ମେଧା ପାଟେକରଙ୍କ ଓଡିଶା ଟୁର ,ଏବେ ସୁବର୍ଣ୍ଣରେଖା ବନ୍ଦର ବିରୋଧୀ ଅଭିଯାନ, ପୁଣି ଯୁଦ୍ଧଂ ଦେହି ଡାକରା
Advertisement
Article Detail0/zeeodisha/odisha1211412

ମେଧା ପାଟେକରଙ୍କ ଓଡିଶା ଟୁର ,ଏବେ ସୁବର୍ଣ୍ଣରେଖା ବନ୍ଦର ବିରୋଧୀ ଅଭିଯାନ, ପୁଣି ଯୁଦ୍ଧଂ ଦେହି ଡାକରା

(ଦିଲ୍ଲୀପ ଦାସ, ଜଳେଶ୍ଵର):-ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବେତ ଗଡିଆ ଠାରେ  ସୁବର୍ଣ୍ଣରେଖା  ବନ୍ଦର SPPL(ଟାଟା କମ୍ପାନୀ)କୁ ବିରୋଧ କରି  ଉପକୂଳ ଭିଟାମାଟି ସୁରକ୍ଷା  ସମିତିର ବିଶାଳ ଜନ ସମାବେଶ।  ନର୍ମଦା ଆନ୍ଦୋଳନର ନେତ୍ରୀ ମେଧା ପାଟେକର ଙ୍କ ସହିତ ପରିବେଶ ବିତ ପ୍ରଫୁଲ ସାମନ୍ତରାୟ,ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ  ସହିତ ବହୁ ବିଶିଷ୍ଟ ନେତା ଯୋଗ ଦେଲେ।

 

 

ମେଧା ପାଟେକରଙ୍କ ଓଡିଶା ଟୁର ,ଏବେ ସୁବର୍ଣ୍ଣରେଖା ବନ୍ଦର ବିରୋଧୀ ଅଭିଯାନ, ପୁଣି ଯୁଦ୍ଧଂ ଦେହି ଡାକରା

