Ganjam School: ପିଲାଙ୍କୁ ଶ୍ରେଣୀ ଗୃହରେ ମାଡମାରି ନିଲମ୍ବିତ ହେଲେ ଶିକ୍ଷକ
Advertisement

Ganjam School: ପିଲାଙ୍କୁ ଶ୍ରେଣୀ ଗୃହରେ ମାଡମାରି ନିଲମ୍ବିତ ହେଲେ ଶିକ୍ଷକ

Residential School Teacher Suspension: ବ୍ରହ୍ମପୁର ରୋମାନ୍ କ୍ୟାଥୋଲିକ ଚର୍ଚ୍ଚ ବିଶୋଫ ହାଉସ ଦ୍ବାରା ପରିଚାଳିତ ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ ଆରସିଏମ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୬ ତାରିଖରେ ଏଭଳି ଘଟଣା ଘଟିଥିଲା। 

Ganjam School: ପିଲାଙ୍କୁ ଶ୍ରେଣୀ ଗୃହରେ ମାଡମାରି ନିଲମ୍ବିତ ହେଲେ ଶିକ୍ଷକ

Teacher Suspended After Beating School Students: ଆବାସିକ ବିଦ୍ୟାଳୟରେ ସୀମା ଟପିଛି ଶିକ୍ଷକଙ୍କ ଅମାନୁଷିକ କାର୍ଯ୍ୟକଳାପ। ପ୍ରଶ୍ନର ସଠିକ ଉତ୍ତର ନଦେବାରୁ  ୭ ଜଣ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ନିସ୍ତୁକ ମାଡ଼ ମାରିଛନ୍ତି ଶିକ୍ଷକ। ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଅଚେତ ହୋଇଯିବା ଘଟଣାକୁ ଚପାଇ ଦେବାକୁ ଅନୁଷ୍ଠାନ ପକ୍ଷରୁ ଜୋରସୋରରେ ପ୍ରୟାସ କରାଯାଇଥିଲା। ହେଲେ ଅଚେତ ଅବସ୍ଥାରେ ଛାତ୍ରୀଙ୍କୁ ତଳେ ଶୁଆଇ ସାଲାଇନ ଲଗାଇ ଚିକିତ୍ସା କରିବାର ଭିଡିଓ ଏବେ ଭାଇରାଲ ହେବାପରେ ଏହି ଘଟଣା ଏବେ ରାଜ୍ୟରେ ଚହଳ ସୃଷ୍ଟି କରିଛି। ଗଞ୍ଜାମ ଜିଲ୍ଲା ସୋରଡା ସ୍ଥିତ ଆରସିଏମ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି ଏଭଳି ଘଟଣା। ଏହି ଘଟଣା ପ୍ରକଟ ହେବାପରେ ସମୃକ୍ତ ସହକାରୀ ଶିକ୍ଷକ ଉପରେ ଆନୁଷ୍ଠାନିକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବାର ଖବର ମିଳିଛି।

ବ୍ରହ୍ମପୁର ରୋମାନ୍ କ୍ୟାଥୋଲିକ ଚର୍ଚ୍ଚ ବିଶୋଫ ହାଉସ ଦ୍ବାରା ପରିଚାଳିତ ଗଞ୍ଜାମ ଜିଲ୍ଲା ସୋରଡା ବ୍ଳକ ଆରସିଏମ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୬ ତାରିଖରେ ଏଭଳି ଘଟଣା ଘଟିଥିଲା। ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ୭ ଜଣ ଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ସହକାରୀ ଶିକ୍ଷକ ପାଲବର୍ଟ ବଳିଆର ସିଂହ କେତେକ ପ୍ରଶ୍ନର ଉତ୍ତର ଲେଖିବାକୁ କହିଥିଲେ। ହେଲେ ପିଲା ସଠିକ୍ ଉତ୍ତର ଦେଇ ପାରିନଥିଲେ। ଯହାଫଳରେ ଶିକ୍ଷକ ରାଗିଯାଇ ଜଣ ଜଣ କରି ଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଯାହା ଫଳରେ ୭ ଜଣ ଛାତ୍ରୀ ଶ୍ରେଣୀ ଗୃହରେ ଅଚେତ ହୋଇପଡିଥିଲେ। ‌ଖବର ପାଇଁ ଘଟଣା ସ୍ଥଳରେ ଅନ୍ୟ ଶିକ୍ଷକ ଏବଂ ଚର୍ଚ୍ଚ ସହାୟିକା ପହଞ୍ଚିଥିଲେ। ଶିକ୍ଷକଙ୍କ ମାଡ଼ରେ ଅଚେତ ହୋଇ ଯାଇଥିବା ଛାତ୍ରୀଙ୍କ ପ୍ରାଥମିକ ଚିକିତ୍ସା ବିଦ୍ୟାଳୟରେ କରାଯାଇଥିଲା। 

ଏହି ଘଟଣାକୁ ଲୁଚାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରୟାସ କରାଯାଇଥିଲେ। ହେଲେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇଲାଲ ହେବା ପରେ ଏହି ଘଟଣାର ପର୍ଦ୍ଦାଫାଶ ହୋଇଯାଇଛି। ଏହି ବିଦ୍ୟାଳୟ ସରକାରୀ ଅନୁମୋଦିତ ହୋଇଥିଲେ ମଧ୍ୟ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥା ଦ୍ବାରା ପରିଚାଳିତ ହେଉଅଛି। ଏହି ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ହେଲେ ଅନୁଷ୍ଠାନ ପକ୍ଷରୁ ସମୃକ୍ତ ସହକାରୀ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବାର ଏକ ଚିଠି ହସ୍ତଗତ ହୋଇଥିବା ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଜଣାଇଛନ୍ତି। 

ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯିବା ଭଳି ସମ୍ବେଦନଶୀଳ ଘଟଣା ଏବେ ଚହଳ ସୃଷ୍ଟି କରିଛି। ଗତ ୨୦୦୯ ମସିହାରେ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବା ସହ, ଛାତ୍ରଛାତ୍ରୀଙ୍କୁ ମାଡ଼ ନ ମାରିବା ପାଇଁ କଠୋର ନିୟମ ପ୍ରଣୟନ କରିଛନ୍ତି ସରକାର।  ହେଲେ ଏଭଳି କିଛି ଅନୁଷ୍ଠାନରେ ଅନେକ ଥର ଏଭଳି ଘଟଣା ଘଟିଆସୁଛି। ସେମାନେ କ'ଣ ସରକାରଙ୍କ ନୀତି ନିୟମରୁ ଉର୍ଦ୍ଧ୍ବରେ ବୋଲି ପ୍ରଶ୍ନ ଉଠିଛି।