ଗୋପ ପରେ ମହଲପଡ଼ାରେ ଖନନ ଆରମ୍ଭ କଲା ଅଏଲ ଇଣ୍ଡିଆ
Advertisement

ଗୋପ ପରେ ମହଲପଡ଼ାରେ ଖନନ ଆରମ୍ଭ କଲା ଅଏଲ ଇଣ୍ଡିଆ

ରାଜ୍ୟରେ ଅଶୋଧିତ ତୈଳର ସନ୍ଧାନ ମିଳିବା ପରେ ଆଉ ଏକ ପାଦ ଆଗେଇଲା ଅଏଲ ଇଣ୍ଡିଆ। ପ୍ରଥମ ପର୍ଯ୍ୟାୟରେ କୁସୁପୁରରେ ଚିହ୍ନଟ ଜମିକୁ ଲିଜ ସୂତ୍ରରେ ନେଇଥିବା ବେଳେ ଆଜି ମହଲପଡା ଚିତ୍ରା

ଗୋପ ପରେ ମହଲପଡ଼ାରେ ଖନନ ଆରମ୍ଭ କଲା ଅଏଲ ଇଣ୍ଡିଆ

କୋଣାର୍କ: ବଦଳିବାକୁ ଯାଉଛି ରାଜ୍ୟ ଚେହେରା। ଗୋପ ଓ ପରେ ମହଲପଡ଼ା ଚିତ୍ରାରେ ଆରମ୍ଭ ହେଲା ତୈଳ ଉତ୍ପାଦନ। ଆଜି ଅଏଲ ଇଣ୍ଡିଆ ପକ୍ଷରୁ ଗୋପ ମହଲପଡ଼ା ଚିତ୍ରାରେ ଜମି ଅଧିଗ୍ରହଣ ଆରମ୍ଭ କରିଛି। ୩ ବର୍ଷ ପାଇଁ ଏହି ଜମିକୁ ଅଧିଗ୍ରହଣ କରିଛି ଅଏଲ ଇଣ୍ଡିଆ। ମହଲପଡ଼ାର ଚିତ୍ରା ଅଞ୍ଚଳର ପ୍ରାୟ ୧୩୦ ଜଣ ଚାଷିଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରି ଚେକ ପ୍ରଦାନ କରିଛି ଅଏଲ ଇଣ୍ଡିଆ। ଏହି ଚାଷୀଙ୍କ ଠାରୁ ପୂର୍ବରୁ ଚିହ୍ନଟ ହୋଇଥିବା ଆଠ ଏକର ଜମି ପାଇଁ ଚାଷୀଙ୍କ ପାଇଁ ଏଗ୍ରିମେଣ୍ଟ କରିଛି ଅଏଲ ଇଣ୍ଡିଆ। 

ପୂର୍ବରୁ କୁସୁପୁର ସମେତ ଚିତ୍ରାରେ ଅଏଲ ଇଣ୍ଡିଆ ପକ୍ଷରୁ ସର୍ଭେ କରଯାଇଥିଲା। ଏହି ଅଞ୍ଚଳରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ପ୍ରଥମିକ ତଦନ୍ତରୁ ଜଣାପଡିଥିଲା। ପ୍ରଥମ ପର୍ଯ୍ୟାୟରେ ଗୋପ କୁସୁପୁର, ବଣିଆସାହି, ବସ୍ତି ଅଞ୍ଚଳର ପ୍ରାୟ ୩୭ ଜଣ ଚାଷୀଙ୍କ ଆଠ ଏକର ଜମିକୁ ତିନି ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଚାଷୀଙ୍କ ଠାରୁ ଲିଜରେ ନେଇଥିବା ବେଳେ ଆଜି ଚିତ୍ରା ଚାଷୀଙ୍କ ଠାରୁ ତିନି ବର୍ଷ ପାଇଁ ଜମି ଅଧିଗ୍ରହଣ କରିଛି ଅଏଲ ଇଣ୍ଡିଆ। ପ୍ରତ୍ୟେକ ଚାଷୀଙ୍କୁ ଗୁଣ୍ଠ ପିଛା ଦଶ ହଜାର ଟଙ୍କା ହିସାବରେ ତିନି ବର୍ଷ ପାଇଁ ଟଙ୍କା ଦିଆଯାଇ ଚାଷୀଙ୍କ ଠାରୁ  ଜମି ନେଇଛି ଅଏଲ ଇଣ୍ଡିଆ।
   
