ଜୟପୁରରେ ମହାଜାଗତିକ ଦୃଶ୍ୟ! ଗୋଟିଏ ଟୋକେଇରେ ବିଜେଡି-ବିଜେପି-କଂଗ୍ରେସକୁ ଏକାଠି କଲା ପ୍ରଶାସନ
Advertisement
Article Detail0/zeeodisha/odisha1171774

ଜୟପୁରରେ ମହାଜାଗତିକ ଦୃଶ୍ୟ! ଗୋଟିଏ ଟୋକେଇରେ ବିଜେଡି-ବିଜେପି-କଂଗ୍ରେସକୁ ଏକାଠି କଲା ପ୍ରଶାସନ

ଶ୍ରମିକ ଦିବସ (Labour Day) ଅବସରରେ କୋରାପୁଟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଜୟପୁର ଟାଉନ ହଲରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି (Tara Prasad Bahinipati) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ (MLA Raghuram Padal) ଯୋଗଦେଇଥିଲେ।

ଜୟପୁରରେ ମହାଜାଗତିକ ଦୃଶ୍ୟ! ଗୋଟିଏ ଟୋକେଇରେ ବିଜେଡି-ବିଜେପି-କଂଗ୍ରେସକୁ ଏକାଠି କଲା ପ୍ରଶାସନ

କୋରାପୁଟ: ରବିବାର ଜୟପୁରରେ ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ଗୋଟିଏ ମଞ୍ଚରେ ବିଜେଡି, ବିଜେପି ଓ କଂଗ୍ରେସ ନେତା ଏକାଠି ହୋଇଛନ୍ତି। ଶାସକ ଓ ବିରୋଧୀ ଦଳର ଦୁଇ ଜଣ ବିଧାୟକ ସହ ସାଂସଦ ପ୍ରତିନିଧିଙ୍କୁ ଏକତ୍ରିତ କରାଇବାର ଶ୍ରେୟ ଜିଲ୍ଲା ପ୍ରଶାସନ ନିକଟକୁ ଯାଉଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ରବିବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରମିକ ଦିବସ ସହିତ ସଚେତନତା, ପଞ୍ଜିକରଣ ଓ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। 

ଶ୍ରମିକ ଦିବସ (Labour Day) ଅବସରରେ କୋରାପୁଟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଜୟପୁର ଟାଉନ ହଲରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାଯ୍ୟକ୍ରମରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି (Tara Prasad Bahinipati) ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ (MLA Raghuram Padal) ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ରାଧା ନାଥ ସାମନ୍ତରାୟ, କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ନେପାକ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ଶ୍ରମିକ ଦିବସର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। 

Also Read: International Labour Day 2022: ଶ୍ରମିକଙ୍କ ପାଇଁ ଖୁସି ଖବର, ପାଉଣା ବଢ଼ାଇଲେ ରାଜ୍ୟ ସରକାର

ସେହିପରି ଜୟପୁର ମୋଟର ଓାରକରସ ୟୁନିୟନ ତରଫରୁ ଶ୍ରମିକ ଦିବସ ପାଳିତ ହୋଇଛି। ଜେଲ ରୋଡ ଠାରେ ଥିବା ୟୁନିୟନ କାର୍ଯ୍ୟାଳୟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଯୋଗଦେଇ ମୋଟର ୟୁନିୟନର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲ। ଶ୍ରମିକ ଦିବସ ଅବସରରେ ଓଡିଶା ନିର୍ମାଣ ଶ୍ରମିକ ସଂଘ କୋରାପୁଟ ଜିଲ୍ଲା କମିଟି ତରଫରୁ ଜୟପୁର ଶ୍ରମିକ ଭବନ ଠାରେ ଏକ ବୈଠକ କରାଯାଇଛି। ବୈଠକ ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି  ସହର ପରିକ୍ରମା କରିଥିଲେ। ଏହି କାଯ୍ୟକ୍ରମରେ ଯୁଧିଷ୍ଠୀର ରାଉଳ, ପ୍ରମୋଦ ମହାନ୍ତି, ରାମ କୃଷ୍ଣ ଦାସ, ଉତ୍ତମ ମଲ୍ଲିକ ସମେତ ଶତାଧିକ ଶ୍ରମଜୀବୀ ମହିଳା ଉପସ୍ଥିତ ଥିଲେ।

