Nayagarh NAC: ନୟାଗଡ଼ର ଏପରି ପରିମଳ ବ୍ୟବସ୍ଥା ଯେ ଗନ୍ଧରେ ଫାଟି ପଡ଼ୁଛି ନାକ
Advertisement

Nayagarh NAC: ନୟାଗଡ଼ର ଏପରି ପରିମଳ ବ୍ୟବସ୍ଥା ଯେ ଗନ୍ଧରେ ଫାଟି ପଡ଼ୁଛି ନାକ

ଦିନେ କି ଦୁଇ ଦିନ ନୁହେଁ ୧୩ ଦିନ ହେଲା ରାସ୍ତା ସାରା ପଡି ସଡୁଛି କୁଢ଼କୁଢ଼ ଅଳିଆ ଆବର୍ଜନା। ଆଉ ଏହି ଅଳିଆ ଆବର୍ଜନାର ପାହାଡ଼ରେ ସଢ଼ୁଛନ୍ତି ଖଣ୍ଡପଡା NACର ସହରୀ ବାସିନ୍ଦା।

Nayagarh NAC:  ନୟାଗଡ଼ର ଏପରି ପରିମଳ ବ୍ୟବସ୍ଥା ଯେ ଗନ୍ଧରେ ଫାଟି ପଡ଼ୁଛି ନାକ

Nayagarh NAC: ନୟାଗଡ଼ (ପ୍ରଶାନ୍ତ ଜେନା): ୧୩ ଦିନ ହେଲା ନୟାଗଡ଼ ଜିଲ୍ଲା ଖଣ୍ଡପଡା NACରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ୧୩ ଦିନ ହେଲା ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି। ଖଣ୍ଡପଡା ସହର ସହର ବିଭିନ୍ନ ସ୍ଥାନରେ କୁଢ଼କୁଢ଼ ଅଳିଆ ଆବର୍ଜନା ପଡିରହି ପୋଚା ସଢା ଦୁର୍ଗନ୍ଧରେ ଫାଟି ପଢୁଛି ସାରା ପରିବେଶ। ସେପଟେ ସବୁଜାଣି NAC କର୍ତ୍ତୃପକ୍ଷଙ୍କ ନିରବତା ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସଫେଇ କର୍ମଚାରୀଙ୍କ ଅଭିଯୋଗ ଯେ ୨୦ ବର୍ଷ ଧରି କାମ କରିବା ପରେ ସ୍ଥାୟୀ ନିଯୁକ୍ତି ନ ଦେଇ ପରିମଳ ବ୍ୟବସ୍ଥାକୁ ଘରୋଇକରଣ ପାଇଁ ନୋଟିସ ହୋଇଛି।

ଦିନେ କି ଦୁଇ ଦିନ ନୁହେଁ ୧୩ ଦିନ ହେଲା ରାସ୍ତା ସାରା ପଡି ସଡୁଛି କୁଢ଼କୁଢ଼ ଅଳିଆ ଆବର୍ଜନା। ଆଉ ଏହି ଅଳିଆ ଆବର୍ଜନାର ପାହାଡ଼ରେ ସଢ଼ୁଛନ୍ତି ଖଣ୍ଡପଡା NACର ସହରୀ ବାସିନ୍ଦା। NACର ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ସଫା ନହୋଇ ୧୩ଦିନ ହେଲା ସହର ମେଡ଼ିକାଲ ଛକ ରଥଗଡା ଛକ ତ୍ରିନାଥ ଛକ, ଜେଲ ଛକ, ଥାନା ଛକ ଏବଂ ବ୍ଲକ ଛକ ଆଦି ୧୩ଟି ଯାକ ୱାର୍ଡର ବିଭିନ୍ନ ସ୍ଥାନରେ ଗଦା ଗଦା ହୋଇ ପଡିରହିଛି ଅଳିଆ ଆବର୍ଜନା। 

ଦୁର୍ଗନ୍ଧମୟରେ ଫାଟିପଡୁଛି ସହର ସାରା ପରିବେଶ, ରାସ୍ତା ଉପରେ ଅଳିଆ ଗଦା ପଲଟିଛି ବୁଲା ଘାଇ ଗୋରୁ ଷଣ୍ଢ ଏବଂ ବିଷଧର ସାପ ଏବଂ ସରିସୃପଙ୍କ ଆହାର ଏବଂ ବାସସ୍ଥଳୀ। ପୋଚାସଢା ଅଳିଆ ଆବର୍ଜନାର ଦୁର୍ଗନ୍ଧ ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ଏପରି କି ରାସ୍ତା ଉପରେ ଗଦା ଗଦା ହୋଇ ଆଳିଆ ପଡିରହିଥିବାରୁ ରାତିରେ ଲୋକମାନେ ଯାତାୟାତ ବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏନଏସି କର୍ତ୍ତୃପକ୍ଷ ସହର ରୁ ଅଳିଆ ଆବର୍ଜନା ଉଠାଇବା ଆବଶ୍ୟକ ପଦକ୍ଷେପ ନ ନେବାରୁ ସହରବାସୀ ଏନଏସି କାର୍ଯ୍ୟାଳୟରେ ଅଳିଆ ପକାଇ ପ୍ରତିବାଦ କରିଛନ୍ତି।

୧୩ଟି ୱାର୍ଡକୁ ନେଇ ୧୯୮୯ ମସିହାରେ ଗଠିତ ହୋଇଥିବା ଖଣ୍ଡପଡା NACର ପରିମଳ ବ୍ୟବସ୍ଥାର ସୁଦ୍ଧାର ପାଇଁ ଘରୋଇକରଣ ପ୍ରସ୍ତାବକୁ ବିରୋଧ କରିଛନ୍ତି NACରେ ଆସ୍ଥାୟୀ ଭାବେ କାମ କରୁଥିବା ସଫେଇ କର୍ମଚାରୀ ମାନେ। ଏହାର ପ୍ରତିବାଦରେ ୧୩ ଦିନ ହେଲା NAC କାର୍ଯ୍ୟାଳୟ ସମ୍ମୁଖରେ ୨୨ ଜଣ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ କରି ଝାଡୁ ରଖି ଧାରଣରେ ବସିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ୨୦ ବର୍ଷରୁ ଅଧିକ ସମୟ ଧରି NACରେ ଅସ୍ଥାୟୀ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରିଥିବାରୁ ପରିମଳ ବ୍ୟବସ୍ଥାକୁ ଘରୋଇକରଣ ଆଳରେ କର୍ମଚାରୀଙ୍କୁ ଛଟେଇ ନୁହେଁ ବରଂ ସ୍ଥାୟୀ ନିଯୁକ୍ତି ଦିଆଯାଉ। 

ଦାବି ପୂରଣ ନ ହେବା ପ୍ରର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଧାରଣାରତ ସଫେଇ କର୍ମଚାରୀମାନେ। ଆନ୍ଦୋଳନକୁ ୧୩ ଦିନ ବିତିଲାଣି ତଥାପି ଆଲୋଚନା ପାଇଁ କାହାର ଦେଖା ନଥିବା ସେମାନେ ଅଭିଯୋଗ କରିଛନ୍ତି। ସେପଟେ ଦିନକୁ ଦିନ ସହରରେ ପରିମଳ ବ୍ୟବସ୍ଥା ବିଗୁଡୁଥିବାରୁ ଆଇନ ଅନୁଯାୟୀ ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ NAC କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ନୟାଗଡ଼ ଜିଲ୍ଲା ସହରାଞ୍ଚଳ ବିକାଶ ଅଧିକାରୀ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଖଣ୍ଡପଡା NACର ପରିମଳ ବ୍ୟବସ୍ଥାର ସୁଦ୍ଧାର ଆଣିବା ପାଇଁ ଘରୋଇକରଣ ନିମନ୍ତେ ନୋଟିସ ହୋଇଛି। ପୂର୍ବରୁ ସଫେଇ କାର୍ଯ୍ୟରେ ନିଯୁକ୍ତି ହୋଇଥିବା ସମସ୍ତ କର୍ମଚାରୀ ମାନେ ଏଥିରେ କାମ କରିବାରେ କୌଣସି ଅସୁବିଧା ନାହିଁ। ଆନ୍ଦୋଳନରୁ ଓହରି ସଫେଇ କାର୍ଯ୍ୟରେ ଯୋଗ ଦେବାପାଇଁ ସେ କହିଛନ୍ତି।

ଖଣ୍ଡପଡା NACରେ ପରିମଳ ବ୍ୟବସ୍ଥାର ଘରୋଇକରଣକୁ ବିରୋଧ କରି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ସହରର ପରିମଳ ବ୍ୟବସ୍ଥାକୁ ବିଗାଡି ଦେଇଛି। ୧୩ ଦିନ ହେଲା ଅଳିଆ ଆବର୍ଜନା ଗଦାରେ ସଢ଼ୁଛନ୍ତି ସହରବାସୀ।