Crime News: ସ୍ବାମୀ ନା ପିଶାଚ, ପ୍ରେମ ବିବାହ କରି ହାତ ଧରିଥିଲା ଆଉ...
Advertisement

Crime News: ସ୍ବାମୀ ନା ପିଶାଚ, ପ୍ରେମ ବିବାହ କରି ହାତ ଧରିଥିଲା ଆଉ...

Crime News: କଥାରେ ଅଛି ପ୍ରେମ ଶାଶ୍ବତ ପ୍ରେମ ଚିରନ୍ତନ । ପ୍ରେମ ସତ୍ଯ ସୁନ୍ଦର,ପ୍ରେମର ଫଗୁଣ  ଛୁଇଁ ଦେଇଗଲେ ପୃଥୀ ଲାଗେ ସ୍ବର୍ଗ ସମ ,ଯହିଁ ରହିଥାଏ  ସମର୍ପଣ ଭାବ । କିନ୍ତୁ ଏହି ପ୍ରେମ ଯେତେବେଳ ନିଷ୍ଠର ହୁଏ ସେତେବେଳେ ଦେଖିନାହିଁ ଭଲ ପାଇବା ଆଉ ତ୍ୟାଗ । ଭଲ ପାଇଁ ବିବାହ କରିଥିଲେ ଘର ସଂସାର ମଧ୍ୟ କରିଥିଲେ। କିନ୍ତୁ ଶେଷରେ ସ୍ବାମୀ ନିଜ ପତ୍ନୀକୁ ଶ୍ମଶାନ ନିକଟରେ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି । 

ସୌଜନ୍ୟ- ସୋସିଆଲ ମିଡିଆ

Crime News: କଥାରେ ଅଛି ପ୍ରେମ ଶାଶ୍ବତ ପ୍ରେମ ଚିରନ୍ତନ । ପ୍ରେମ ସତ୍ଯ ସୁନ୍ଦର,ପ୍ରେମର ଫଗୁଣ  ଛୁଇଁ ଦେଇଗଲେ ପୃଥୀ ଲାଗେ ସ୍ବର୍ଗ ସମ ,ଯହିଁ ରହିଥାଏ  ସମର୍ପଣ ଭାବ । କିନ୍ତୁ ଏହି ପ୍ରେମ ଯେତେବେଳ ନିଷ୍ଠର ହୁଏ ସେତେବେଳେ ଦେଖିନାହିଁ ଭଲ ପାଇବା ଆଉ ତ୍ୟାଗ । ଭଲ ପାଇଁ ବିବାହ କରିଥିଲେ ଘର ସଂସାର ମଧ୍ୟ କରିଥିଲେ। କିନ୍ତୁ ଶେଷରେ ସ୍ବାମୀ ନିଜ ପତ୍ନୀକୁ ଶ୍ମଶାନ ନିକଟରେ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଏଭଳି ଏକ ଛାତି ଥରା ଘଟଣା ଦେଥିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରିବେଡା ଗାଁରେ। ମୃତ ମହିଳା ଜଣକ ହେଲେ ମମିତା ମୁଦୁଲି (୨୦),ଅଭିଯୁକ୍ତ ସ୍ବାମୀ ହେଲା ଅଜୟ ମୁଦୁଲି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତକୁ ଗିରଫ କରିବା ସହ ଟାଙ୍ଗିଆ ଜବତ କରିଛି । 

ସୂଚନା ମୁତାବକ ଗତ ବୁଧବାର ଦିନ ଅପରାହ୍ନରେ ରେ ଖରା ଧାନ ଚାଷ କରିବା ଲାଗି ଗାଁ ନିକଟସ୍ଥ ବିଲରେ କାମ କରିବାକୁ ଯାଇଥିଲେ।  ଦିନ ସାରା ବିଲ ରେ କାମ କରି ଘରକୁ ଫେରୁଥିବା ବେଳେ କୌଣସି କଥାକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ  ଅଜୟ ଧାରୁଆ ଟାଙ୍ଗିଆରେ ପତ୍ନୀକୁ ଆକ୍ରମଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଅନ୍ୟ ପଟେ ଅଧିକ ତଦନ୍ତ ପାଇଁ କୋରାପୁଟ ର ଏକ ସାଇଣ୍ଟିପିକ୍ ଟିମ  ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଲାଇ ଥିବା ଜଣାପଡିଛି। ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ନିକଟରେ ମାଲକାନଗିରିରେ ମଧ୍ୟ ଏକ ସମାନ ଘଟଣା ଦେଖିବାକୁ ମିଳିଥିଲା । ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଥିଲା ସ୍ବାମୀ। ରାତିରେ ତରକାରୀ ରନ୍ଧାକୁ କେନ୍ଦ୍ରକରି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରଥମେ ଝଗଡା ହୋଇଥିଲା । ସକାଳୁ ଦେଖିଲା ବେଳକୁ ବିଛଣାରେ ମରିପଡିଛି ସ୍ତ୍ରୀ । ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ କୁ ଗିରଫ କରିଥିଲା ପୋଲିସ । ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଅନ୍ତର୍ଗତ ସିଙ୍ଗାନିଗୁଡା ଗାଁରେ ଘଟିଥିଲା । 

Also Read: Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା

ସୂଚନାମୁତାବକ ସେହି ଗ୍ରାମର ମଙ୍ଗୁଳୁ ମାଡ଼ି ଓ ତାଙ୍କ ପତ୍ନୀ ମାଲେ ମାଡ଼ି ଭିତରେ ରାତିରେ ତରକାରୀ ରନ୍ଧାକୁ ଝଗଡା ହୋଇଥିଲା । ଝଗଡ଼ା ପରେ ଉଭୟ ରାତିରେ ଶୋଇଯାଇଥିଲେ । ହେଲେ ରାଗରେ ସ୍ଵାମୀ ମଙ୍ଗୁଳୁ ତାର ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କରିଥିବା ଜଣାପଡିଛି। ସକାଳ ହେବାପରେ ମଧ୍ୟ ମାଲେ ନ ଉଠିବାରୁ ସମ୍ପର୍କୀୟ ମାନେ ଯାଇ ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ସେ ଉଠି ନଥିଲେ । ସ୍ଵାମୀ ମଙ୍ଗୁଳୁକୁ ଅଟକ ରଖି ପଡିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ  ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ମଙ୍ଗୁଳୁକୁ ଗିରଫ କରିଥିବାର ଜଣାପଡିଛି ।
 
କୋରାପୁଟରୁ ନିରୋଜ ଶତପଥି, ଜି ଓଡିଶା ନ୍ୟୁଜ୍