fallback

ବିଶ୍ଵ ଶ୍ରମିକ ଦିବସ ଅବସରରେ ଜୟପୁରର ଶ୍ରମିକ କର୍ମଚାରୀ ଭବନ ସମ୍ମୁଖରେ ଅଧ୍ୟକ୍ଷ ରାମକଷ୍ଣ ସାହୁ ଲାଲ୍ ପତାକା ଉତ୍ତୋଳନ କରିଥିଲେ। କର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, ଦୈନିକ ଆଠ ଘଣ୍ଟା ଶ୍ରମ ସମୟ ସ୍ଥିର କରିବା ପାଇଁ ହୋଇଥିବା ସଂଗ୍ରାମରୁ ଏହି ଦିବସ ସାରା ବିଶ୍ଵର ଶ୍ରମିକମାନଙ୍କୁ ନିଜ ଅଧିକାର ହାସଲ ପାଇଁ ଲଢ଼ିବାକୁ ପ୍ରେରଣା ଦେଇଥିଲା। ଆଜି ପରିବର୍ତ୍ତିତ ପରିସ୍ଥିତିରେ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଅତି କମରେ ଚଉଦ ଘଣ୍ଟା କାମ କରିବାକୁ ପଡୁଛି, ତାହା ପୁଣି ଉଭୟ ସ୍ବାମୀ ଓ ସ୍ତ୍ରୀ ରୋଜଗାର କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହାହିଁ ହେଉଛି ପୁଞ୍ଜିବାଦୀ ଅର୍ଥନୀତିର କୁପରିଣତି। ବେକାରୀ ସମସ୍ୟାର ସମାଧାନ ପାଇଁ, ଦରଦାମ୍ ବୃଦ୍ଧି, ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସମସ୍ୟା ପାଇଁ ସଂଗ୍ରାମକୁ ଜୋରଦାର କରିବାକୁ ଶ୍ରମିକ ନେତାମାନେ ଅପିଲ କରିଥିଲେ। 

Also Read: ଖୋର୍ଦ୍ଧାର ଐତିହ୍ୟ ବରୁଣେଇ ପୀଠ: ମାଁଙ୍କ ଦର୍ଶନ ମାତ୍ରେ ପୂରଣ ହୁଏ ମନସ୍କାମନା

ସଭାରେ ରାମକୃଷ୍ଣ ସାହୁ, ପ୍ରିନ୍ସ ଖେଲାଡ଼ି, ଯୁଧିଷ୍ଟିର ରାଉଳ, ରାମକୃଷ୍ଣ ଦାସ, ପ୍ରମୋଦ କୁମାର ମହାନ୍ତି, ଶଶି ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହା ପରେ ଘରୋଇ ବସ୍ କର୍ମଚାରୀ ସଂଘ ନେତୃତ୍ବରେ ଏକ ପଟୁଆର ସହିଦ୍ ଲକ୍ଷ୍ମଣ ନାୟକଙ୍କ ପ୍ରତମୂର୍ତ୍ତିରେ ମାଲ୍ୟାର୍ପଣ କରି ସହର ପରିକ୍ରମା କରିଥିଲେ ଏବଂ ଘରୋଇ ବସ୍ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସଂଘର ଉପଦେଷ୍ଟା ପ୍ରମୋଦ କୁମାର ମହାନ୍ତି ଲାଲ୍ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ। ସୁଶାନ୍ତ ଅଧିକାରୀ, ରାଜୀବ ଟାକିରି, ପିଣ୍ଟୁ ଖୋସଲା, ସତ୍ୟବ୍ରତ ନନ୍ଦ, ରବି ଖୋସଲା ପ୍ରମୁଖ ଏହି ପଟୁଆର ଓ ସଭାର ନେତୃତ୍ବ ନେଇଥିଲେ।