ହୀରାକୁଦରେ ନୂଆ ଅତିଥି; ବଢ଼ିଲା ବିଦେଶାଗତ ବିହଙ୍ଗଙ୍କ ପ୍ରଜାତି ଓ ସଂଖ୍ୟା
Advertisement
Article Detail0/zeeodisha/odisha1068440

ହୀରାକୁଦରେ ନୂଆ ଅତିଥି; ବଢ଼ିଲା ବିଦେଶାଗତ ବିହଙ୍ଗଙ୍କ ପ୍ରଜାତି ଓ ସଂଖ୍ୟା

ଗତ ୭ ତାରିଖରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ ବିଭାଗ ପକ୍ଷୀଗଣନା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ହୀରାକୁଦକୁ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଛନ୍ତି। ଏହାସହ ଏଥର ୧୯ଟି ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ଜଣାପଡିଛି।

ଡିଜାଇନ୍ ଫଟୋ

ସମ୍ବଲପୁର: ପ୍ରତ୍ୟେକ ବର୍ଷ ଶୀତ କାଳରେ ରାଜ୍ୟକୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୁଏ। ଏମାନଙ୍କ ଆଗମନରେ ପ୍ରକୃତିରାଣୀର ଶୋଭା ବୃଦ୍ଧି ପାଇଛି। ଚଳିତ ବର୍ଷ ହୀରାକୁଦକୁ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଛନ୍ତି। ଏଥର ୧୯ଟି ନୂଆ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି ବୋଲି ସମ୍ବଲପୁର ଡ଼ିଏଫଓ, ଅଂଶୁ ପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।

ଗତ ୭ ତାରିଖରେ ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ବନ ବିଭାଗ ପକ୍ଷୀଗଣନା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ହୀରାକୁଦକୁ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଛନ୍ତି। ଏହାସହ ଏଥର ୧୯ଟି ନୂଆ ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଥିବା ଜଣାପଡିଛି। ନୂଆ ପ୍ରଜାତିରେ ବ୍ଲାକ ବିଟେମ (Black Bittem), ପେରିଗ୍ରୀନ ଫାଲକନ( Perigrine Falcon) , ସ୍ବିଫ୍ଟ (Swift), ବ୍ଲାକ ହେଡେଡ ଲିବିସ(Black headed Lbis) , ରୁଡି କ୍ରେକ୍ (Ruddy Crake) , ହ୍ବାଇଟ ବେଲିଡ ସି (White Bellied Sea) ଓ ଇଗଲ (Eagle) ରହିଛନ୍ତି। 

Also Read: ଅଜଣା ଶବସତ୍କାର କଲେ ଜିଲ୍ଲାପାଳ, ଏସପି

ସେହିପରି ଫୁଲଭୋସ୍ ୱିଷ୍ଟଲିଂ ଡକ୍ (Fulvouswhistling Duck), ପିଡବଚଚାର୍ଟ (Piedbushchart) , ଲଙ୍ଗ ଟେଲଡ ସ୍ରିକ (Long tailed Shrike) , ଷ୍ଟ୍ରିଟେଡ୍ ହେରୋନ୍ (Striated Heron) , ପ୍ୟାଡି ଫିଲଡ ପିପିଟ( Paddyfield Pipit) , ବ୍ଲାକ ସୋଲଡର କାଇଟ (Black Shoulder Kite) , ବିୟର୍ସ ପୋଚାର୍ଡ (Bear's Pochard) , ଓ୍ବେଷ୍ଟର୍ଣ୍ଣ ୟେଲୋ ଓ୍ବାଗଟେଲ (Western Yellow Wagtail) , ନୋବ ବିଲ୍ଡ୍ ଡକ୍ (Knob Billed Duck) , ସାଇବରିଆନ୍ ରୁବି ଥ୍ରୋଟ (Siberian Rubby Throat), ରେଡୱିଙ୍ଗ୍ ବୁଶ୍ ଲାର୍କ (Redwinged Bush Lark) , କ୍ରେଷ୍ଟେଡ୍ ଲାର୍କ (Crested Lark) ଓ ଗ୍ରୀନ ସ୍ୟାଣ୍ଡ ପିପର (Green Sand Piper) ଆଦି ପ୍ରଜାତିର ପକ୍ଷୀ ହୀରାକୁଦକୁ ଆସିଛନ୍ତି।

ଚଳିତ ବର୍ଷ ହୀରାକୁଦକୁ ଲେଜର ଓ୍ବିସଲିଙ୍ଗ ଡକ (Lesser Whistling Duck) ୫୨୩୩୭, ଟୁଫଟେଡ ଡକ (Tufted Duck) ୨୭୬୭୭, କମନ କୋର୍ଟ (Common Coot) ୨୧୨୪୪, ଲିଟିଲ କର୍ମୋରାର୍ଣ୍ଣ (Little Cormorant) ୧୩୧୭୬ ଓ ରେଡ କ୍ରିସଟେଡ ପୋଚାର୍ଡ (Red Crested Pochard) ୧୧୨୨୦ ସଂଖ୍ୟକ ଆସିଥିବା ସୂଚନା ଦିଆଯାଇଛି। ଏହା ସହ ବିଗତ ବର୍ଷ ଗୁଡ଼ିକ ଅପେକ୍ଷା ଏଥର ସର୍ବାଧିକ ପକ୍ଷୀ ଆସିଛନ୍ତି। ଗତବର୍ଷ ୯୮ ପ୍ରଜାତିର ୧.୨୪ ଲକ୍ଷ ପକ୍ଷୀ ଆସିଥିବା ବେଳେ ଚଳିତ ବର୍ଷ ୧୦୪ ପ୍ରଜାତିର ୨.୦୮ ଲକ୍ଷ ପକ୍ଷୀ ଆସିଥିବା ଡିଏଫ କହିଛନ୍ତି।