ବଡଦାଣ୍ଡରେ ପ୍ରେସମିଟ୍ କରି ପୁରୀ ଏସପି କନୱର ବିଶାଲ ସିଂ କହିଛନ୍ତି ଯେ, ଖୋର୍ଦ୍ଧାରୁ ୩୦ ବର୍ଷିୟ ଅଭିଯୁକ୍ତ ଜେ.ମହାପାତ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କାବୁ କରାଯାଇଥିଲା। ସେଠାରୁ ତାଙ୍କୁ ପୁରୀ ଆଣି ଅଟକ ରଖିବା ସହ ପଚାରାଉଚରା କରାଯାଇଛି।
Trending Photos
ପୁରୀ: ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ମାମଲାର ପର୍ଦ୍ଦାଫାସ ହୋଇଛି। ଘଟଣାର ଦୁଇ ଦିନ ପରେ ଜଣେ ଅଭିଯୁକ୍ତ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ବୁଧବାର ସକାଳେ ପୁରୀ ଏସପି କନୱର ବିଶାଲ ସିଂ ପ୍ରେସମିଟ୍ କରିଛନ୍ତି। ଏଥିରେ ସେ ଚୁଲିଭଙ୍ଗାର ଘଟଣାକ୍ରମ ବର୍ଣ୍ଣନା କରିବା ସହ ଅଭିଯୁକ୍ତକୁ କିପରି କାବୁ କରାଗଲା ତାହାର କାହାଣୀ କହିଛନ୍ତି। ଏସପିଙ୍କ କାହାଣୀରେ ଅନେକ ପ୍ରଶ୍ନର ଉତ୍ତରକୁ ସସ୍ପେନ୍ସରେ ରଖିଛନ୍ତି। ତଦନ୍ତ ଚାଲିଥିବା କହି ସେ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଦେଇଛନ୍ତି।
ବଡଦାଣ୍ଡରେ ପ୍ରେସମିଟ୍ କରି ପୁରୀ ଏସପି କନୱର ବିଶାଲ ସିଂ କହିଛନ୍ତି ଯେ, ଖୋର୍ଦ୍ଧାରୁ ୩୦ ବର୍ଷିୟ ଅଭିଯୁକ୍ତ ଜେ.ମହାପାତ୍ରଙ୍କୁ ମଙ୍ଗଳବାର ସନ୍ଧ୍ୟାରେ କାବୁ କରାଯାଇଥିଲା। ସେଠାରୁ ତାଙ୍କୁ ପୁରୀ ଆଣି ଅଟକ ରଖିବା ସହ ପଚାରାଉଚରା କରାଯାଇଛି। ବେଗୁନିଆ ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କ ଘର। ତଦନ୍ତ ଚାଲିଥିବାରୁ ତାଙ୍କର ସମ୍ପୂର୍ଣ୍ଣ ତଥ୍ୟ ଗୋପନ ରଖାଯାଇଛି। ବୁଧବାର କୋର୍ଟ ଚାଲାଣ କରାଯିବ। ଆବଶ୍ୟକ ହେଲେ ରିମାଣ୍ଡରେ ଆଣାଯିବ। ଅଭିଯୁକ୍ତର ମାନସିକ ସ୍ଥିତିର ପରୀକ୍ଷଣ ହେବ, ତାର ପରିବାର ସହ ଯୋଗାଯୋଗ କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି।
କେମିତି ଓ କାହିଁକି ଭାଙ୍ଗିଲା ଚୁଲା?
ଏସପି ଦେଇଥିବା ତଥ୍ୟ ଅନୁସାରେ, ଅଭିଯୁକ୍ତ ଜଣକ ଜେ.ମହାପାତ୍ର, ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ। ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମନ୍ଦିର ଭିତରେ ସଫେଇ କାମ କରିଥିଲେ। କୌଣସି କାରଣରୁ ତାଙ୍କୁ ଭଲ ନ ଲାଗିବାରୁ ଅଭିଯୁକ୍ତ ରୋଷଘରେ ପଶି ଚୁଲା ଗୁଡିକୁ ଭାଙ୍ଗି ଦେଇଥିଲା। ଏଥିରେ କେବଳ ଜଣେ ମାତ୍ର ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି ବୋଲି ଏସପି କହିଛନ୍ତି। ଚୁଲି ଭାଙ୍ଗିଲା ପରେ ରାତି ଅଧେରେ ଜେଟିପି ଅଭିଯୁକ୍ତଙ୍କୁ ଶ୍ରୀମନ୍ଦିର ଭିତରୁ ଆଣି ବାଇଶି ପାହଚରେ ଛାଡି ଦେଇଥିଲେ।
Also Read: ଶ୍ରୀମନ୍ଦିର ଚୁଲିଭଙ୍ଗା ଘଟଣା; କିଏ ସେହି ଗିରଫ ସନ୍ଦିଗ୍ଧ? ଆଜି ସ୍ପଷ୍ଟ ହେବ ପରିଚୟ
ଅଭିଯୁକ୍ତକୁ କେମିତି ଧରିଲା ପୋଲିସ?
