ଗଣମାଧ୍ୟରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଛେଳିଟିକୁ ତାର ମାଲିକକୁ ହସ୍ତାନ୍ତର କରିଛି ବନବିଭାଗ।
Trending Photos
Odisha Forest Department: ଖଲିକୋଟ: ଜଙ୍ଗଲରୁ ଗଛ ଖାଇଦେଇଥିବା ଅଭିଯୋଗରେ ୪ ଦିନ ଧରି ବନ ବିଭାଗ ହେପାଜତରେ ଥିବା ଛେଳି ଆଜି ଛାଡ଼ ପାଇଛି। ଛେଳିକୁ ଆଜି ଦୋଷମୁକ୍ତ କରି ଛାଡିଛି ବନବିଭାଗ। ଗଣମାଧ୍ୟରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଛେଳିଟିକୁ ତାର ମାଲିକକୁ ହସ୍ତାନ୍ତର କରିଛି ବନବିଭାଗ। ଯାହାକୁ ନେଇ ଏବେ ବନବିଭାଗର ଅପାରଗତା କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଧରିଛି।
ଖଲିକୋଟ ବନାଞ୍ଚଳରୁ ଛେଳିକୁ ଗିରଫ କରାଯିବା ଘଟଣା ବେଶ କୌତୁହଳ ସୃଷ୍ଟି କରିଥିଲା। ଯେତିକି କୌତୁହଳ ସୃଷ୍ଟି କରିଥିଲା, ସେତିକି ବନ ବିଭାଗ ଉପରେ ପ୍ରଶ୍ନ ମଧ୍ୟ ସୃଷ୍ଟି କରିଥିଲା। ଗୋଟିଏ ଛେଳି ଜଙ୍ଗଲରେ ଡାଳପତ୍ର ଖାଇଲା ବୋଲି ବନବିଭାଗ ତାକୁ ଗିରଫ କରି ୪ଦିନ କାଳ ନିଜ ଅକ୍ତିଆରରେ ରଖିଥିଲା। ତେବେ ଛେଳିକୁ ଗିରଫ କରିବା ଘଟଣା ସାଧାରଣରେ ବେଶ କୌତୁହଳ ସୃଷ୍ଟି କରିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ବନ ବିଭାଗ ଛେଳିଟିକୁ ଛାଡ଼ିଥିବା ଜଣାପଡ଼ିଛି।
ଘଟଣାକୁ ୪ ଦିନ ପରେ ମଧ୍ୟ ବନ ବିଭାଗ କାର୍ଯ୍ୟାଳୟରେ ବନ୍ଧା ହୋଇ ରହିଥିଲା। ଏମିତି ଏକ ଘଟଣା ଘଟିଥିଲା ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ। ଜଙ୍ଗଲରେ ଛେଳି ଚରୁଥିବା ବେଳେ ଛେଳି ଡାଳ ଖାଇଲା ବୋଲି ଛେଳି ନେଇଗଲେ ବନ କର୍ମଚାରୀ। ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରାଷା ନୂଆପଲ୍ଲୀ ଗ୍ରାମରେ ଥିବା ଏକ ପାହଡରେ କିଛି ଲୋକ ନିଜ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ। କିନ୍ତୁ ଛେଳି ଚରିବା ବେଳେ କିଛି ଛେଳି ବନ ବିଭାଗ ବୃକ୍ଷ ରୋପଣ କରିଥିବା କିଛି ଗଛର ଡାଳକୁ ଖାଇ ଦେଇଥିଲେ।
ଆଉ ଏଥିରେ ରାଗି ଯାଇ ସେଠାରେ ଗଛ ରକ୍ଷଣ ବେକ୍ଷଣ ଦାୟିତ୍ୱରେ ଥିବା ଦୁଇ ଜଣ ବନ କର୍ମଚାରୀ ଛେଳି ଗୋଠର ଗୋଟିଏ ଛେଳିକୁ ଅଟକ ରଖିଥିଲେ ଓ ରାଗିଯାଇ ଛେଳି ଚରାଉଥିବା ଛେଳି ଗୋଠର ମାଲିକକୁ ଗାଳି ଗୁଲଜ କରିଥିଲେ। ଆଉ ସାଙ୍ଗରେ ଛେଳିଟିକୁ ନେଇଯାଇଥିଲେ। ଛେଳିଟିକୁ ଛାଡି ଦେବା ପାଇଁ ବନ କର୍ମଚାରୀଙ୍କୁ ଛେଳି ଗୋଠ ମାଲିକ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଛେଳିଟିକୁ ଛାଡି ନଥିଲେ।
୪ ଦିନ ହେଲାଣି ଛେଳିଟିକୁ ବନ କର୍ମଚାରୀ ଛେଳି ଗୋଠର ମାଲିକକୁ ଫେରାଉ ନଥିବା ବେଳେ ଛେଳିଟିକୁ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମଟମ ରୁମରେ ବନ୍ଦି କରି ରଖିଥିଲେ। ଯହା ଏବେ ଖଲ୍ଲିକୋଟ ଅଞ୍ଚଳରେ ଅଲୋଚନାର ବିଷୟ ପାଲଟିଛି। ଆମେ ବିଭିନ୍ନ ସମୟରେ ଦେଖାଇଛୁ ଖଲ୍ଲିକୋଟର ବିଭିନ୍ନ ଜଙ୍ଗଲରୁ ବାରମ୍ବାର ମୁଲ୍ୟବାନ ଶାଗୁଆନ କାଠକୁ କାଠ ମାଫିଆ କାଟି ନେଉଥିବା ବେଳେ ଆଜି ଯାଏଁ କାଠ ମାଫିଆକୁ ଧରିବାରେ ସକ୍ଷମ ହୋଇ ପାରିନି ବନ ବିଭାଗ କିନ୍ତୁ ଛେଳି ଗଛର ଡାଳ ଖାଇଦେଲା ବୋଲି ଛେଳିକୁ ନେଇ ବନ୍ଦି କରି ପୋଷ୍ଟମଟମ ରୁମରେ ରଖିବା ଏକ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି।