ପୁରୀରେ ବୁଲିଲା ପ୍ରଚାର ଗାଡ଼ି
Advertisement
Article Detail0/zeeodisha/odisha699694

ପୁରୀରେ ବୁଲିଲା ପ୍ରଚାର ଗାଡ଼ି

ଏବେ କେବଳ ସୁପ୍ରିମକୋର୍ଟଙ୍କ ହଁ କୁ ଅପେକ୍ଷା । ରାଜ୍ୟ ଓ କେନ୍ଦ୍ର ସରକାର ରାଜି । ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠ ଦାଖଲ ହୋଇସାରିଛି । 

ଫାଇଲ ଫଟୋ

ପୁରୀ: ରଥଯାତ୍ରା ପ୍ରସଙ୍ଗରେ ଗତ ୧୮ ତାରିଖରେ ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ ଶୁଣାଣି କରିଥିଲେ, ତାର ସଂଶୋଧନ ପାଇଁ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଗ୍ରହଣ କରିଛନ୍ତି । ଯାହା ପରେ ଆଶା ଉଜ୍ଜୀବିତ ହୋଇଛି । ଆଉ ଏହାରି ମଧ୍ୟରେ ପୁରୀରେ ପ୍ରଚାର ଗାଡ଼ି ବୁଲିଛି । ସିଂହଦ୍ଵାରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଉଠା ଦୋକାନ ଗୁଡ଼ିକ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅର୍ଥାତ ବର୍ତ୍ତମାନର ସ୍ଥିତି କହୁଛି, ସୁପ୍ରିମକୋର୍ଟରୁ ଗ୍ରୀନ ସିଗନାଲ ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତିକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ପୁରୀ ପୌର ପରିଷଦ ପକ୍ଷରୁ ଏହି ପ୍ରଚାର ଗାଡ଼ି ବୁଲିବା ଆରମ୍ଭ ହୋଇଛି । 

ଏବେ କେବଳ ସୁପ୍ରିମକୋର୍ଟଙ୍କ ହଁ କୁ ଅପେକ୍ଷା । ରାଜ୍ୟ ଓ କେନ୍ଦ୍ର ସରକାର ରାଜି । ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠ ଦାଖଲ ହୋଇସାରିଛି । ପୂର୍ବ ରାୟର ସଂଶୋଧନ ପାଇଁ ଦେଶର ସର୍ବୋଚ୍ଚ ଅଦାଲତ ରାଜି ମଧ୍ୟ ହୋଇସାରିଛନ୍ତି । ଅଳ୍ପ ସମୟ ଭିତରେ ୩ ଜଣିଆ ବେଞ୍ଚ ଏହାର ଶୁଣାଣି କରିବେ । 

ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ସତ୍ୟପାଠ ଦାଖଲ କରିଛନ୍ତି । ତେବେ କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଏହି ସତ୍ୟପାଠ ଦାଖଲ ହୋଇଛି । ବିନାଭକ୍ତରେ ରଥଯାତ୍ରା କରିବା ପାଇଁ ସତ୍ୟପାଠରେ କୁହାଯାଇଛି । ଗଜପତି ମହାରାଜ ଗତକାଲି ଏନେଇ ପ୍ରସ୍ତାବ ଦେଇଥିଲେ ।

ତେବେ ପୁରୀ ରଥଯାତ୍ରା ପାଇଁ କେନ୍ଦ୍ର ସରକାର ମଧ୍ୟ ସମ୍ମତି ଜଣାଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କହିଛନ୍ତି, ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି । ତେଣୁ ଏହାକୁ ବନ୍ଦ କରାନଯାଉ । ସେହିପରି ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମଧ୍ୟ ସେ ପ୍ରସ୍ତାବ ରଖିଛନ୍ତି ।