ଶ୍ରୀମନ୍ଦିରରୁ ବାହାରି ଅଭିଯୁକ୍ତ ମହାପାତ୍ର ସମୁଦ୍ରକୁ ଯାଇ ଗାଧୋଇ ଥିଲା। ପରେ ସେଠାରୁ ପୁରୀ ରେଳଷ୍ଟେସନ ଅଭିମୁଖେ ବାହାରି ଥିଲା। ଆଉ ରେଳ ଯୋଗେ ପୁରୀରୁ ଜଟଣୀ ଯାଏଁ ଯାଇଥାଇପାରେ ବୋଲି ଏସପି କନୱର ବିଶାଲ ସିଂ କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଅଭିଯୁକ୍ତ ପାଖରେ କୌଣସି ମୋବାଇଲ ନଥିଲା। ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିଲା। ତାକୁ ଚିହ୍ନଟ ପ୍ରକ୍ରିୟା ବହୁତ ଜଟିଳ ଓ କଷ୍ଟକର ଥିଲା। ଶତାଧିକ ସେବକ, କର୍ମଚାରୀ, ସ୍ଥାନୀୟ ଲୋକ ଓ ପୋଲିସର ସହାୟତା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଏଥିପାଇଁ ଲୋକଙ୍କୁ ଅଭିଯୁକ୍ତର ଫଟୋ ଦେଖାଯାଇଥିଲା।
ଏସପିଙ୍କ କହିବାନୁସାରେ, ଏକାଧିକ ଟିମ ଗଠନ କରି ପୋଲିସ ତଦନ୍ତ ଆରମ୍ଭ କରିଥଲା। ପ୍ରଥମେ ପୁରୀ ରେଳଷ୍ଟେସନରୁ ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ମିଳିଥିଲା। ପୋଲିସ ଯେଉଁଭଳି ଲୋକଙ୍କୁ ଖୋଜୁଛି, ଠିକ୍ ସେହିଭଳି ବ୍ୟକ୍ତିଙ୍କୁ ଷ୍ଟେସନରେ ଦେଖିଥିବା ଜଣେ ପୋଲିସ କର୍ମୀଙ୍କୁ ସୂଚନା ମିଳିଥିଲା। ଏହା ପରେ ପ୍ରାଥମିକ ପ୍ରର୍ଯ୍ୟାୟରେ ୧୦ଟି ଷ୍ଟେସନକୁ ତଦନ୍ତ ପରିସରକୁ ନେଇ ତନାଘନା ହେଲା। ଆଉ ଶେଷରେ ତାଙ୍କୁ ଖୋର୍ଦ୍ଧା ଅଞ୍ଚଳରୁ ଠାବ କରାଯାଇଥିଲା। ଅଭିଯୁକ୍ତ ନିକଟରୁ ଅନେକ ଜିନିଷ ଜବତ କରାଯାଇଛି। ତେବେ ଅନେକ ଗୁଡାଏ ପ୍ରଶ୍ନକୁ ଏଡାଇବାକୁ ଯାଇ ଘଟଣାର ତଦନ୍ତ ଚାଲୁଛି ବୋଲି ଏସପି କହିଛନ୍ତି।
ସସ୍ପେନ୍ସରେ ପ୍ରଶ୍ନ-
୧. କେତେ ଚୁଲା ଭାଙ୍ଗିଛି? ତିନି ଦିନ ପରେ ମଧ୍ୟ ସଂଖ୍ୟା ଅସ୍ପଷ୍ଟ
୨. କେଉଁ ଅସ୍ତ୍ରରେ ଚୁଲି ଭଙ୍ଗା ଯାଇଛି?
୩. କେବଳ ରୋଷଘର ଚୁଲିକୁ କାହିଁକି ଟାର୍ଗେଟ କରାଗଲା?
୪. କେତେବେଳେ ଅଭିଯୁକ୍ତ ଶ୍ରୀମନ୍ଦିରକୁ ଗଲେ?
୫. କାହିଁକି ଅଭିଯୁକ୍ତଙ୍କ ତଥ୍ୟ ଗୋପନ ରଖାଯାଇଛି?
୬. ଅଭିଯୁକ୍ତ ଏକୁଟିଆ ମନ୍ଦିରକୁ ଆସିଥିଲା ନା ତା ସହ ଆଉ କିଏ ଥିଲେ?
୭. ଘଟଣା ଦିନ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?
୮. ପୁରୀ ଏସପି କିଛି ଲୁଚାଇବାକୁ ଚେଷ୍ଟା କରୁନାହାନ୍ତି ତ?