Anant Ambani: ନିର୍ବନ୍ଧ ପରେ ଜଗାର ଦର୍ଶନ ପାଇଁ ଓଡ଼ିଶାରେ ଅନନ୍ତ ଅମ୍ବାନୀ
Anant Ambani: ବିଜନେସ ଟାଇକୋନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଆଜି ଓଡିଶା ଆସିଛନ୍ତି । ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ ଅମ୍ବାନୀ । ଆଜି ଦିନ ୩ଟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏଥିଲାଗି ବିମାନବନ୍ଦରରେ କଡା ସୁରକ୍ଷା ବଳୟରେ ସଡ଼କ ପଥରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି। ଗତକାଲି ଗୁୱାହାଟିର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ।
Trending Photos

Anant Ambani: ବିଜନେସ ଟାଇକୋନ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଆଜି ଓଡିଶା ଆସିଛନ୍ତି । ବିବାହ ପୂର୍ବରୁ ଜଗା ଦର୍ଶନ କରିବେ ଅନନ୍ତ ଅମ୍ବାନୀ । ଆଜି ଦିନ ୩ଟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଏଥିଲାଗି ବିମାନବନ୍ଦରରେ କଡା ସୁରକ୍ଷା ବଳୟରେ ସଡ଼କ ପଥରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ଭୁବନେଶ୍ଵର ଫେରି ମୁମ୍ବାଇ ଫେରିଯିବେ ବୋଲି ସୂଚନା ମିଳିଛି। ଗତକାଲି ଗୁୱାହାଟିର କାମାକ୍ଷା ପୀଠ ଯାଇ ଦର୍ଶନ କରିଥିଲେ ଅନନ୍ତ। ତେଣୁ ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ନେବାକୁ ଅନନ୍ତ ଓଡ଼ିଶା ଆସିଥିବା କୁହାଯାଉଛି । ତେବେ ,ଏହାପୂର୍ବରୁ ମଧ୍ୟ ଅମ୍ବାନୀ ପରିବାରର ବିବାହ ଉତ୍ସବ ପାଇଁ ପୁରୀ ଶ୍ରୀମନ୍ଦିର ଆସି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ ଅମ୍ବାନୀ ଦମ୍ପତି । ମହାବାହୁଙ୍କ ପାଖେ ବିବାହ କାର୍ଡ ଦେଖି ଶୁଭକାର୍ଯ୍ୟ ଆରମ୍ଭ କରିଥିଲେ ଅମ୍ବାନି ଦମ୍ପତି । ପୂର୍ବରୁ ବଡ ପୁଅ ଓ ଝିଅ ବିବାହ ଶେଷ ହୋଇଥିବା ବେଳେ ଏବେ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବେ ।
ସୂଚନା ଥାଉକି ଗୁରୁବାର(ଜାନୁଆରୀ ୧୯)ରେ ମୁମ୍ବାଇ ସ୍ଥିତ ଆଣ୍ଟିଲିଆ ବାସଭବନରେ ଦୁଇ ପରିବାରର ଉପସ୍ଥିତିରେ ପାରମ୍ପାରିକ ରୀତିନୀତିରେ ନିର୍ବନ୍ଧ ହୋଇଛି । ତେବେ ଏହି ନିର୍ବନ୍ଧରେ ବଲିଉଡ ସମେତ ବହୁ ନାମୀଦାମୀ ଲୋକେ ମଧ୍ୟ ଯୋଗ ଦେଇଥିଲେ। ବହୁତ ଜଲ୍ଦି ତାଙ୍କର ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ୨୯ ଡିସେମ୍ବର ୨୦୨୨ରେ,ସେମାନଙ୍କ ରୋକା ସେରିମନି ରାଜସ୍ଥାନର ଶ୍ରୀନାଥଜୀ ମନ୍ଦିରରେ ସମ୍ପନ୍ନ ହୋଇଛି। ତେବେ ଅନନ୍ତ ଓ ରାଧିକାଙ୍କ ବିବାହ କେବେ ହେବ,ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ସାମ୍ନାକୁ ଆସିନାହିଁ।
ଅନନ୍ତ ଅମ୍ବାନୀଙ୍କ ଭାବୀ ପତ୍ନୀ ହେଉଛନ୍ତି ରାଧିକା ମର୍ଚାଣ୍ଟ । ରାଧିକା ମର୍ଚାଣ୍ଟ ଏନକୋର ହେଲଥ କେୟାର ସିଇଓ ବିରେନ ମର୍ଚ୍ଚାଣ୍ଟ ଏବଂ ଶିଲା ମର୍ଚ୍ଚାଣ୍ଟଙ୍କ ଝିଅ । ରାଧିକାଙ୍କ ପିତା ବିରେନ ମଧ୍ୟ ଦେଶର ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ। ମୁମ୍ବଇରେ ରାଧିକାଙ୍କ ପାଠପଢା । ଏହା ପରେ ସେ ଉଚ୍ଚ ଶିକ୍ଷା ପାଇଁ ପାଇଁ ନ୍ୟୁୟର୍କ ଯାଇଥିଲେ। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ସ୍ନାତକ ହାସଲ କରିଥିବା ବେଳେ ଏନକୋର ହେଲଥ କେୟାର ନିର୍ଦ୍ଦେଶକ ମଣ୍ଡଳୀରେ କାର୍ଯ୍ୟ କରନ୍ତି । ଅତି ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ରାଧିକା ମର୍ଚାଣ୍ଟଙ୍କ ସମ୍ପତି ବିଷୟରେ କହିବାକୁ ଗଲେ ମିଡିଆ ରିପୋର୍ଟ ଅନୁଯାୟୀ ଏହା ପ୍ରାୟ ୮ରୁ ୧୦ କୋଟି ଟଙ୍କା ଅଟେ। ଅନେକ ରିପୋର୍ଟ ଅନୁଯାୟୀ, ରାଧିକାଙ୍କ ପିତାଙ୍କ ସମ୍ପତିର ମୂଲ୍ୟ ପ୍ରାୟ ୭୫୫ କୋଟି ଟଙ୍କା। ବିରେନ୍ ମର୍ଚାଣ୍ଟ ମଧ୍ୟ ଦେଶର ସବୁଠାରୁ ଧନୀ ବ୍ୟବସାୟୀମାନଙ୍କ ମଧ୍ୟରୁ ଅନ୍ୟତମ । କହିବାକୁ ଗଲେ ରାଧିକା ମର୍ଚାଣ୍ଟ ହେଉଛନ୍ତି ଏ ସମସ୍ତ ସମ୍ପତିର ଏକମାତ୍ର ଉତ୍ତର ଅଧିକାରୀ ।
More Stories