କିମିଆ କଲା କାଳିଆ! ଜଗତପୁରରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, କୋଟିଏ ଟଙ୍କା ଦେବେ ପ୍ରବାସୀ ଓଡ଼ିଆ ଦମ୍ପତି
Advertisement

କିମିଆ କଲା କାଳିଆ! ଜଗତପୁରରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, କୋଟିଏ ଟଙ୍କା ଦେବେ ପ୍ରବାସୀ ଓଡ଼ିଆ ଦମ୍ପତି

ଜଗତପୁରରେ ଏକ ଜଗନ୍ନାଥ ମନ୍ଦିରଟିଏ ଗଢିବାକୁ ଡାକ୍ତର ଭାସ୍କର ମନ ବଳାଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ଅର୍ଥ ଏହି ପ୍ରବାସୀ ଓଡିଆ ଡାକ୍ତର ଦମ୍ପତି ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି। ତେବେ ମନ୍ଦିର ପାଇଁ ଆବଶ୍ୟକୀୟ ଜମି ସ୍ଥାନୀୟ ଗ୍ରାମବାସୀ ଦାନ କରିଛନ୍ତି। 

ସୌ- ସୋସିଆଲ ମିଡିଆ

ଯାଜପୁର: କିମିଆ କଲା କାଳିଆ! ମହାପ୍ରଭୁଙ୍କ ପ୍ରେମରେ ବିଭୋର ହେଲେ ପ୍ରବାସୀ ଓଡ଼ିଆ ଦମ୍ପତି। ନିଜ ଗ୍ରାମରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କରିବାକୁ ଗତ ଦୁଇ ଦିନ ତଳେ ଓଡିଆ ଦମ୍ପତି ପ୍ରତିଶୃତି ଦେଇଛନ୍ତି। ଯାଜପୁର ଜିଲ୍ଲା ବେରୁଡା ପଞ୍ଚାୟତ ଅନ୍ତର୍ଗତ ଜଗତପୁର ଗ୍ରାମରେ ଏହି ଭବ୍ୟ ଜଗନ୍ନାଥ ମନ୍ଦିରଟି ନିର୍ମାଣ ହେବ।

କାଳିଆ ପାଇଁ ଦେଉଳ ତୋଳିବାକୁ ନିଷ୍ପତ୍ତି ନେଇଥିବା ଦମ୍ପତି ହେଲେ ଡାକ୍ତର ଭାସ୍କର ଚନ୍ଦ୍ର ନାୟକ ଓ ତାଙ୍କ ପତ୍ନୀ ଇନ୍ଦ୍ରଜିତା। ଭାସ୍କରଙ୍କ ଜନ୍ମ ଯାଜପୁର ଜିଲ୍ଲା ବେରୁଡା ପଞ୍ଚାୟତ ଅନ୍ତର୍ଗତ ଜଗତପୁର ଗ୍ରାମରେ ହୋଇଥିଲା। କିନ୍ତୁ ଗତ ୪୩ ବର୍ଷ ଧରି ନ୍ୟୁୟର୍କ ସହରର ବିଭିନ୍ନ ଡାକ୍ତରଖାନାରେ ସେ ଡାକ୍ତର ଭାବରେ କାର୍ଯ୍ୟ କରୁଛନ୍ତି। ତଥାପି ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଡାକ୍ତର ଦମ୍ପତିଙ୍କ ଭକ୍ତି ଅତୁଟ ରହିଛି। 

ଏବେ ନିଜ ଗ୍ରାମ ଜଗତପୁରରେ ଏକ ଜଗନ୍ନାଥ ମନ୍ଦିରଟିଏ ଗଢିବାକୁ ଡାକ୍ତର ଭାସ୍କର ମନ ବଳାଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ଅର୍ଥ ଏହି ପ୍ରବାସୀ ଓଡିଆ ଡାକ୍ତର ଦମ୍ପତି ଯୋଗାଇଦେବାକୁ ପ୍ରତିଶୃତି ଦେଇଛନ୍ତି। ତେବେ ମନ୍ଦିର ପାଇଁ ଆବଶ୍ୟକୀୟ ଜମି ସ୍ଥାନୀୟ ଗ୍ରାମବାସୀ ଦାନ କରିଛନ୍ତି। ଗତ ଦୁଇ ତାରିଖରେ ଡାକ୍ତର ନାୟକ ଏବଂ ତାଙ୍କ ପତ୍ନୀ ଇନ୍ଦ୍ରଜିତା ଗ୍ରାମବାସୀଙ୍କ ଉପସ୍ଥିତିରେ ମନ୍ଦିର ପାଇଁ ଏକ ‘ଭୂମି ପୂଜା’ କରିଥିଲେ।

Also Read: Horoscope for 4th June 2022 : ଶନିବାର ଏହି ରାଶିରେ ଶନିଦଶା! ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ

ଡାକ୍ତର ନାୟକ କହିଛନ୍ତି 'ମୋର ପିତା ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ଥିଲେ। ସେ ଆମ ଅଞ୍ଚଳରେ ଏକ ଜଗନ୍ନାଥ ମନ୍ଦିର ପାଇବାକୁ ଇଚ୍ଛା କଲେ। ଜଗତପୁରର ଲୋକମାନେ ମଧ୍ୟ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ। ତେଣୁ ଆମେ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ। ମନ୍ଦିର ନିର୍ମାଣ ପାଇଁ ଆନୁମାନିକ ମୂଲ୍ୟ କୋଟିଏରୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ଷା ଗଲା ପରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବର୍ଷେ ମଧ୍ୟରେ ମନ୍ଦିର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି।'

ଭାସ୍କର ଚନ୍ଦ୍ର ନାୟକ ପୂର୍ବରୁ ମଧ୍ୟ ଗୋଟିଏ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ଓଡିଆ ସଂସ୍କୃତି ଓ ପରମ୍ପରାକୁ ପ୍ରଚାର କରିବା ପାଇଁ ସେ ଆମେରିକାରେ ତାଙ୍କ ପ୍ରଥମ ଜଗନ୍ନାଥ ମନ୍ଦିର ନିର୍ମାଣ କରାଇଥିଲେ।  ଭାସ୍କରଙ୍କ ମନ୍ଦିର ତୋଳିବା ନିଷ୍ପତ୍ତିକୁ ନେଇ ଜଗତପୁରବାସୀ ବେଶ ଉତ୍ସାହିତ ଅଛନ୍ତି। ଏହି ପ୍ରବାସୀ ଓଡିଆ ଦମ୍ପତିଙ୍କୁ ପ୍ରଶଂସା କରିବାସହ ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଗ୍ରାମବାସୀମାନେ ମଧ୍ୟ ପ୍ରତିଶୃତି ଦେଇଛନ୍ତି।