Sambalpur: ୫୪ ଆଇନଜୀବୀଙ୍କ ନିଲମ୍ବନ ପ୍ରତ୍ୟାହାର କଲା ବାର କାଉନସିଲ ଅଫ ଇଣ୍ଡିଆ
Advertisement
Article Detail0/zeeodisha/odisha1609636

Sambalpur: ୫୪ ଆଇନଜୀବୀଙ୍କ ନିଲମ୍ବନ ପ୍ରତ୍ୟାହାର କଲା ବାର କାଉନସିଲ ଅଫ ଇଣ୍ଡିଆ

Bar Council of India: ଚଳିତ ମାସ ୧୨ ତାରିଖରେ ଏଇ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛି ବାର କାଉନସିଲ ଅଫ ଇଣ୍ଡିଆ। ପଶ୍ଚିମ ଓଡିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବହୁ ସମୟରେ ଆନ୍ଦୋଳନ ଚାଲୁଥିଲା। ହାଇକୋର୍ଟର ଏକ ପୂର୍ଣାଙ୍ଗ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଚାଲିଆସୁଛି ଏହି ଆନ୍ଦୋଳନ। 

Sambalpur: ୫୪ ଆଇନଜୀବୀଙ୍କ ନିଲମ୍ବନ ପ୍ରତ୍ୟାହାର କଲା ବାର କାଉନସିଲ ଅଫ ଇଣ୍ଡିଆ

Bar Council of India Withdraws Suspension of 54 Advocates: ୫୪ ଜଣ ଆଇଜୀବୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବାର କାଉନସିଲ ଅଫ ଇଣ୍ଡିଆ। ଗତ ବର୍ଷ ଡିସେମ୍ବର ମାସ ୧୨ ତାରିଖରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଏକ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲା ସମ୍ବଲପୁରର ସାମାଜିକ ସଙ୍ଗଠନ ଏବଂ ଜିଲ୍ଲା ଓକିଲ ସଙ୍ଘ। ହେଲେ ସେହି ଦିନ ଆନ୍ଦୋଳନ ଦୁର୍ବାର ରୂପ ନେଇଥିଲା ଏହି ଆନ୍ଦୋଳନ। ସାଧାରଣ ଜନତା ତଥା କିନ୍ନର ଏବଂ ସାମାଜିକ ସଙ୍ଗଠନର ସଦସ୍ୟ ସଦସ୍ୟାଙ୍କ ସହ ଆଇନଜୀବୀ କୋର୍ଟ ରୁମ ଭିତରକୁ ପଶି ହିଂସାତ୍ମକ ଆଚରଣ କରିବା ସହ ବିଚାରପତିଙ୍କୁ ଅସମ୍ମାନିତ କରିଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ସମଗ୍ର ଦେଶରେ ଏକ ହଇଚଇ ପରିସ୍ଥିତି ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏଭଳି ଆଚରଣକୁ ଅନୁଧ୍ୟାନ କରି ବାର କାଉନସିଲ ଅଫ ଇଣ୍ଡିଆ ୫୪ ଜଣ ଆଇନଜୀବୀଙ୍କୁ ୧୮ ମାସ ପାଇଁ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ। 

ଚଳିତ ମାସ ୧୨ ତାରିଖରେ ଏଇ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛି ବାର କାଉନସିଲ ଅଫ ଇଣ୍ଡିଆ। ପଶ୍ଚିମ ଓଡିଶାର ଯେକୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ବହୁ ସମୟରେ ଆନ୍ଦୋଳନ ଚାଲୁଥିଲା। ହାଇକୋର୍ଟର ଏକ ପୂର୍ଣାଙ୍ଗ ବେଞ୍ଚ ପ୍ରତିଷ୍ଠା ପାଇଁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଚାଲିଆସୁଛି ଏହି ଆନ୍ଦୋଳନ। ହେଲେ ଓକିଲ ସଂଘର ଏହି ନ୍ୟାୟ ସଙ୍ଗତ ଆନ୍ଦୋଳନ ସବୁ ସୀମା ଟପିଥିଲା ଗତ ବର୍ଷ ୧୨ ଡିସେମ୍ବରରେ ହୋଇଥିବା ଆନ୍ଦୋଳନ ସମୟରେ। ଜିଲା ଦୌରା ଜଜଙ୍କୁ କୋର୍ଟ ପରିସରରୁ ବାହାରି ଯିବା ପାଇଁ ବାଧ୍ୟ କରିବା ସହ କୋର୍ଟ ଅଫିସ ଭଙ୍ଗାରୁଜା କରା ଯାଇଥିବାର ଘଟଣା ଦେଖିବାକୁ ମିଳିଥିଲା। ରେଜିଷ୍ଟ୍ରାରଙ୍କ ଅଭିଯୋଗ ଆଧାରରେ ପୋଲିସ ଘଟଣାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ ରହିଥିବା ୫୪ ଜଣ ଆଇନଜୀବୀଙ୍କ ସୂଚୀ ବାହାର କରିବା ସହ ଗିରଫ ପ୍ରକ୍ରିୟା ଆରମ୍ଭ କରିଥିଲା। 

ପ୍ରଥମ ପର୍ଯ୍ୟାୟରେ ଜଣ ଓକିଲଙ୍କ ସହ ଜଣେ ଓକିଲ ସଂଘ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯେଉଁ ଆଇନଜୀବୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା ସେମାନଙ୍କ ବାର୍ ଲାଇସେନ୍ସ ୧୮ ମାସ ପର୍ଯ୍ୟନ୍ତ ବାତିଲ କରିଥିଲା ବାର କାଉନସିଲ୍ ଅଫ ଇଣ୍ଡିଆ। ଦୀର୍ଘ ଦୁଇ ମାସ କାରାଗାରରେ ରହିବା ପରେ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ। ଗତ ଜାନୁଆରୀ ୨୫ ତାରିଖରେ ବାର କାଉନସିଲ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସମ୍ବଲପୁର ଗସ୍ତ କରି ଜିଲ୍ଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜିଲା ଦୌରା ଜଜ ଏବଂ ସମ୍ବଲପୁର ଓକିଲ ସଂଘର କିଛି ସଦସ୍ୟଙ୍କୁ ସାକ୍ଷାତ କରି ରିପୋର୍ଟ ଦେବା ପରେ ୫୪ ଜଣ ଆଇନଜୀବୀଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିଛି ବାର କାଉନସିଲ ଅଫ ଇଣ୍ଡିଆ। 

ଏହି ନିଲମ୍ବନ ପ୍ରତ୍ୟାହାର ରିପୋର୍ଟ ପ୍ରକାଶ ପାଇବା ପରେ ସର୍ବସାଧାରଣରେ ଖୁସି ଦେଖାଦେଇଥିବା ବେଳେ କେହି କେହି ଏହି ନିର୍ଦେଶ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେମାନେ କହିଛନ୍ତି ଯେ ଆଗକୁ ବାର କାଉନସିଲ ନିର୍ବାଚନ ରହିଥିବା କାରଣରୁ ଏଭଳି ପଦକ୍ଷେପ ନିଆ ଯାଇଛି। ଯଦି ସେମାନଙ୍କ ଉପରେ ନିଲମ୍ବନ ଆଦେଶ ରହିଥାନ୍ତା ତାହେଲେ ବାର କାଉନସିଲ ନିର୍ବାଚନ ଉପରେ ଏହାର ପ୍ରଭାବ ପଡିଥାନ୍ତା। ଯାହା ହେଉ ଏହା ହେଉଛି ଆଇନଜୀବୀଙ୍କ ଜୀବନ ଜୀବିକା କଥା। ବାର କାଉନସିଲ୍ ଅଫ ଇଣ୍ଡିଆ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇଥିବା କାରଣରୁ ତାଙ୍କ ଉପରେ ସେମାନେ ଖୁସି ହୋଇଥିବା କହିଛନ୍ତି ସାଧାରଣ ଜନତା।