Pregnant Women Raped: ୫ ମାସର ଗର୍ଭବତୀକୁ ଦୁଷ୍କର୍ମ କରୁଥିଲା ସ୍ବାମୀ, ଭିଡିଓ ବନାଉଥିଲା ସ୍ତ୍ରୀ
Advertisement

Pregnant Women Raped: ୫ ମାସର ଗର୍ଭବତୀକୁ ଦୁଷ୍କର୍ମ କରୁଥିଲା ସ୍ବାମୀ, ଭିଡିଓ ବନାଉଥିଲା ସ୍ତ୍ରୀ

Pregnant Women Raped: ସ୍ବାମୀ ଉପରେ ରାଗ ସୁଝେଇବାକୁ ୫ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅଞ୍ଚଳରେ। ଖାଲି ଏତିକି ନୁହେଁ ଗର୍ଭବତୀଙ୍କୁ ଦୁର୍ଷ୍କମ ବେଳର ଭିଡ଼ିଓ ରେକର୍ଡ଼ କରୁଥିଲେ ଅଭିଯୁକ୍ତର ସ୍ତ୍ରୀ । ଭିଡ଼ିଓ ରେର୍କଡ଼ କରିବା ସହ ଏହାକୁ ସୋସିଆଲ ମିଡ଼ିଆରେ ସେୟାର ମଧ୍ଯ କରିଥିଲେ । 

ସୌ(ସୋସିଆଲ ମିଡିଆ)

Pregnant Women Raped: ସ୍ବାମୀ ଉପରେ ରାଗ ସୁଝେଇବାକୁ ୫ ମାସର ଗର୍ଭବତୀଙ୍କୁ ଦୁଷ୍କର୍ମ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅଞ୍ଚଳରେ। ଖାଲି ଏତିକି ନୁହେଁ ଗର୍ଭବତୀଙ୍କୁ ଦୁର୍ଷ୍କମ ବେଳର ଭିଡ଼ିଓ ରେକର୍ଡ଼ କରୁଥିଲେ ଅଭିଯୁକ୍ତର ସ୍ତ୍ରୀ । ଭିଡ଼ିଓ ରେର୍କଡ଼ କରିବା ସହ ଏହାକୁ ସୋସିଆଲ ମିଡ଼ିଆରେ ସେୟାର ମଧ୍ଯ କରିଥିଲେ । ଭିଡ଼ିଓକୁ ସେୟାର କରି ପ୍ରତିଶୋଧ ପୂରା ହୋଇଥିବା ଲେଖିଥି଼ଲେ। ତେବେ ଏହି ଘଟଣାରେ ଅଭିଯୁକ୍ତ ଓ ତା ସ୍ତ୍ରୀକୁ ବାନ୍ଧିଛି ପୋଲିସ ।

