ମହାପ୍ରଭୁଙ୍କ ବେଶ ବାହାନାରେ ଗୋଷ୍ଠୀ ବିବାଦ, ଜିଲ୍ଲାପାଳଙ୍କ କଥା ଶୁଣୁନାହାଁନ୍ତି ସେବାୟତ
Advertisement
Article Detail0/zeeodisha/odisha839228

ମହାପ୍ରଭୁଙ୍କ ବେଶ ବାହାନାରେ ଗୋଷ୍ଠୀ ବିବାଦ, ଜିଲ୍ଲାପାଳଙ୍କ କଥା ଶୁଣୁନାହାଁନ୍ତି ସେବାୟତ

ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଆଢୁଆଳ କରି ନିଜ ଜିଦରେ ଅଟଳ ଉଭୟ ସିଂହାରୀ ଓ ପାଳିଆ ମେକାପ। ସେପଟେ ଆଗକୁ ଦୋଳପୂର୍ଣ୍ଣମୀ ଦିନ ସୁନାବେଶ ପଡୁଥିବାରୁ କୌଣସି ବିବାଦ ହେବନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ପ୍ରତିକାତ୍ମକ ଫଟୋ

ସଞ୍ଜୟ ମହାପାତ୍ର, ପୁରୀ: ଛିଡିଲାନି ଦୁଇ ସେବାୟତ ଗୋଷ୍ଠୀ ବିବାଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପମୁଖ୍ଯ ପ୍ରଶାସକ ତଥା ଜିଲ୍ଲାପାଳ ଦୁଇ ନିଯୋଗ ସହ ପୃଥକ ଆଲୋଚନା ପରେ ବି ବାହାରି ପାରିଲାନାହିଁ ସମାଧାନର ବାଟ। ଶ୍ରୀମନ୍ଦିର ସତ୍ତ୍ୱଲିପିକୁ ଆଢୁଆଳ କରି ନିଜ ଜିଦରେ ଅଟଳ ଉଭୟ ସିଂହାରୀ ଓ ପାଳିଆ ମେକାପ। ସେପଟେ ଆଗକୁ ଦୋଳପୂର୍ଣ୍ଣମୀ ଦିନ ସୁନାବେଶ ପଡୁଥିବାରୁ କୌଣସି ବିବାଦ ହେବନାହିଁ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

ପ୍ରଥମେ ଶ୍ରୀମନ୍ଦିର (Puri Jagannath Temple) ରେ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ଓ ଏବେ ପୌଷପୂର୍ଣ୍ଣିମା ବେଶରେ ବିଭ୍ରାଟ ହୋଇଥିଲା। ବେଶ ସମୟରେ ରତ୍ନସିଂହାସନ (Ratna singhasana) ଉପରେ ସ୍ୱତ୍ତ୍ୱଲିପି (Satwalipi) କୁ ଖିଲାପ କରି ଅଧିକ ସଂଖ୍ୟକ ସିଂହାରୀ ଉପସ୍ଥିତ ରହୁଥିବାରୁ ପାଳିଆ ମେକାପ ଆପତ୍ତି ଉଠାଇଛନ୍ତି। ଦୁର୍ଲ୍ଲଭ ସ୍ୱର୍ଣ୍ଣ ଅଳଙ୍କାରକୁ ବେଶ ସମୟରେ କେଉଁ ପାଳିଆ ସେବକଙ୍କୁ ଦେଇ ମଣତି କରିବେ ତାହାକୁ ନେଇ ସମସ୍ୟା  ସୃଷ୍ଟି ହେଉଛି। ଆଉ ଏହି ବିବାଦ ନାଗାର୍ଜ୍ଜୁନ ବେଶ (Nagarjuna Besha) ଠାରୁ ଚାଲିଆସୁଥିବା ବେଳେ ପୌଷପୂର୍ଣ୍ଣିମା ଦିନ ପୁନର୍ବାର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। 

Also Read: ପୁଣି ଦେଖାଦେଲା ବିଭ୍ରାଟ, ସୁନାବେଶ ଦର୍ଶନରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

ସେବାୟତଙ୍କ ବିବାଦର ସମାଧାନ ପାଇଁ ରବିବାର ଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଆୟଜୋତି ହୋଇଛି। ଶନିବାର ସିଂହାରୀଙ୍କ ସହ ଓ ରବିବାର ପାଳିଆ ମେକାପଙ୍କ ସହ ବୈଠକ କରି ଜିଲ୍ଲାପାଳ ସମର୍ଥ ବର୍ମା (Samartha Barma) ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ତଥାପି ସେଠାରେ କୌଣସି ସମାଧାନର ବାଟ ବାହାରି ନାହିଁ। ସେପଟେ ତିନିଜଣ ସିଂହାରୀ ସେବକରେ ସୁନାବେଶ କରିବା ସହଜ ନୁହେଁ। ସୁବର୍ଣ୍ଣର ବଡ କିରିଟିକୁ ଟେକି ମହାପ୍ରଭୁଙ୍କୁ ବେଶ (Suna Besha) କରିବା ଅସମ୍ଭବ। ଏଣୁ ଅତିକମରେ ସାତଜଣ ସିଂହାରୀ ସେବକ ନହେଲେ ବେଶ କରିବାରେ ସମସ୍ୟା ହେବ ବୋଲି ମେକାପ ସେବକ କହିଛନ୍ତି। 

ସେପଟେ ଜିଲ୍ଲାପାଳ କହିଛନ୍ତି ଯେ, ସତ୍ତ୍ୱଲିପି ଆଧାରରେ ସେବାୟତ (Puri Sebayat) ନିତି ସଂପାଦନ କରିବେ।  ସିଂହାରୀଙ୍କୁ ବେଶ ସଂପାଦନ ସମୟରେ ତଳୁଚ୍ଛ ଓ ଭିତରଚ୍ଛ ସେବାୟତ ସେମାନଙ୍କୁ ସହଯୋଗ କରିବା ନେଇ ବ୍ଯବସ୍ଥା ରହିଛି। ସିଂହାରୀ ନିଯୋଗ ଓ ଭଣ୍ଡାର ମେକାପ ନିଯୋଗ ସହ ଆଲୋଚନା ପରେ ସମାଧାନର ବାଟ ବାହାରିଛି। ଦୋଳପୂର୍ଣ୍ଣମୀ (Dolapurnami) ରେ ହେବାକୁ ଥିବା ସୁନାବେଶକୁ ସୃଙ୍ଖଳିତ ଓ ବିବାଦ ମୁକ୍ତ କରାଯିବ।

Also Read: ନକଲି ଟଙ୍କତୋରାଣି! ଶ୍ରୀମନ୍ଦିର ବାହାରେ ହେଉଛି ବିକ୍ରି

ପୂର୍ବରୁ ବେଶକୁ ନେଇ ବିବାଦ ହେଉନଥିଲା। କିନ୍ତୁ Lord Jagannath ନାଗାର୍ଜ୍ଜୁନ ବେଶ ଠାରୁ ଏହି ବିବାଦ ମୁଣ୍ଡ ଟେକିଛି। ଜିଲ୍ଲାପାଳଙ୍କ ବୁଝାଇବା ସତ୍ତ୍ୱେ ସିଂହାରୀ ଓ ପାଳିଆ ମେକାପ ନିଜ ନିଜ ଜିଦରେ ଅଟଳ ଅଛନ୍ତି। ଆଗକୁ ଦୋଳପୂର୍ଣ୍ଣମୀ। ତେବେ କିଭଳି ଶୃଙ୍ଖଳିତ ହେବ ସୁନାବେଶ ତାହା ଉପରେ ଜଗନ୍ନାଥପ୍ରେମିଙ୍କ ନଜର ରହିଛି।