କେତେ ଯନ୍ତ୍ରଣା ଦେବ ଆଉ ଏ ସ୍ୱେରେଜ ପ୍ରକଳ୍ପ
Advertisement

କେତେ ଯନ୍ତ୍ରଣା ଦେବ ଆଉ ଏ ସ୍ୱେରେଜ ପ୍ରକଳ୍ପ

ସ୍ବେରେଜ ପ୍ରକଳ୍ପ ପାଇଁ ରାସ୍ତା ସବୁ ମରଣ ଯନ୍ତା। ୨୦୧୬ ମସିହାରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ଏହି ସ୍ବେରେଜ ପ୍ରକଳ୍ପ ଏବେ ୬ ବର୍ଷ ହେଲାଣି ଲୋକଙ୍କ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ଭଲ ଭଲ ସୁନ୍ଦର ମୁଖ୍ୟ ରାସ୍ତା ସବୁ ପର୍ଯ୍ୟାୟ କ୍ରମେ ସ୍ବେରେଜ ପ୍ରକଳ୍ପ ପାଇଁ ଖୋଳି ଦେଉଥିବା କାରଣରୁ ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପ

sambalpur sweage

ସମ୍ବଲପୁର (ଅଜୟ ନାଥ): ସ୍ବେରେଜ ପ୍ରକଳ୍ପ ପାଇଁ ରାସ୍ତା ସବୁ ମରଣ ଯନ୍ତା। ୨୦୧୬ ମସିହାରୁ ସମ୍ବଲପୁରରେ ଆରମ୍ଭ ହୋଇଥିବା ଏହି ସ୍ବେରେଜ ପ୍ରକଳ୍ପ ଏବେ ୬ ବର୍ଷ ହେଲାଣି ଲୋକଙ୍କ ପାଇଁ ମୁଣ୍ଡ ବଥାର କାରଣ ପାଲଟିଛି। ସହରର ଭଲ ଭଲ ସୁନ୍ଦର ମୁଖ୍ୟ ରାସ୍ତା ସବୁ ପର୍ଯ୍ୟାୟ କ୍ରମେ ସ୍ବେରେଜ ପ୍ରକଳ୍ପ ପାଇଁ ଖୋଳି ଦେଉଥିବା କାରଣରୁ ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି।

ସମ୍ବଲପୁର ସହରର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା (Odisha water supply Sewerage Board ) ସ୍ବେରେଜ ପ୍ରକଳ୍ପ। ସେତେବେଳେ ସ୍ଥାନୀୟ ଲୋକ ଆଶା କରିଥିଲେ ଯେ ଏହି ପ୍ରକଳ୍ପ ଦ୍ଵାରା ସହର ପରିମଳ ବ୍ୟବସ୍ଥା ସୁଧୁରିବ। ତେବେ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ନହେବାରୁ ସହରବାସୀ ଅଡୁଆ ପରିସ୍ଥିତିରେ ପଡିଛନ୍ତି। ସମ୍ବଲପୁର ସହରର ପ୍ରମୁଖ ରାସ୍ତା ଗୁଡିକରେ ଏହି ପ୍ରକଳ୍ପ ପାଇଁ ଡ୍ରେନ ଖୋଲି ଦିଆଯିବାରୁ ରାସ୍ତା ଗୁଡିକର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଆଉ ଏହାର ପରିଣାମ ସଦୃଶ ସ୍ଥାନୀୟ ଲୋକ ବର୍ତ୍ତମାନ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।

ଏବେ ସମ୍ବଲପୁର ସହରର ଦୁଃଖ ପାଲଟିଛି ସ୍ବେରେଜ ପ୍ରକଳ୍ପ। ସମ୍ବଲପୁର ସହର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୨୦୧୬ ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପର ପାଇପ ବିଛାଇବା ପାଇଁ ଡ୍ରେନ ଖୋଲାଗଲା। ତେବେ ଡ୍ରେନ ଖୋଲାଯାଇ ପାଇପ ବିଛାଇବା ପରେ ରାସ୍ତା ଗୁଡ଼ିକ ପୂର୍ବ ପରି ମରାମତି କରିବାର ପ୍ରାବଧାନ ଥିଲେ ମଧ୍ୟ ସଂସ୍ଥା ଏହି କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି। ଯାହା ଫଳରେ ସମ୍ବଲପୁର ସହରର ପ୍ରମୁଖ ରାସ୍ତା ଏବେ ଅତି ଶୋଚନୀୟ ଅବସ୍ଥାରେ ପଡି ରହିଥୁବା ଅଭିଯୋଗ ହୋଇଛି। 

ରାସ୍ତାରେ ଖାଲଖମା ସହ ବିଭିନ୍ନ ସ୍ଥାନରେ ଧୂଳି ଉଡୁଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ସମ୍ବଲପୁର ରେଙ୍ଗାଲି ବିଧାୟକ ଅଭିଯୋଗ କରିଛନ୍ତି ଯେ ସ୍ୱେରେଜ ବୋର୍ଡ, ପୂର୍ତ୍ତ ବିଭାଗ ଓ ମହାନଗର ନିଗମର କୌଣସି ସମନ୍ବୟ ରହୁନାହିଁ। ଫଳରେ ଆଜି ପର୍ଯ୍ୟନ୍ତ ସମ୍ବଲପୁରରେ ଜନ ସାଧରଣ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ କରାଯାଇଛି ତେବେ କୌଣସି ସୁଫଳ ମିଳିନାହିଁ। ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବେରେଜ, ପୋଲିସ, ରାଜସ୍ୱ, ପୂର୍ତ୍ତ ଓ ମହାନଗର ନିଗମକୁ ନେଇ ଏକ କମିଟି ଗଠନ ହୋଇଥିଲା। ତେବେ ତାହା କୌଣସି କାମରେ ଆସିନଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି ଏହି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଅଛି ଯଥା ଶୀଘ୍ର ଏହା ସମ୍ପୂର୍ଣ ହେବ।

ଅନ୍ୟପଟେ ସ୍ବେରେଜ ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ପ୍ରକଳ୍ପରେ ମୋଟ ୨୫୨ କିମି ଦୀର୍ଘର ପାଇପ ପଡିବାର ଅଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୬ କିମି ଦୀର୍ଘତାର ପାଇପ ଲାଇନ ପଡିବା କାର୍ଯ୍ୟ ସମ୍ପନ୍ନ ହୋଇଛି ବାକି କାର୍ଯ୍ୟ ଜାରି ରହିଛି। ଏହା ପରେ ମୁଖ୍ୟ ପାଇପ ଲାଇନରୁ ଘରକୁ ଘର ପାଇପ ସଂଯୋଗୀକରଣ କାର୍ଯ୍ୟ କରାଯିବ ଓ ଏହା ଏକ ଦୀର୍ଘ ମିଆଦି କାର୍ଯ୍ୟ ଯାହା ଜାରି ରହିବ।

ଅଧିକ ପଢନ୍ତୁ: ୭୫୦୦୦ ନୁହେଁ, ୧୦ ଲକ୍ଷ ଚାକିରି ଦେବେ ମୋଦି