Puri Market Complex Fire: ଦୀର୍ଘ ୩୬ ଘଣ୍ଚା ପରେ କାବୁ ହେଲା ନିଆଁ, ଛାରଖାର କୋଟି କୋଟି ଟଙ୍କାର ସମ୍ପତ୍ତି
Advertisement
Article Detail0/zeeodisha/odisha1603323

Puri Market Complex Fire: ଦୀର୍ଘ ୩୬ ଘଣ୍ଚା ପରେ କାବୁ ହେଲା ନିଆଁ, ଛାରଖାର କୋଟି କୋଟି ଟଙ୍କାର ସମ୍ପତ୍ତି

Puri Market Complex Fire: ଦୀର୍ଘ ୩୬ ଘଣ୍ଟାପରେ ଆୟତ୍ତକୁ ଆସି ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେସରେ ଲାଗିଥିବା ନିଆଁ । ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବାହିନୀ । ଏନେଇ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି । 

ସୌ(ସୋସିଆଲ ମିଡିଆ)

Puri Market Complex Fire: ଦୀର୍ଘ ୩୬ ଘଣ୍ଟାପରେ ଆୟତ୍ତକୁ ଆସି ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେସରେ ଲାଗିଥିବା ନିଆଁ । ଦୀର୍ଘ ସମୟର କସରତ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବାହିନୀ । ଏନେଇ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି । ହୋଲି ଦିନ ଅର୍ଥାତ୍ ବୁଧବାର ରାତି ପ୍ରାୟ ୮ଟା ସମୟରେ ଏଠାରେ ନିଆଁ ଲାଗିଥିଲା। ତେବେ ପ୍ରଥମେ ଯାତ୍ରୀ ମାନଙ୍କ ଜୀବନ ବଞ୍ଚାଇବାକୁ ପ୍ରାଥମିକତା ଦିଆଯାଇଥଲା, ପରେ ନିଆଁ ଲିଭାଇବାରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ଦିନରାତି ଏକ କରିଦେଇଥିଲେ । ଶେଷରେ ଆଜି ନିଆଁକୁ ଆୟତ୍ତ କରାଯାଇଛି ।

ସୂଚନାଯୋଗ୍ୟ, ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଆକ୍ସିଜେନ ମାକ୍ସ ପିନ୍ଧି ଧୂଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ କରାଯାଇଥିଲା । ଢେର ସମୟର କସରତ ପରେ ନିଆଁ ଓ ଧୂଆଁକୁ ସଂପୂର୍ଣ୍ଣ ଭାବେ ଆୟତ କରାଯାଇଛି । ଏଥିରେ ୪୩ଟି ଦୋକାନ ଘର ସମେତ ହୋଟେଲ ଓ ଫ୍ୟାସନ ସେଣ୍ଟର ଜଳି ଛାରଖାର ହୋଇଯାଇଛି । ଏଥିରେ ପ୍ରାୟ ୭ କୋଟିର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଶ୍ରୀ ମନ୍ଦିର ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ବଡ଼ ଧରଣର ଅଗ୍ନିକାଣ୍ତ ଘଟିଛି । ତେବେ ଆଗକୁ ଯେପରି ଏମିତି ଘଟଣାର ପୁନରାବୃତ୍ତି ନହୁ୍ଏ ଘର, ହୋଟେଲ ଓ ଦୋକାନ ଘର ତିଆରି କଲେ ଅଗ୍ନି ନିରାପତ୍ତା ଉପରେ ବିଶେଷ ଧ୍ୟାନ ଦେବାକୁ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।  ଆଗକୁ ସବୁ ମାର୍କେଟ କଂପ୍ଲେସ, ମଲ ଓ ହୋଟେଲ ମାନଙ୍କରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଯାଞ୍ଚ ସହ ପିକେଡ଼ିଏ ପ୍ଲାନିଂ ବ୍ୟବସ୍ଥା ମଧ୍ଯ ଯାଞ୍ଚ କରାଯିବ ।

Also Read-Matric Board Exam: ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, କପି ରୋକିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା