Sambalpur Communal Clash: ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ହସ୍ତକ୍ଷେପ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି
Advertisement
Article Detail0/zeeodisha/odisha1664823

Sambalpur Communal Clash: ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ହସ୍ତକ୍ଷେପ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି

Sambalpur Communal Riot: ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ହସ୍ତକ୍ଷେପ କରିବାକୁ   କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅନୁରୋଧ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। 

Sambalpur Communal Clash: ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ ହସ୍ତକ୍ଷେପ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି

Odisha BJP President Manmohan Samal: ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁର ଠାରେ ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗା ଘଟଣାରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଦାବି କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅନୁରୋଧ ଜଣାଇଛନ୍ତି ରାଜ୍ୟ ସଭାପତି। ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ସାମ୍ପ୍ରଦାୟିକ ହିଂସାକାଣ୍ଡ ଏବଂ ଗଣ୍ଡଗୋଳ ହୋଇଯାଇଥିଲା। ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। 

ଏପରିକି ହିଂସାକାଣ୍ଡ ବେଳେ ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଏବଂ ବେସରକାରୀ ସମ୍ପତ୍ତି ପୋଡ଼ି ଦିଆଗଲା। ହନୁମାନ ଜୟନ୍ତୀ ଦିନ ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଗଲା ଏବଂ ସଂଖ୍ୟାଧିକ ସାଧାରଣ ଜନତା ଆହତ ହୋଇଥିଲେ। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ସାମ୍ପ୍ରଦାୟିକ ଗଣ୍ଡଗୋଳ କାରଣରୁ ହିଂସାକାଣ୍ଡ ଘଟିଯାଇଥିଲା। ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ସହିତ ନିନ୍ଦନୀୟ। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସାମ୍ପ୍ରଦାୟିକ ଦଙ୍ଗା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

ସାଂସଦ ଏବଂ ବିଧାୟକଙ୍କ ସ୍ୱାକ୍ଷରିତ ଚିଠି ଜରିଆରେ ଘଟଣା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ବିସ୍ତୃତ ଭାବରେ ଅବଗତ କରାଯାଇଛି। ହନୁମାନ ଜୟନ୍ତୀରେ ହିଂସା ଆଶଙ୍କା କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୫ ତାରିଖ ଦିନ ସମସ୍ତ ରାଜ୍ୟକୁ ସଚେତନ ରହିବା ପାଇଁ ନିର୍ଦେଶାବଳୀ ଜାରୀ କରାଯାଇଥିଲା। ମାତ୍ର ହନୁମାନ ଜୟନ୍ତୀ ଶୋଭାଯାତ୍ରା ଏବଂ ଯାତ୍ରାର ପୂର୍ବଦିନ ଦଙ୍ଗା ଏବଂ ଗଣ୍ଡଗୋଳ ଘଟିବାର ଆଶଙ୍କାକୁ ଜାଣିନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଗୁଇନ୍ଦା ବ୍ୟବସ୍ଥାକୁ ପଦାରେ ପକାଇଛି। ଆଇନ ଶୃଙ୍ଖଳା ନାମରେ ବର୍ତମାନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି। ତୁରନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସମ୍ବଲପୁର ଉପରେ ଦୃଷ୍ଟି ଦେଇ ସ୍ଥିତିକୁ ସୁଧାରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି ଅନୁରୋଧ କରିଛି ରାଜ୍ୟ ବିଜେପି। 

ସାମ୍ପ୍ରଦାୟିକ ଦଙ୍ଗା ଘଟଣା ପରେ ସମ୍ବଲପୁର ସହରରେ କର୍ଫ୍ୟୁ ଲଗାଇ ଦିଆଯିବା ସହ ଇଣ୍ଟରନେଟ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ସ୍ଥିତି ସୁଧୁରିବା ପରେ ଲଗାଯାଇଥିବା କର୍ଫ୍ୟୁ କୋହଳ କରିଦିଆ ଯାଇଥିଲା। ପରିସ୍ଥିତି ସୁଧୁରିବା ପରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କର୍ଫ୍ୟୁ ସମୟକୁ କୋହଳ ସମୟ ବୃଦ୍ଧି କରାଯାଇଥିଲା। ପ୍ରାୟ ସାଢ଼େ ୬ ଘଣ୍ଟା ଧରି କର୍ଫ୍ୟୁ ସମୟକୁ କୋହଳ କରାଯାଇଥିଲା। କର୍ଫ୍ୟୁ ସକାଳ ସାଢ଼େ ସାତଟାରୁ ସାଢେ ଏଗାରଟା ପର୍ଯ୍ୟନ୍ତ ୪ ଘଣ୍ଟା ଏବଂ ଦିନ ସାଢ଼େ ତିନିଟାରୁ ଛଅଟା ପର୍ଯ୍ୟନ୍ତ ଅଢ଼େଇ ଘଣ୍ଟା କୋହଳ ରହିବ। ଏହି ସମୟ ଭିତରେ ଲୋକେ ବାହାରେ ଚଳପ୍ରଚଳ କରିପାରିବେ। ସାଧାରଣ ଲୋକଙ୍କ ଜୀବନଯାତ୍ରାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ। 

ସେପଟେ ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ୧୨ ତାରିଖରେ ହୋଇଥିବା ପଥରମାଡ଼ ପାଇଁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୪ ତାରିଖରେ ଦୋକାନ ଭଙ୍ଗାରୁଜା ପାଇଁ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ମୋଟ୍ ଗିରଫଦାରୀ ସଂଖ୍ୟା ୮୫ ହୋଇଛି। ହେଲେ ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା କର୍ଫ୍ୟୁ ପରଠୁ ସୁଧୁରୁଛି ସମ୍ବଲପୁର ସହରର ସ୍ଥିତି। ତଥାପି ଶାନ୍ତି ଶୃଙ୍ଖଳା ଉଦ୍ଦେଶ୍ୟରେ କର୍ଫ୍ୟୁକୁ ବଳବତ୍ତର ରଖିବା ସହ ହିଂସାକାଣ୍ଡ ଘଟଣାରେ ମୋଟ୍‌ ୮୫ ଜଣଙ୍କୁ ଗିରଫ କରିଛି ପୋଲିସ। ତଥାପି ସହରର ପ୍ରମୁଖ ସ୍ଥାନରେ ପୋଲିସ ଛାଉଣୀ କରାଯାଇଥିଲା। 

ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ସମ୍ବଲପୁର ସହରରେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ପୋଲିସ୍‌ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଏହି ଘଟଣାରେ ସମ୍ବଲପୁରର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏବଂ ଧନୁପାଲି ଥାନା ଆଇଆଇସି ସମେତ ୧୦ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ଘଟିବା ପର ଠାରୁ ସମ୍ବଲପୁର ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକ ଦୋକାନ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଏହାକୁ ଦୃଷ୍ଟିରେ ସମ୍ବଲପୁର ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିଲା। 

ସମ୍ବଲପୁର ସହରରେ ସୁଧୁରୁଛି ସ୍ଥିତି। ରବିବାର ସକାଳ ଛଅଟାରେ ସ୍ବାଭାବିକ ହୋଇଛି ଇଣ୍ଟରନେଟ୍ ସେବା। ଯାହା ଫଳରେ ଦୀର୍ଘ ୧୦ ଦିନ ପରେ ଇଣ୍ଟରନେଟ୍ ସେବା ପାଇଛନ୍ତି ଲୋକେ। ପରିସ୍ଥିତିକୁ ନଜରରେ ରଖି ଶନିବାର ସନ୍ଧ୍ୟାରେ ଛଅଟାରେ ସରୁଥିବା କଟାକଣାକୁ ରବିବାର ସକାଳ ଛଅଟା ପର୍ଯ୍ୟନ୍ତ ବଢାଯାଇଥିଲା। ଏହା ସହିତ ସହରରେ ଆହୁରି କୋହଳ ହୋଇଛି କର୍ଫ୍ୟୁ। ସକାଳ ପାଞ୍ଚଟାରୁ ରାତି ଆଠଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରିଛି ଜିଲ୍ଲା ପ୍ରଶାସନ। ଏକ ଘଣ୍ଟା ଅଧିକ କର୍ଫ୍ୟୁ କୋହଳ ନେଇ ଜିଲ୍ଲାପାଳ ଅନନ୍ୟା ଦାସ ଜଣାଇଛନ୍ତି। ପୂର୍ବରୁ ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ଅର୍ଥାତ୍ ୧୨ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ କରାଯାଇଥିଲା। ଗୁରୁବାର ବିଭିନ୍ନ ଶାନ୍ତି କମିଟି ସହ ପର୍ଯ୍ୟାୟକ୍ରମେ ପ୍ରଶାସନ ଆଲୋଚନା କରିଥିଲା। ସହରରେ ଆଶିଂକ ଉପଲବ୍ଧ ରହିଥିବା ଇଣ୍ଟରନେଟ୍ ସେବାର ଯେପରି ଅପବ୍ୟବହାର ନହୁଏ ସେଥିଲାଗି ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯାଇଥିଲା। ଯିଏ ଏହାର  ଅପବ୍ୟବହାର କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଥିଲା ।

ଗତ ୧୩ ତାରିଖରୁ ସହରରେ ଇଣ୍ଟନେଟ୍ ସେବା ବନ୍ଦ ରହିଥିଲା। ଫଳରେ ଅନେକ ସମସ୍ୟା ଭୋଗୁଥିଲେ ଲୋକେ। ସହରରେ ଗୁରୁବାର ଦିନ ଦଶଟାରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ଲିଜ ଲାଇନ ଏବଂ ବ୍ରଡ଼ବ୍ୟାଣ୍ତ ସେବା ଚାଲୁ କରାଯାଇଥିଲା। ଯେଉଁମାନଙ୍କ ନିକଟରେ ବ୍ରଡ଼ବ୍ୟାଣ୍ତ କିମ୍ବା ଲିଜ ଲାଇନ ସୁବିଧା ଥିଲା ସେମାନେ ଇଣ୍ଟରନେଟ୍ ସେବା ପାଇପାରିଥିଲେ। ବିଭିନ୍ନ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟରେ ସୁବିଧା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯାହା ଫଳରେ ଲୋକେ ଅଫିସ କାମ କରିବାକୁ ସକ୍ଷମ ହୋଇଥିଲେ। ହେଲେ ମୋବାଇଲ ଇଣ୍ଟରନେଟ୍ ସେବାକୁ ରବିବାର ସକାଳ ଛଅଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ଗତ ୧୨ ତାରିଖ ରାତିରେ ହନୁମାନ ଜୟନ୍ତୀ ଅବସରରରେ ଆୟୋଜିତ ହୋଇଥିବା ବାଇକ ରାଲି ବେଳେ ସମ୍ବଲପୁର ସହରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୋଲିସ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ଯାହା ପରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା।