ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ସମ୍ମାନିତ, ଗଞ୍ଜାମ ଓ ଖୋର୍ଦ୍ଧାକୁ ବି ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର
Advertisement
Article Detail0/zeeodisha/odisha1169196

ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ସମ୍ମାନିତ, ଗଞ୍ଜାମ ଓ ଖୋର୍ଦ୍ଧାକୁ ବି ମୁଖ୍ୟମନ୍ତ୍ରୀ ଦେଲେ ପୁରସ୍କାର

ରାୟଗଡା (Rayagada) ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମାଜିକ ସୁରକ୍ଷା ଯୋଜନା (Social Security) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା କରିଛନ୍ତି। 

ସାମାଜିକ ସୁରକ୍ଷା କ୍ଷେତ୍ରରେ ରାୟଗଡ଼ା ସମ୍ମାନିତ, ଗଞ୍ଜାମ ଓ ଖୋର୍ଦ୍ଧାକୁ ବି ପୁରସ୍କାର

ରାୟଗଡ଼ା: ସାମାଜିକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ ରାୟଗଡ଼ା ରାୟଗଡ଼ା ଜିଲ୍ଲାକୁ ସମ୍ମାନୀତ କରାଯାଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପୁରସ୍କାର ଗ୍ରହଣ କରିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ତୃଣମୂଳ ସ୍ତରରୁ ସମସ୍ତଙ୍କ ସହଯୋଗ ପାଇଁ ଆଜି ଏହା ସମ୍ଭବ ହୋଇ ପାରିଛି ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି। 

ରାୟଗଡା (Rayagada) ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ସାମାଜିକ ସୁରକ୍ଷା ଯୋଜନା (Social Security) ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା କରିଛନ୍ତି। ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ମଧୁବାବୁ ପେନସନ ଯୋଜନା, ଭିନ୍ନକ୍ଷମ ଭତ୍ତା ଓ ସଶକ୍ତିକରଣ କାର୍ଯ୍ୟକ୍ଷେତ୍ରରେ ରାୟଗଡା ଉଲ୍ଲେଖନୀୟ କୃତିତ୍ତ୍ୱ ହାସଲ କରିଛି। ଏହି ମାନଦଣ୍ଡକୁ ଆଧାର କରି ଇଣ୍ଡିଆ ଟୁଡେ ଗ୍ରୁଫ ତରଫରୁ ଜିଲ୍ଲାକୁ ଚୟନ କରାଯାଇଥିଲା। 

Also Read: ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ; ଜାଣନ୍ତୁ, କ'ଣ ରହିଛି କାର୍ଯ୍ୟକ୍ରମ?

ବିଭିନ୍ନ ଉନ୍ନୟନମୂଳକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକୁ ବିଭିନ୍ନ ମାପଦଣ୍ଡରେ ବିଚାରକୁ ନେଇ ଦେଶ ବା ରାଜ୍ୟ ମଧ୍ୟରେ ଜିଲ୍ଲା ଚୟନ କରି ପୁରସ୍କୃତ କରିବା କ୍ଷେତ୍ରରେ ଇଣ୍ଡିଆ ଟୁଡେ ମାଗାଜିନ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ। ପ୍ରତ୍ୟେକ ବର୍ଷ ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ରମ ଆୟୋଜନ କରି ଉତ୍ସାହିତ କରିଥାଏ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡ଼ିଶାର କିଟ ବିଶ୍ୱବିଦ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୂଖ୍ୟ ସଚିବ ସୁରେଶ ମହାପାତ୍ର, ଇଣ୍ଡିଆ ଟୁଡ଼େ ଗ୍ରୁଫ ଏଡିଟର ରଜ ଚେଙ୍ଗପ୍ପା ଯୋଗଦାନ କରି ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପୁରସ୍କୃତ କରିଥିଲେ।

fallback

ରାୟଗଡା ଜିଲ୍ଲା ସମେତ ରାଜ୍ୟର ଅନ୍ୟ ଜିଲ୍ଲା ଗୁଡିକୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ଶୁକ୍ରବାର ମୁଖ୍ୟମନ୍ତ୍ରୀ (CM Naveen Patnaik) ପୁରସ୍କୃତ କରିଥିଲେ। ସ୍ୱାସ୍ଥ୍ୟ ଓ ଡିଜିଟାଲ କଭରେଜ ପାଇଁ ସମ୍ବଲପୁର ଜିଲ୍ଲା, ଶିକ୍ଷା, ଦକ୍ଷତା ଵୃଦ୍ଧି, ପରିମଳ ଓ ଆର୍ଥିକ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲା, ଭିତ୍ତିଭୂମି ପାଇଁ ଝାରସୁଗୁଡା, କୃଷି ପାଇଁ ବରଗଡ଼, ଆଇନ ଶୃଙ୍ଖଳା ପାଇଁ ଗଞ୍ଜାମ, ନାରୀ ଶିକ୍ଷା ପାଇଁ ଭଦ୍ରକ ଜିଲ୍ଲାକୁ ପୁରସ୍କୃତ କରାଯାଇଛି।