ସ୍ବାମୀ ଉପରେ ରାଗ ସୁଝାଇବାକୁ ଗର୍ଭବତୀ ସ୍ତ୍ରୀକୁ ଦୁଷ୍କର୍ମ। ଏପରି ଏକ ସ୍ପର୍ଶକାତର ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ଅଞ୍ଚଳରେ। ଏପରି କାଣ୍ତ ଘଟାଇଥିବା ୩୮ ବର୍ଷିୟ ଅଭିଯୁକ୍ତ ପେଶାରେ ଜଣେ ରାଜମିସ୍ତ୍ରୀ ଅଟନ୍ତି । ଅଭିଯୁକ୍ତ ଜଣକଙ୍କ ୫ ମାସର ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ଖାଲି ଏତିକି ନୁହେଁ ଏହି ଅମାନବୀୟ କାଣ୍ତ ବେଳେ ଅଭିଯୁକ୍ତର ସ୍ତ୍ରୀଙ୍କ ଭିଡିଓ ରେକର୍ଡ଼ ମଧ୍ଯ କରିଥିଲା । ପ୍ରକାଶଥାଉ କି, ଏହି ଅଭିଯୁକ୍ତ ଜଣଙ୍କ ଗର୍ଭବତୀ ମହିଳାଙ୍କ ପଡ଼ୋଶୀ ଅଟନ୍ତି । ଦୀର୍ଘ ଦିନରୁ ମହିଳାଙ୍କ ସ୍ବାମୀ ଓ ଅଭିଯୁକ୍ତଙ୍କ ମଧ୍ଯରେ ବିବାଦ ଲାଗି ରହିଥିଲା । ଏନେଇ ଅଭିଯୁକ୍ତ ପ୍ରତିଶୋଧ ନେବା ଲାଗି ସୁଯୋଗ ଖୋଜୁଥିଲେ । ପୀଡ଼ିତା ମହିଳାଙ୍କ ସ୍ବାମୀ ଉପରେ ଥିବା ରାଗ ସୁଝେଇବା ପାଇଁ ସେମାନେ ଗର୍ଭବତୀଙ୍କ ସ୍ବାସ୍ଥ୍ୟା ପରୀକ୍ଷା ଆଳରେ ଜିଲ୍ଲା ମୁଖ୍ୟ ଚିକିସାଳୟକୁ ନେବା ଲାଗି ଘରକୁ ଡ଼ାକିଥିଲେ । ମହିଳା ଜଣଙ୍କ ଘରକୁ ଆସିବା ପରେ ସେମାନେ ଯୋଜନା ମୁତାବାକ ତାଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବସାଇ ବରଗାଁ ଛକରୁ ନବରଙ୍ଗପୁର ଅଭିମୁଖେ ନେଇଯାଇଥିଲେ । ଏହାପରେ ଅଭିଯୁକ୍ତ ଜଣକ ଗର୍ଭବତୀଙ୍କୁ ନିଜ ମାଉସୀ ଘରକୁ ନେଇ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲା । ଆଶ୍ଟର୍ଯ୍ୟର କଥା ଦୁଷ୍କର୍ମ କରିବା ନେଇ ଅଭିଯୁକ୍ତର ସ୍ତ୍ରୀ ତାଙ୍କୁ ପ୍ରବର୍ତ୍ତାଇଥିଲା । ଖାଲି ସେତିକି ନୁହେଁ ସ୍ବାମୀ ଦୁଷ୍କର୍ମ କରିବା ସମୟରେ ଅଭିଯୁକ୍ତର ସ୍ତ୍ରୀ ଏହାକୁ ମୋବାଇଲରେ ରେର୍କଡ଼ କରିଥିଲା । ଏହାପରେ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିବା ସହ ପ୍ରତିଶୋଧ ପୂରଣ ହୋଇଥିବା ଲେଖିଥିଲେ ।

Also Read-Viral News: ରାପିଡ଼ୋ ବୁକ୍ କଲେ ଯୁବତୀ, ମେସେଜ ଆସିଲା ‘ମତେ ଭାଇ ଡ଼ାକ ନାହିଁ, ମୁଁ ତୁମ ଭାଇ ନୁହେଁ

ପୋଲିସର ସୂଚନା ଅନୁଯାୟୀ,  ଏହି ଘଟଣାଟି ଗତ ମାସ ଫେବୃଆରୀ ମାସ ୨୮ ତାରିଖର ଅଟେ । ଘଟଣା ପରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଏନେଇ ପୋଲିସକୁ ସୂଚନା ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ମାନସିକ ଚାପରେ ରହୁଥିଲେ ପୀଡି଼ତା । ପରେ କାହାକୁ କିଛି ନକହି ଆତ୍ମହତ୍ୟା ନେଇ ଉଦ୍ୟମ କରିଥିଲେ, କିନ୍ତୁ ଶାଶୁଘର ଲୋକଙ୍କ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଥିଲା । ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଇବା ସହ ଗତକାଲି ଖାତିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ ମହିଳା । ମାମଲା ରୁଜୁ ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛି ପୋଲିସ ।