ସମାବେଶ ରେ ଯୋଗ ଦେଲେ ତିନି ହଜାରରୁ ଅଧିକ ଲୋକ।ବହୁ ଚର୍ଚିତ ସୁବର୍ଣ୍ଣରେଖା ବନ୍ଦର ଓ ପେଟ୍ରୋ କେମିକାଲ ନିର୍ମାଣ ବିରୋଧରେ ପୁଣି ଭିଟାମାଟି ବଞ୍ଚାଅ ଆନ୍ଦୋଳନର ଯୁଦ୍ଧଂ ଦେହି ଡାକରା। ବନ୍ଦର ଅଞ୍ଚଳ ବେତ ଗଡିଆ ପଞ୍ଚାୟତରେ ବିଶାଳ ଜନ ସମାବେଶ। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ବିଶିଷ୍ଟ ସମାଜସେବୀ ନର୍ମଦା ଆନ୍ଦୋଳନର ନେତ୍ରୀ ମେଧା ପାଟେକର ବନ୍ଦର ଓ ପେଟ୍ରୋ କେମିକାଲ ବିରୋଧରେ  ଜନ ସାଧାରଣଙ୍କୁ ଉଦ୍ବୋଧନ ଦେଲେ ।  ଗ୍ରୀନ ନୋବେଲ ବିଜେତା ବିଶିଷ୍ଟ ପରିବେଶ ବିତ ପ୍ରଫୁଲ ସାମନ୍ତରାୟ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ,ପଞ୍ଚାନନ କାନୁନ ଗୋ,ଶୁଦର୍ଶନ ଦାସଙ୍କ ସହିତ ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ମାରିବା ପଛେ ଇଂଚେ ବି ଭିଟାମାଟି ଛାଡ଼ିବୁ ନାଁହି।
ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ସମୁଦ୍ର ମୁହାଣରେ ଥିବା ଚଉମୁଖ ଠାରେ ଦେଶର ଗଭୀରତମ ସାମୁଦ୍ରିକ ବନ୍ଦର ପାଇଁ 2008ମସିହାରୁ ସରକାରୀ ପ୍ରସ୍ତୁତି ଚାଲିଥିବା ବେଳେ 2019ରେ ଚୂଡାନ୍ତ ପ୍ରସ୍ତୁତି ହୋଇ ମାନ୍ୟବର ମୁଖ୍ୟମନ୍ତୀ ଶୁଭ ଦେଇଥିଲେ। ଏବେ ଟାଟା କମ୍ପାନୀ ବନ୍ଦର ପାଇଁ ନିର୍ମାଣ ଓ ନିଯୁକ୍ତି ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରଖିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଉପକୂଳ ଭିଟାମାଟି ବଞ୍ଚାଅ କମିଟି ପକ୍ଷରୁ ବାରମ୍ବାର ବନ୍ଦର ବିରୋଧରେ ବିରୋଧ ଜାରି ରହିଛି। କୌଣସିବି ହାଲତ ରେ ସ୍ଥାନୀୟ ଅଞ୍ଚଳର ଉର୍ବର ଦୋ ଫସଲି ମାଟି, ଧାନ ପାନ ମୀନ ର ଅଞ୍ଚଳକୁ କମ୍ପାନୀକୁ  ଦିଆଯିବ ନାଁହି,ତଥା ସ୍ଥାନୀୟ ଅଞ୍ଚଳ ବାସୀ ତଥା ବିରୋଧୀ ନେତୃତ୍ୱ  ମଣ୍ଡଳୀ ବିକାଶକୁ ବିରୋଧ କରୁ ନାହାନ୍ତି, କିନ୍ତୁ ବିକାଶ ଆଳରେ ପରିବେଶ ଓ ସ୍ଥାନୀୟ ଅଞ୍ଚଳର ଜୀବନ ଜୀବିକାକୁ ବିନାଶ କରୁଥିବା ବନ୍ଦର ଓ ପେଟ୍ରୋ କେମିକାଲକୁ ସରକାର ଏଠାରୁ ନେଇ ଅନ୍ୟ ଜାଗାରେ କରିବାକୁ ନିବେଦନ କରିଛନ୍ତି।

ବାଲିଆପାଳରେ ଘାଟୀ ଆନ୍ଦୋଳନର ୩୭ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ଆଜି ଏହି ବେତଗଡିଆ ପଞ୍ଚାୟତର ନହରାଛକ ଠାରେ ଉପକୂଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ଏକ  ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି। ତେବେ ସୂଚନାରୁ ପ୍ରକାଶ ୩୭ ବର୍ଷ ପୂର୍ବେ ଦକ୍ଷିଣ ବାଲିଆପାଳର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ କ୍ଷେପଣାସ୍ତ୍ର ଘାଟୀ ହେବାର ଯୋଜନା କରି ସେତେବେଳର କେନ୍ଦ୍ର ଓ ରାଜ୍ୟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକମାନଙ୍କୁ ଭିଟାମାଟି ଛାଡ଼ିବା ପାଇଁ ବାଧ୍ୟ କରିବାରୁ ଏହାକୁ ସେତେବେଳେ ଦକ୍ଷିଣ ବାଲିଆପାଳର ଛଅଟି ପଞ୍ଚାୟତର ଜନସାଧାରଣ ଏହାକୁ ତୀବ୍ର ବିରୋଧ କରିବାରୁ ସରକାର କ୍ଷେପଣାସ୍ତ୍ର ଘାଟିର ପ୍ରକଳ୍ପରୁ ଆଜିର ଦିନରେ ଓହରି ଯାଇଥିଲେ। ଫଳରେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ବିଜୟ ହୋଇଥିଲା।ଏହି ପ୍ରକଳ୍ପକୁ ବିରୋଧକରି ବହୁ ଲୋକଙ୍କୁ ସ୍ଥାନୀୟ ପ୍ରଶାସନର ଅକ୍ରୋଶର ଶିକାର ହୋଇଥିଲେ, ତେବେ  ବହୁ ଆନ୍ଦୋଳନ କାରୀକୁ ଜେଲ୍କୁ ମଧ୍ୟ ପଠାଇଥିଲେ। ତେବେ ଶେଷରେ ଆଜିର ଦିନରେ ଆନ୍ଦୋଳନ କାରୀଙ୍କ ବିଜୟ ହୋଇଥିଲା ଓ ସରକାର ପ୍ରକଳ୍ପ କୁ ଫେରାଇ ନେବାକୁ ବାଧ୍ୟ ହୋଇଥିଲେ।
କିନ୍ତୁ ସରକାର ଏଥିରୁ କିଛି ଶିକ୍ଷା ନନେଇ ପୁଣି ସେହି ସ୍ଥାନରେ ବନ୍ଦର କରିବାକୁ ୨୦୦୯ ମସିହାରୁ ଜିଦ୍ ଧରି ବସିଛନ୍ତି।ଫଳରେ ଦକ୍ଷିଣ ବାଲିଆପାଳର ୬ଟି ପଞ୍ଚାୟତର ଲୋକେ ଭିଟାମାଟି,ଜିବିକା ହରାଇବା ଭୟରେ ପ୍ରତିବାଦ ଜାରି ରଖିଛନ୍ତି। ତେବେ ଆଜି ଉପକୂଳ ଭିଟାମାଟି ସୁରକ୍ଷା କମିଟି ପକ୍ଷରୁ ୩୭ ବର୍ଷ ତଳେ ଐତିହାସିକ ବିଜୟ ଓ ବନ୍ଦର ପାଇଁ ପୁଣି ଦେଖାଦେଇଥିବା ପ୍ରତିବାଦ ବାବଦରେ ଆଜିର ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହି ସମାବେଶରେ ହଜାର ହଜାର ଦକ୍ଷିଣ ବାଲିଆପାଳ ଜନସାଧାରଣ ଯୋଗଦାନ କରି ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।
ତେବେ ଆଜିର ସମାବେଶରେ ପ୍ରଖ୍ୟାତ ସମାଜସେବୀ,ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତ୍ରୀ ମେଧା ପାଟେକର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୋନଗୋ, ପୂର୍ବତନ ବିଧାୟକ ପ୍ରଦୀପ ପଣ୍ଡା, ଚିତ୍ତରଞ୍ଜନ ଷଡ଼ଙ୍ଗୀ, କିଶୋର ଦାସ୍, ମନୋଜ୍ ନାୟକ,ଜୟନ୍ତ ଦାସ,ଛବି ମହାନ୍ତି, ସୁଦର୍ଶନ ଦାସ, ନିଶିକାନ୍ତ ମହାପାତ୍ର,ବିଜନ ନାୟକ, ବ୍ଲକ୍ ଅଦ୍ଧକ୍ଷା ରଞ୍ଜିତା ନାୟକ ରାଜେଶ ଚୌଧୁରୀ, ବାବାଜୀ ଦେହୁରୀ ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ। ତେବେ ଉପକୂଳ ଭିଟାମାଟି ସୁରକ୍ଷା କମିଟିର ବନ୍ଦର ବିରୋଧରେ ରଣହୁଙ୍କାର କୁ ଉପସ୍ଥିତ ଥିବା ହଜାର ହଜାର ମହିଳା ଓ ପୁରୁଷ ନୈତିକ ସମର୍ଥନ ଜଣାଇଥିବାର ଦେଖାଯାଇଥିଲା।ତେବେ  ଆଜିର ଜନସମାବେଶ  ରାଜ୍ୟ ସରକାରଙ୍କ ଉପରେ କେତେ ପ୍ରଭାବ ପକାଉଛି ତାହା ଉପରେ ସମସ୍ତଙ୍କ ନଜର।