International Labour Day 2022: ଶ୍ରମିକଙ୍କ ପାଇଁ ଖୁସି ଖବର, ପାଉଣା ବଢ଼ାଇଲେ ରାଜ୍ୟ ସରକାର
Advertisement
Article Detail0/zeeodisha/odisha1170221

International Labour Day 2022: ଶ୍ରମିକଙ୍କ ପାଇଁ ଖୁସି ଖବର, ପାଉଣା ବଢ଼ାଇଲେ ରାଜ୍ୟ ସରକାର

ଭାରତରେ ୧୦୨୩ ମସିହାରେ ଶ୍ରମିକ ଦିବସ ଲୋକପ୍ରିୟ ହେଲା। Labour Kisan Party of Hindustan ପ୍ରଥମେ ଏହାର ମୂଳଦୁଆ ପକାଇଥିଲା। କମରେଡ ସିଙ୍ଗାଲାଭେଲାରଙ୍କ ନେତୃତ୍ୱରେ ଶ୍ରମିକ ଦିବସକୁ ପ୍ରଥମ ଥର ଜାତୀୟ ଉତ୍ସବ ଭାବେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରମିକ ଦିବସକୁ ଜାତିୟ ଛୁଟି ଦିବସ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଥିଲା।

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ବା ମେ ଡେ। ଏହି ଅବସରରେ ରାଜ୍ୟର ଶ୍ରମିକମାନଙ୍କୁ ନବୀନ ସରକାର ଏକ ଭେଟି ଦେଇଛନ୍ତି। ଶ୍ରମିକକଙ୍କ ମହଙ୍ଗା ଭତ୍ତା ୧୧ ଟଙ୍କା ବୃଦ୍ଧି କରାଯାଇଛି। ପିଛିଲା ଭାବେ ଏହା ଗତ ଏପ୍ରିଲ ପହିଲାରୁ ଲାଗୁ ହେବ ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ପ୍ରତିବର୍ଷ ମେ ମାସର ଏକ ତାରିଖରେ International Labour Day ପାଳନ କରାଯାଏ। ବିଶ୍ୱର ସର୍ବାଧିକ ଦେଶରେ ଏହାକୁ Labour Day ବୋଲି କୁହାଯାଏ। ୧୮୮୬ ମସିହାରେ ଆମେରିକାରେ ଏକ ବଡଧରଣର ଶ୍ରମିକ ଆନ୍ଦୋଳନ ହୋଇଥିଲା। ସେଥିରେ ଶ୍ରମିକଙ୍କ କାମ କରିବା ସମୟକୁ ୧୨ ଘଣ୍ଟାରୁ ୮ ଘଣ୍ଟା କରିବାକୁ ଦାବି କରାଯାଇଥିଲା। ଶେଷରେ ଏହା ରକ୍ତାକ୍ତ ସଙ୍ଘର୍ଷର ରୂପ ନେଲା। ପୋଲିସ ଗୁଳିରେ ଅନେକ ଶ୍ରମିକ ଓ ଶ୍ରମିକ ନେତାଙ୍କ ମୃତ୍ୟୁ ହେଲା। ଆଉ ତାହାରି ସ୍ମୃତିରେ ଶ୍ରମିକ ଦିବସର ଉତ୍ପତି ହୋଇଛି।

