେ ହେଲା ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟାଧିକାରୀ କହିଲେ- ସବୁ ଅଛି

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟର୍ଚ୍ଚ ଚିକିତ୍ସାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାତପଡା ଗ୍ରାମର କୃପାସିନ୍ଧୁ ସାହୁ ଦୁର୍ଘଟଣାର ଶିକାର ହୋଇ ଶୁକ୍ରବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ସେ ଗୁରୁତର ଭାବେ କ୍ଷତାକ୍ତ ହୋଇଥିଲେ।

ଡିଜାଇନ୍ ଫଟୋ

କେନ୍ଦ୍ରାପଡା: ପୁଣି ଥରେ ସାମନାକୁ ଆସିଲା ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବାର ବିକଳ ଦୃଶ୍ୟ। ଶୁକ୍ରବାର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବିଜୁଳି ନଥିବାରୁ ମୋବାଇଲ ଟର୍ଚ୍ଚ ଲାଇଟରେ ଜରୁରୀ ଚିକିତ୍ସା କରାଯାଇଛି। କିନ୍ତୁ ହସ୍ପିଟାଲରେ ସବୁ ଆନୁସାଙ୍ଗିକ ବ୍ୟବସ୍ଥା ଥିବା ଜିଲ୍ଲା ଚିକିତ୍ସାଧିକାରୀ କହିଛନ୍ତି।

ଶୁକ୍ରବାର ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ପାଇଁ କେନ୍ଦ୍ରାପଡାର ରାଜନଗର ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିଲା। ଏହି ସମୟରେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ଟର୍ଚ୍ଚ ଲାଇଟ ଆଲୋକରେ ଚିକିତ୍ସା କରାଯାଇଛି। ଏପରିକି ସେହି ସ୍ୱଳ୍ପ ଆଲୋକରେ ତାଙ୍କ ମୁଣ୍ଡରେ ଏକାଧିକ ଷ୍ଟିଚ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

Also Read: ଚାକିରିରୁ ଏକକାଳୀନ ବିଦା ହେଲେ ଜାଲିଆ ଶିକ୍ଷକ ଦମ୍ପତି

 

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଟର୍ଚ୍ଚ ଚିକିତ୍ସାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାତପଡା ଗ୍ରାମର କୃପାସିନ୍ଧୁ ସାହୁ ଦୁର୍ଘଟଣାର ଶିକାର ହୋଇ ଶୁକ୍ରବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ସେ ଗୁରୁତର ଭାବେ କ୍ଷତାକ୍ତ ହୋଇଥିଲେ। କିନ୍ତୁ ବିଦ୍ୟୁତ କଟିଯିବାରୁ କୃପାସିନ୍ଧୁଙ୍କୁ କିଟିକିଟି ଅନ୍ଧାରରେ କେତୋଟି ମୋବାଇଲ ଲାଇଟରେ ଟିକିତ୍ସା କରାଯାଇଥିଲା। ବିଜୁଳି କଟିଯାଇଥିବାରୁ ଦୁଇ ଘଣ୍ଟା କାଳ ହସ୍ପିଟାଲର ଅନ୍ୟ ରୋଗୀମାନେ ମଧ୍ୟ ହନ୍ତସନ୍ତ ହୋଇଥିଲେ।

ଏହି ମାମଲାରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟାଧିକାରୀ ସଚିଦାନନ୍ଦ ସାହୁ କହିଛନ୍ତି ଯେ, ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜେନେରେଟର ସହ ଇନଭେଟର ମଧ୍ୟ ଅଛି। ବିଜୁଳ କଟିଲେ ମଧ୍ୟ ସେଠାରେ କୌଣସି ଅସୁବିଧା ହେବା କଥା ନୁହଁ। କିନ୍ତୁ ଏଭଳି ଘଟଣା କିପରି ଘଟିଲା ତାହାର ତଦନ୍ତ କରାଯିବ। ଏଥିରେ ଯିଏ ଦୋଷୀ ବାହାରିବେ ତାଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଆଯିବ।