Unique Style Marriage: ବିବାହ ଦିନକୁ ଚିରସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗରେ ବିବାହ କଲେ ଦମ୍ପତି
Advertisement
Article Detail0/zeeodisha/odisha1609577

Unique Style Marriage: ବିବାହ ଦିନକୁ ଚିରସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗରେ ବିବାହ କଲେ ଦମ୍ପତି

Ganjam Marriage News: ବିବାହ ଅବସରରେ ହେଲିକ୍ୟାପ୍ଟର ଠାରୁ ଆରମ୍ଭ କରି ଦାମୀ କାରରେ ବସି ବର କନ୍ୟା ବିବାହ ମଣ୍ଡପ ଆସିବା କଥା ଆପଣ ଜାଣିଥିବେ। ହେଲେ ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ପରମ୍ପରାକୁ ଭୁଲି ନାହାଁନ୍ତି ଆଜିର ଯୁବପିଢ଼ି। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଯାଇଥିବା ବେଳେ କନ୍ୟା ଶଗଡ଼ରେ ବସି ଶାଶୁ ଘରକୁ ଆସିଛନ୍ତି। 

Unique Style Marriage: ବିବାହ ଦିନକୁ ଚିରସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗରେ ବିବାହ କଲେ ଦମ୍ପତି

Unique Style Marriage in Ganjam: ବିବାହ ଦିନକୁ ଚିରସ୍ମରଣୀୟ କରିବା ପାଇଁ ନିଆରା ଢଙ୍ଗରେ ବିବାହ କଲେ ଦମ୍ପତି। ହଜିଯାଇଥିବା ଦିନର ପରମ୍ପରାକୁ ମନେ ପକାଇବା ପାଇଁ ଶଗଡ଼ରେ ବସି ଶାଶୁ ଘରେ ପହଞ୍ଚିଲେ କନ୍ୟା। ବିବାହ ହେଉଛି ଏକ ପବିତ୍ର ବନ୍ଧନ। ନିଜ ବିବାହକୁ ନିଆରା ଢଙ୍ଗରେ ପାଳିବା ପାଇଁ ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ। ବାହାଘର ଦିନକୁ ଚିର ଦିନ ପାଇଁ ମନେ ରଖିବାକୁ ଲୋକେ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ବିବାହକୁ ନେଇ ଅନେକ ଲୋକ ଉତ୍ସାହିତ ରହିଥାନ୍ତି। 

ବିବାହ ଅବସରରେ ହେଲିକ୍ୟାପ୍ଟର ଠାରୁ ଆରମ୍ଭ କରି ଦାମୀ କାରରେ ବସି ବର କନ୍ୟା ବିବାହ ମଣ୍ଡପ ଆସିବା କଥା ଆପଣ ଜାଣିଥିବେ। ହେଲେ ବର୍ଷ ବର୍ଷ ଧରି ବନ୍ଦ ହୋଇଯାଇଥିବା ପରମ୍ପରାକୁ ଭୁଲି ନାହାଁନ୍ତି ଆଜିର ଯୁବପିଢ଼ି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ଗ୍ରାମରେ ଭିନ୍ନ ଉପାୟରେ ବିବାହ କରିଛନ୍ତି ବରକନ୍ୟା। ବର ଘୋଡ଼ାରେ ବସି ବିବାହ ମଣ୍ଡପକୁ ଯାଇଥିବା ବେଳେ କନ୍ୟା ଶଗଡ଼ରେ ବସି ଶାଶୁ ଘରକୁ ଆସିଛନ୍ତି। 

ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ବାଙ୍କତରା ଗ୍ରାମର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ରଙ୍କ ବାହାଘର ପାଟରାପଲ୍ଲି ଗ୍ରାମର ସରିତାଙ୍କ ସହ ସମ୍ପନ୍ନ ହୋଇଛି। ଗତ ୮ ତାରିଖରେ ଉଭୟଙ୍କ ବାହାଘର ବାଙ୍କତରା ଗ୍ରାମରେ ହୋଇଥିଲା। ଉଭୟ ମହେନ୍ଦ୍ର-ସରିତା ଗୋଟିଏ ଶ୍ରେଣୀରେ ପଢୁଥିଲେ। ଉଚ୍ଚ ଶିକ୍ଷିତ ହେବା ପରେ ଉଭୟେ ଭୁବନେଶ୍ୱରରେ ରହି ଘରୋଇ କମ୍ପାନୀରେ କାମ କରନ୍ତି। ଘର ଲୋକଙ୍କ ସହମତିରେ ଉଭୟେ ବିବାହ କରିଛନ୍ତି। ମହେନ୍ଦ୍ରଙ୍କ ମାଆ ତାଙ୍କର ବିବାହ ସମୟରେ ଶଗଡ଼ରେ ବସି ଶାଶୁ ଘରକୁ ଆସିଥିଲେ। ସେହି ଅନୁଭୂତିକୁ ସାଉଁଟିବାକୁ ଯାଇ ମହେନ୍ଦ୍ର ଏପରି ନିଷ୍ପତ୍ତି ନେଇଛନ୍ତି।

ମହେନ୍ଦ୍ରଙ୍କ କଥାରେ ସରିତା ରାଜି ହୋଇଥିଲେ। ବିବାହ ଦିନ ବଳଦ ଗାଡ଼ିକୁ ଆଣି ସେଥିରେ ରଙ୍ଗ ଝୋଟି ଆଙ୍କି ବାଉଁଶରେ ଘର ତିଆରି କରିବା ପରେ ଫୁଲରେ ସଜେଇ କରାଯାଇଥିଲ। ବୋହୂ ଡାକରାରେ ଶଗଡ଼ ଗାଡ଼ି ଯାଇଥିଲା ସେଥିରେ ବସି ସରିତା ନିଜ ଶାଶୁ ଘରକୁ ଆସିଥିଲେ। ବରଯାତ୍ରୀଙ୍କୁ ଧରି ବର ମଧ୍ୟ ଘୋଡ଼ାରେ ବସି ଦାଣ୍ଡ ବୁଲିଥିଲେ। ଏଭଳି ଏକ ନିଆରା ବାହାଘରକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଥିବା ବେଳେ, ସାଙ୍ଗସାଥୀଙ୍କ ସହ ପରିବାର ବର୍ଗ ବେଶ ଖୁସ ଅଛନ୍ତି।