ମୋବାଇଲ ଫାଟି ନାବାଳକ ଗୁରୁତର
Advertisement
Article Detail0/zeeodisha/odisha1170096

ମୋବାଇଲ ଫାଟି ନାବାଳକ ଗୁରୁତର

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି।

ମୋବାଇଲ ଫାଟି ନାବାଳକ ଗୁରୁତର

କାମାକ୍ଷାନଗର: ମୋବାଇଲ କୁ ଚାର୍ଜ ରେ ଲଗାଇ ଗେମ ଖେଳିବା ହେଲା କାଳ। ମୋବାଇଲ ଫାଟି ନାବାଳକ ଗୁରୁତର। ଗୁରତର ନାବାଳକ ହେଲା କାମାକ୍ଷାନଗର ଥାନା ବାଙ୍ଗୁରା ଗ୍ରାମର ସଞ୍ଜୟ ଦେହୁରୀଙ୍କ ପୁଅ ଶ୍ରବଣ ଦେହୁରୀ (୧୭)। ଦିନରେ ଶ୍ରବଣ ମୋବାଇଲ କୁ ଚାର୍ଜ ଲଗାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଗେମ ଖେଳିବାରେ ବ୍ୟସ୍ତ ରହିଥିଲା। ମୋବାଇଲ ଅତ୍ୟଧିକ ଗରମ ହେବା କାରଣରୁ ଫାଟି ଯାଇଥିବା ଅନୁମାନ କରାଯାଉଛି। ଗୁରୁତର ଅବସ୍ଥାରେ ଶ୍ରବଣକୁ ବାପା ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ଶ୍ରବଣର ପେଟ ଓ ହାତରେ ମୋବାଇଲ ଫାଟିଯିବାରୁ କାଚ ସବୁ ପଶିଯାଇ ଗଭୀର ଆଘାତ ଲାଗିଛି। 

ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ବିସ୍ଫୋରଣ ହୋଇଥିବା ମୋବାଇଲ କେଉଁ କମ୍ପାନୀ ଦ୍ୱାରା ନିର୍ମିତ ତାହା ଜଣାପଡିନାହିଁ। ମୋବାଇଲ ଯୋଗେ ପାଠ ପଢିବା ସାଙ୍ଗକୁ ଗେମ ଖେଳିବାରେ ବ୍ୟସ୍ତ ରହିଥିଲା ଆହତ ହୋଇଥିବା ନାବାଳକ। ସେ ଜଣେ କଲେଜ ଛାତ୍ର ହୋଇଥିବା ଜଣାପଡିଛି। ବାଙ୍ଗୁରା ଗ୍ରାମରେ ମୋବାଇଲ ଫାଟିଥିବାରୁ ଗ୍ରାମବାସୀ ଏହାକୁ ନେଇ ଭୟଭୀତ ହୋଇଉଠିଛନ୍ତି। ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ଲୋକେ ବହୁଳ ବାବବରେ ମୋବାଇଲ ବ୍ୟବହାର କରୁଛନ୍ତି। ଯାହା ଏକ ଅତ୍ୟାବଶ୍ୟକ ଆବଶ୍ୟକତା ହୋଇପଡ଼ିଛି। 

ପ୍ରତ୍ୟେକ କାମକୁ ଘରେ ରହି ମଧ୍ୟ ମୋବାଇଲ ଜରିଆରେ ସମାଧାନ କରିପାରୁଛି। କଥା ହେବା ଠାରୁ ଆରମ୍ଭ କରି ଟଙ୍କା ପଇସା ପଠାଇବାରେ ମଧ୍ୟ ମୋବାଇଲ ଏକ ପମୁଖ ମାଧ୍ୟମ ଭାବେ ବ୍ୟବହୃତ ହେଉଛି। ଏମିତିକି ସରକାର ମଧ୍ୟ କେତେକାଂଶରେ ଆଣ୍ଡ୍ରଏଡ ମୋ୍ବାଇଲ ଧରିବାକୁ ବାଧ୍ୟତାମୂଳକ କରିସାରିଲେଣି।ଯଦି ଦେଖାଯାଏ କୋରୋନା ମହାମାରୀ ପ୍ରଭାବରୁ ସ୍କୁଲ,କଲେଜ ବନ୍ଦ ରହିବା କାରଣରୁ ପାଠପଢାରେ ବ୍ୟାଘାତ ଘଟିବା ଆଶଙ୍କାରେ ଅନଲାଇନ ଯୋଗେ ପାଠ ପଢିବାକୁ କୁହାଯାଉଛି। ଯାହା ଫଳରେ ଛୋଟଛୋଟ ପିଲା ପାଠପଢିବା ବ୍ୟତୀତ ଅଧିକାଂଶ ସମୟ ଗେମ ଖେଳିବା କିମ୍ବା ଭିଡିଓ ଦେଖିବାରେ ମୋବାଇଲ ବ୍ୟବହାର କରୁଛନ୍ତି। ମୋବାଇଲ ଚାର୍ଜ ସରିଯିବା ଭୟରେ ଅଧିକାଂଶ ସମୟ ଗେମ ଖେଳିବା ହେଉ ଅଥବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ମୋବାଇଲ ଭଳି ବୈଦ୍ୟୁତିକ ଉପକରଣକୁ ଚାର୍ଜ  ଲଗାଯାଇଇ ରଖାଯାଉଛି। ଅଭିଭାବକ ମଧ୍ୟ ଏହା ଉପରେ ଦୃଷ୍ଟି ଦେଉନଥିବାର ଦେଖିବାକୁ ମିଳିଛି। ନିଜ କାମରେ ବ୍ୟସ୍ତ ରହିବା ଯୋଗୁ ଛୋଟ ପିଲାଙ୍କୁ ମୋବାଇଲ ଦେଇ ଦେଉଛନ୍ତି। ଛୋଟ ପିଲାଙ୍କୁ ଯଥା ସମ୍ଭବ ଏହା ଠାରୁ ଦୂରେଇ ରଖିବାକୁ ବିଷେଷଜ୍ଞ ମତ ଦେଉଥିବା ବେଳେ ଅଭିଭାବକ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡ଼ିଛି।