ରାଜ୍ୟରେ ଅଶୋଧିତ ତୈଳର ସନ୍ଧାନ ମିଳିବା ପରେ ଆଉ ଏକ ପାଦ ଆଗେଇଲା ଅଏଲ ଇଣ୍ଡିଆ। ପ୍ରଥମ ପର୍ଯ୍ୟାୟରେ କୁସୁପୁରରେ ଚିହ୍ନଟ ଜମିକୁ ଲିଜ ସୂତ୍ରରେ ନେଇଥିବା ବେଳେ ଆଜି ମହଲପଡା ଚିତ୍ରା ଅଞ୍ଚଳରେ ଚାଷୀଙ୍କ ଠାରୁ ତିନି ବର୍ଷ ପାଇଁ କରିଛି ଚୁକ୍ତିନାମା। କୁସୁପୁର ଭଳି ଅଞ୍ଚଳରେ ବିକାଶର ସ୍ଵପ୍ନ ଦେଖିଛନ୍ତି ଚିତ୍ରା ବାସିନ୍ଦା। ଅଏଲ ଇଣ୍ଡିଆ ହାତକୁ ନିଜ ଜମିକୁ ୩ ବର୍ଷ ପାଇଁ ଟେକି ଦେଇଛନ୍ତି ଚାଷୀ। ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲର ସନ୍ଧାନ ପରେ ପ୍ରଥମେ କୁସୁପୁର ଓ ପରବର୍ତ୍ତୀ ସମୟରେ ଚିତ୍ରାର ଚିହ୍ନଟ ଜମି ମାଲିକଙ୍କ ଠାରୁ ଆଜି ତିନି ବର୍ଷ ପାଇଁ ଲିଜ ସୂତ୍ରରେ ନେଲା ଅଏଲ ଇଣ୍ଡିଆ। ଚିତ୍ରା ମୌଜାର ୧୩୦ ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଆଜି ପ୍ରାୟ ୭୭ ଜଣ ଚାଷୀଙ୍କୁ ଗୁଣ୍ଠ ପିଛା ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ଅଏଲ ଇଣ୍ଡିଆ। 

ଅଏଲ ଇଣ୍ଡିଆର ଜେନେରାଲ ମ୍ୟାନେଜରଙ୍କ ସମେତ ଦଶ ଜଣିଆ ଟିମ ଗୋପରେ ଚିତ୍ରାରେ ପହଁଚି ହିତାଧିକାରୀଙ୍କ ସହିତ ତିନି ବର୍ଷିଆ ଏଗ୍ରିମେଣ୍ଟେ କରି ଚେକ ପ୍ରଦାନ କରଛନ୍ତି । ଆଠ ଏକର ଜମିରେ ଖୁବ ଶୀଘ୍ର କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅଏଲ ଇଣ୍ଡିଆ ଅଧିକାରୀ। ଅଏଲ ଇଣ୍ଡିଆ ତରଫରୁ ଗୋପ ଚିତ୍ରାଠାରେ ପ୍ରକୃତିକ ଗ୍ୟାସ ଓ ପେଟ୍ରୋଲ ଥିବାର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିବା ପରେ ଗୋପ ଚିତ୍ରାରଆଠ ଏକର ଜମିକୁ ତିନି ବର୍ଷ ପାଇଁ ଅଏଲ ଇଣ୍ଡିଆ କମ୍ପାନୀ ଲିଜରେ ନେଇଛନ୍ତି l ଯଦି ଏହି ସର୍ଭେରେ ଏଠି ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ ବାହାରେ ତାହାଲେ ଆମ ଅଞ୍ଚଳର ଉନ୍ନତି ହେବ ବୋଲି ଅଞ୍ଚଳବାସୀ ଆଶା ରଖିଥିବା ବେଳେ କୁସୁପୁର ମଡେଲ ଅନୁସାରେ ଚିତ୍ରାରେ ଏଗ୍ରିମେଣ୍ଟ କରାଯିବ, ଏଠାରେ ଏହା ସଫଳ ହେଲେ ଅର୍ଥନୀତି ମାନଦଣ୍ଡ ବୃଦ୍ଧି ପାଇବା ସହିତ ଅଞ୍ଚଳର ବିକାଶ ହେବ ବୋଲି ଗୋପ ତହସିଲଦାର କହିଛନ୍ତି