Srimandir Rituals Delayed: ସମନ୍ୱୟ ଅଭାବରୁ ହୋଇପାରିଲା ନାହିଁ ରାତ୍ର ପହୁଡ଼ ନୀତି, ଅନିଦ୍ରା ରହିଲେ ମହାପ୍ରଭୁ
Advertisement
Article Detail0/zeeodisha/odisha1700245

Srimandir Rituals Delayed: ସମନ୍ୱୟ ଅଭାବରୁ ହୋଇପାରିଲା ନାହିଁ ରାତ୍ର ପହୁଡ଼ ନୀତି, ଅନିଦ୍ରା ରହିଲେ ମହାପ୍ରଭୁ

Rituals Delayed In Srimandir: ସମନ୍ଵୟ ଅଭାବରୁ ଗତକାଲି ହୋଇ ପାରିଲା ନାହିଁ ରାତ୍ର ପହୁଡ଼ ନୀତି। ଯାହା ଫଳରେ ରାତି ଅନିଦ୍ରା ରହିଛନ୍ତି ମହାପ୍ରଭୁ।

Srimandir Rituals Delayed: ସମନ୍ୱୟ ଅଭାବରୁ ହୋଇପାରିଲା ନାହିଁ ରାତ୍ର ପହୁଡ଼ ନୀତି, ଅନିଦ୍ରା ରହିଲେ ମହାପ୍ରଭୁ

Jal Krida Ekadashi Celebration In Srimandir: ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଚାଲିଥିବା ବେଳେ ଗତ ସୋମବାର ଥିଲା ଜଳକ୍ରୀଡା ଏକାଦଶୀ। ହେଲେ ସମନ୍ଵୟ ଅଭାବରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ଗତକାଲି ଅହେତୁକ ବିଳମ୍ୱ କାରଣରୁ ରାତ୍ର ପହୁଡ଼ ନୀତି ହୋଇ ପାରିଲା ନାହିଁ। ଯାହା ଫଳରେ ମହାପ୍ରଭୁ ରାତି ଅନିଦ୍ରା ରହିଲେ। ଏଭଳି ନୀତି ବିଳମ୍ୱ ଏବଂ ମହାପ୍ରଭୁ ରାତି ଅନିଦ୍ରା ରହିବାକୁ ନେଇ ଜଗନ୍ନାଥ ପ୍ରେମୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହାପ୍ରଭୁଙ୍କ ସେବାରେ ମାଳ ମାଳ ସେବାୟତ ଏବଂ ପ୍ରଶାସନିକ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ନୀତି ବିଳମ୍ବ କାରଣରୁ ମହାପ୍ରଭୁ ସାରା ରାତି ଅନିଦ୍ରା ରହିବା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି। 

ଜଗନ୍ନାଥ ପ୍ରେମୀ ଏହି ଘଟଣାକୁ ନେଇ ସିଧାସଳଖ ଶ୍ରୀମନ୍ଦିର ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି। ଶ୍ରୀମନ୍ଦିରରେ ସିଧାସଳଖ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଜଣେ ନୀତି ପ୍ରଶାସକ ନିଯୁକ୍ତ ଥିବା ବେଳେ ସେ ଜମା ମଧ୍ୟ ଠିକରେ ଦାୟିତ୍ଵ ତୁଲାଉ ନଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକ କେବଳ ଏସି ରୁମ ମଧ୍ୟରେ ବସି କାଗଜ ପତ୍ର କାମ କରୁଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ କ୍ଷେତ୍ର ପରିଦର୍ଶନ ଠିକରେ କରୁନଥିବା ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି। ନୀତି ବିଳମ୍ୱ ହେଲେ ଦାୟୀ ସେବାୟତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାର ନିୟମ ରହିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହି ନିୟମ କେବଳ କାଗଜ କଲମରେ ସୀମିତ ରଖିଥିବା ଅଭିଯୋଗ କରିଛନ୍ତି। 

Also Read: Rath Yatra 2023: ଜାରି ରହିଛି ମହାପ୍ରଭୁଙ୍କ ରଥ ନିର୍ମାଣ, ସେବାରେ ଲାଗିଛନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣକାରୀ ସେବକ

ତୁରନ୍ତ ସରକାର ମହାପ୍ରଭୁଙ୍କ ନୀତି କାନ୍ତିରେ ବିଳମ୍ୱ କରିଥିବା ଦୋଷୀ ପ୍ରଶାସନିକ ଅଧିକାରୀ ଏବଂ ସେବାୟତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି। ସେପଟେ ନୀତି ବିଳମ୍ବ ଏବଂ ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି ନ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ମହାପ୍ରଭୁଙ୍କ ଜଳ କ୍ରୀଡା ଏକାଦଶୀ ଏବଂ ସଂକ୍ରାନ୍ତି ରହିଥିବାରୁ ଦୈନନ୍ଦିନ ନୀତିକାନ୍ତି ସହ ଏହା କରିବା ବିଳମ୍ବିତ ହୋଇଥିଲା। ଏହାକୁ କେହି ଜାଣି ଶୁଣି କରିନାହାଁନ୍ତି। ହେଲେ ଆଗାମୀ ଦିନରେ ମହାପ୍ରଭୁଙ୍କ କିଭଳି ନୀତି ଶୃଙ୍ଖଳିତ ଏବଂ ସଠିକ୍ ସମୟରେ ହୋଇପାରିବ ସେ ନେଇ ସମୀକ୍ଷା ହେବ। 

Also Read: Puri News: ରଥ ଖଳା ହାଲଚାଲ, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

 

ଆସନ୍ତା ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହେବ। ମହାପ୍ରଭୁଙ୍କ ନୀତି ଶୃଙ୍ଖଳିତ କରିବା ପାଇଁ ସେବାୟତଙ୍କୁ ସଚେତନ କରାଯିବ। ଭକ୍ତ ସୁବିଧା ପାଇଁ ଆସନ୍ତା ମେ ୩୦ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହାର ଅଂଶ କାର୍ଯ୍ୟ ଶେଷ ହେବ।  ଯାହା ଫଳରେ ଲୋକେ ଯାତାୟାତ ନେଇ ଭୋଗୁଥିବା ଅସୁବିଧା ଆଉ ରହିବ ନାହିଁ। ହେଲେ ପରିକ୍ରମା ପ୍ରକଳ୍ପର ଆଭ୍ୟନ୍ତରୀଣ ନିର୍ମାଣ ଏବଂ ସୋନ୍ଦର୍ଯ୍ୟକରଣ କାର୍ଯ୍ଯ ଆସନ୍ତା ନଭେମ୍ବର ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣାଇଛନ୍ତି।