Also Read: ଜିନ୍ସର ରଙ୍ଗ କାହିଁକି ହୋଇଥାଏ ନୀଳ? ଜାଣନ୍ତୁ ଏହା ପଛର କାରଣ

ଭାରତରେ ୧୦୨୩ ମସିହାରେ ଶ୍ରମିକ ଦିବସ ଲୋକପ୍ରିୟ ହେଲା। Labour Kisan Party of Hindustan ପ୍ରଥମେ ଏହାର ମୂଳଦୁଆ ପକାଇଥିଲା। କମରେଡ ସିଙ୍ଗାଲାଭେଲାରଙ୍କ ନେତୃତ୍ୱରେ ଶ୍ରମିକ ଦିବସକୁ ପ୍ରଥମ ଥର ଜାତୀୟ ଉତ୍ସବ ଭାବେ ପାଳନ କରାଯାଇଥିଲା। ଏହି ଅବସରରେ ଶ୍ରମିକ ଦିବସକୁ ଜାତିୟ ଛୁଟି ଦିବସ ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଦିନକୁ କାମଗାର ଦିନ, ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ, ମହାରାଷ୍ଟ୍ର ଦିବସ ଓ ଗୁଜରାଟ ଦିବସ କୁହାଯାଏ। ଆଜି ମେ ଡେରେ ବିଶ୍ୱର ଅନେକ ଦେଶ ସରକାରୀ କାର୍ଯ୍ୟାଳୟ, ଶିଳ୍ପନୁଷ୍ଠାନ, ଶିକ୍ଷାନୁଷ୍ଠାନକୁ ବନ୍ଦ କରୁଛନ୍ତି। ଏହି ଅବସରରେ ଅନେକ ସଭା ସମିତି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଦେଶ ସ୍ୱାଧିନ ହେବା ପୂର୍ବେ ଓ ପରେ ଡକ୍ଟର ବାବା ସାହେବ ଆମ୍ବେଦକର (Ambedkar) ଶ୍ରମ ଆଇନ (Labour Law) ରେ ଅନେକ ସଂସ୍କାର ଆଣିଥିଲେ। ତାଙ୍କରି ପ୍ରଚେଷ୍ଟାରେ ଭାରତରେ ଶ୍ରମିକଙ୍କ ଦୈନିକ କାର୍ଯ୍ୟ ଅବଧି ୮ ଘଣ୍ଟା ହେଲା। ଏମ୍ଲୟମେଣ୍ଟ ଏକ୍ସଚେଞ୍ଚ, ପିଏଫ୍, ଇଏସ୍ଆଇ, ମହଙ୍ଗା ଭତ୍ତା, ମହିଳା ଶ୍ରମିକ କଲ୍ୟାଣ ପାଣ୍ଠି, ମହିଳା ଓ ଶିଶୁ ଶ୍ରମିକ ସୁରକ୍ଷା ଆଇନ, ମତୃକାଳୀନ ସୁବିଧା ବିଧେୟକ, ଅର୍ଥ ଆୟୋଗ, ଇଣ୍ଡିଆ ଟ୍ରେଡ ୟୁନିଅନ ସଂଶୋଧନ ବେଧେୟକ ଆଣିବାରେ ଆମ୍ବେଦକରଙ୍କ ଅବଦାନ ରହିଛି।

ସେପଟେ ଚଳିତ Labour Dayରେ ରାଜ୍ୟ ସରକାର ଶ୍ରମିକଙ୍କୁ ଏକ ଛୋଟ ଭେଟି ଦେଇଛନ୍ତି। ଶ୍ରମିକଙ୍କ ମହଙ୍ଗା ଭତ୍ତାକୁ ୧୧ ଟଙ୍କା ବୃଦ୍ଧି କରାଯାଇଛି। ଏହା ପିଛିଲା ଭାବେ ୨୦୨୨ ଏପ୍ରିଲ ପହିଲାରୁ ଲାଗୁ ହେବ। ରାଜ୍ୟ ସର୍ବନିମ୍ନ ମଜୁରୀ ପରାମର୍ଶଦାତା ବୋର୍ଡ ପକ୍ଷରୁ ଖାଉଟି ମୂଲ୍ୟ ସୂଚୀ ଓ ସିପିଆଇକୁ ଦୃଷ୍ଟିରେ ରଖି ପରିବର୍ତ୍ତିତ ମହଙ୍ଗା ଭତ୍ତା (VDA) ପାଇଁ ପରାମର୍ଶ ଦିଆଯାଇଥିଲା। ନୂଆ ମଜୁରୀ ଅନୁସାରେ ଏବେ ଅଣକୁଶଳୀ ଶ୍ରମିକଙ୍କୁ ଦୈନିକ ୩୧୫ ଟଙ୍କା ବଦଳରେ ୩୨୬ ଟଙ୍କା ମିଳିବ। ସେହିପରି ଅର୍ଦ୍ଧକୁଶଳୀଙ୍କୁ ୩୬୬, କୁଶଳୀଙ୍କୁ ୪୧୬ ଓ ଉଚ୍ଚକୁଶଳୀଙ୍କୁ ୪୭୬ ଟଙ୍କା ମିଳିବ ବୋଲି ରାଜ୍ୟ ଶ୍ରମ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Also Read: Russia Ukraine War: ମେ ୯ ତାରିଖରେ ଫାଇନାଲ୍, ୟୁରୋପ ସହିତ ଆମେରିକା ମଧ୍ୟ ଡରି ଛାନିଆ

ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ରାଜ୍ୟରେ ଶ୍ରମିକଙ୍କୁ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଶ୍ରମିକ ଦିବସ ଉପଲକ୍ଷେ ଓଡିଶାର ଶ୍ରମଜୀବୀ ଭାଇ ଓ ଭଉଣୀ ହାର୍ଦ୍ଦିକ ଶୁଭେଚ୍ଛା। ରାଜ୍ୟକୁ ଶିଳ୍ପ ସମୃଦ୍ଧ କରି ବକାଶ ପଥରେ ଆଗେଇନେବାରେ ଶ୍ରମିକଙ୍କ ମହତ୍ୱପୂର୍ଣ୍ଣ ଅବଦାନ ରହିଛି। ସେମାନଙ୍କ କର୍ମକୌଶଳ, ନିଷ୍ଠା ଓ ଅନ୍ତରକତା ଆଗାମୀ ଦିନରେ ଓଡିଶାକୁ ଅଧିକ ବିକାଶୋନ୍ମଖୀ କରିବ ବୋଲି ଶ୍ରମ ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ରାଜ୍ୟପାଳ ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରମିକ ଦିବସର ଶୁଭେଚ୍ଛା ଜଣାଇଛନ୍ତି। 

ଅନ୍ୟପଟେ ଶ୍ରମ କମିଶନ ପକ୍ଷରୁ କୁହାଯାଇଛି ଯେ, ଶ୍ରମ ଆଇନ ହେଉଛି ଶ୍ରମିକଙ୍କ ରକ୍ଷା କବଚ। ଶ୍ରମିକଙ୍କ ଚାକିରି ସର୍ତ୍ତାବଳୀ, ମଜୁରୀ, ସାମାଜିକ ସୁରକ୍ଷା ଓ ଶ୍ରମ କଲ୍ୟାଣ ନିମନ୍ତେ ଦେଶରେ ଶ୍ରମ ଆଇନ କାର୍ଯ୍ୟକାରୀ କରୁଛି। ଓଡିଶାରେ ପ୍ରାୟ ୨୭ଟି କେନ୍ଦ୍ରୀୟ ଓ ରାଜ୍ୟଭିତ୍ତିକ ଶ୍ରମ ଆଇନ କାର୍ଯ୍ୟ କରୁଛି। ଏଗୁଡିକ ବିଷୟରେ ଜାଣିଲେ ଶ୍ରମିକମାନେ ସେମାନଙ୍କ ଆଇନଗତ ଅଧିକାର ସାବ୍ୟସ୍ତ କରି ଅନେକ ସୁବିଧା ସୁଯୋଗ ପାଇ ପାରିବେ। କିନ୍ତୁ ସଚେତନତା ଅଭାବରୁ ଆଜି ମଧ୍ୟ ଅନେକ ଶ୍ରମିକ ଶୋଷଣର ଶିକାର ହେବା ସହ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି।