ସମ୍ବଲପୁର: ସାମନାକୁ ଆସିଲା ଲକଡାଉନର ଆଉ ଏକ ନଗ୍ନ ଚିତ୍ର । ଶିଶୁ ଖଲିପତ୍ର ଚାଟିବା ପରେ ଏବେ ଡ଼ଷ୍ଟବିନରେ ଖାଦ୍ୟ ଖୋଜୁଛି ଭୋକିଲା ମଣିଷ। ଭଦ୍ର ସମାଜରେ ଏଭଳି ଏକ ନଗ୍ନ ଚିତ୍ର ସମ୍ବଲପୁର ସହରର ବୁଢାରାଜା ଅଞ୍ଚଳରେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ସମ୍ବଲପୁର (Sambalpur) ସହରର ମୁଖ୍ୟ ରାସ୍ତା ବୁଢ଼ାରାଜା ଅଞ୍ଚଳର କ୍ରୀଷ୍ଣା ସୁଇଟ୍ସର ରାସ୍ତା ଅପର ପାର୍ଶ୍ଵରେ ଥିବା ଏକ ଡ଼ଷ୍ଟବିନରୁ ଗୁରୁବାର ଜଣେ ଲୋକ ଖାଦ୍ୟ ଅନ୍ୱେଷଣ କରି ଖାଉଥିବାର ଦେଖାଯାଇଥିଲା। ସେ ଭୋକରେ ଥିବାର ଜଣା ପଡ଼ୁଥିଲା। ଡଷ୍ଟବିନ ଭିତରୁ ସେ ପଚାସଢା ଅସନା ଖାଦ୍ୟ ଆଣି ଖାଉଥିଲେ। ଏଭଳି ଦୃଶ୍ୟ ଦେଖି ସ୍ୱେଚ୍ଛାସେବୀ ଅନୁଷ୍ଠାନ "ସ୍ୱେଚ୍ଛା" ର ସଦସ୍ୟ ଦିଲ୍ଲୀପ ପଣ୍ଡା ସେହି ଲୋକଟିକୁ ଖାଇବାକୁ ଦେଇଥିଲେ।


Also Read: କିଏ ଘଣ୍ଟ ଘୋଡାଉଛି? ଗିରଫ ପାଇଁ ଯଥେଷ୍ଟ ନୁହଁ ମୃତ୍ୟୁକାଳୀନ ଜମାନବନ୍ଦୀ


ପୂର୍ବବର୍ଷ ଲକଡାଉନ (Lockdown) ସମୟରେ ମଧ୍ୟ ଏହି "ସ୍ୱାଇଛା" ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ଦିନ ଭୋକିଲାଙ୍କୁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ଏଥର ମଧ୍ୟ ଏହି ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ଦିନ ଭୋକିଲାମାନଙ୍କୁ ଖାଦ୍ୟ ବଣ୍ଟନର ବ୍ୟବସ୍ଥା କରାଯାଉଛି। ଦିଲୀପ ତାଙ୍କୁ ଖାଦ୍ୟ ଦେଲାପରେ ସେ ପୂର୍ବରୁ ଖାଉଥିବା ଖାଦ୍ୟ ଖାଉଖାଉ ସେହି ଖାଦ୍ୟ ରଖିଦେବା ପାଇଁ କହିଥିଲା ବୋଲି ଦିଲୀପ ସୂଚନା ଦେଇଛନ୍ତି। 



ଫୋଟୋକୁ ଭଲଭାବରେ ଦେଖିଲେ ଡଷ୍ଟବିନ (Dustbin) ରୁ ଅସନା ଖାଦ୍ୟ ଆଣି କାନ୍ଥ ଉପରେ ବସି ଖାଉଥିବାର ଦେଖାଯାଉଛି। କିଛି ଦିନ ପୂର୍ବେ କୋଇଡା (Koida) ଅଞ୍ଚଳରେ ଜଣେ ଶିଶୁ ଅଇଁଠା ଖଲି ଚାଟିବା ଘଟଣା ରାଜ୍ୟ ତଥା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ପରେ ଝାରସୁଗୁଡା ହସ୍ପିଟାଲ (Jharsuguda Hospital) ଓ ସାଲେପୁର ଅଞ୍ଚଳରୁ କ୍ଷୁଧାର ବିକରାଳ ଦୃଶ୍ୟ ଦେଖିବାକୁ ମିଳିଥିଲା।


Also Read: ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧ, ଭିଡିଓ ଭାଇରାଲ


ଗୋଟିଏ ପଟେ ଭୋକିଲା ପେଟରେ ଗଣ୍ଡାଏ ଦାନା ଦେବାକୁ ଅସମର୍ଥ ଥିବା ବେଳେ ସେପଟେ ରାଜ୍ୟରେ କେହି ଭୋକିଲା ରହିବେ ନାହିଁ ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି। ତେବେ ଏହି ସବୁ ଦୃଶ୍ୟ ଦେଖିଲେ ସରକାରଙ୍କ ଯୋଜନାର କାର୍ଯ୍ୟକାରିତା ଉପରେ ଅନେକ ପ୍ରଶ୍ନ ଉଠୁଛି। ଯଦି ଜନତା କେବଳ ସରକାରୀ ଯୋଜନା ଭରସାରେ ରହିବେ ତେବେ ଭୋକରେ ମରିବା ଥୟ। "ସ୍ୱେଚ୍ଛା" ପରି ଅନେକ ସ୍ୱଚ୍ଛାସେବୀ ଅନୁଷ୍ଠାନ ଅଛନ୍ତି ଯେଉଁମାନେ ନିରାଶ ବ୍ୟକ୍ତିଙ୍କ ଆଶା ପାଲଟିଛନ୍ତି।