ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧ, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha890051

ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧ, ଭିଡିଓ ଭାଇରାଲ

ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଜଣେ ବୃଦ୍ଧ ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବା ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଥିବା ବୃଦ୍ଧ ଜଣକ କିଏ ଏହାର ସ୍ପଷ୍ଟ ତଥ୍ୟ ମିଳିନାହିଁ। କିନ୍ତୁ ସେ ବୃଦ୍ଧଟି ଅତି ବିକଳ ହୋଇ ଡ଼ଷ୍ଟବିନରେ ଫିଙ୍ଗାଯାଇଥିବା ଖାଉଥିବା ଜଣା ପଡୁଛି।

ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଉଛନ୍ତି ବୃଦ୍ଧ, ଭିଡିଓ ଭାଇରାଲ

ଝାରସୁଗୁଡ଼ା: କିଛି ଦିନ ତଳେ ସୁନ୍ଦରଗଡ଼ କୋଇଡା ଅଂଚଳର ଏକ ଶିଶୁ ଖଲି ଚାଟିବା ଘଟଣା ସମସ୍ତଙ୍କୁ ବିଚଳିତ କରିଥିଲା। ଠିକ ଏମିତି ଆଉ ଏକ ଦୃଶ୍ୟ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାରେ ଜଣେ ବୃଦ୍ଧ ହସ୍ପିଟାଲର ଡ଼ଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବା ଭିଡ଼ିଓ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ଥିବା ବୃଦ୍ଧ ଜଣକ କିଏ ଏହାର ସ୍ପଷ୍ଟ ତଥ୍ୟ ମିଳିନାହିଁ। କିନ୍ତୁ ସେ ବୃଦ୍ଧଟି ଅତି ବିକଳ ହୋଇ ଡ଼ଷ୍ଟବିନରେ ଫିଙ୍ଗାଯାଇଥିବା ଖାଉଥିବା ଜଣା ପଡୁଛି। 

ଭୋକ ଓ ଭୋକିଲାର ଏକ କରାଳ ଦୃଶ୍ୟର ଏକ ଭିଡିଓ ଏବେ ଝାରସୁଗୁଡା ଜିଲ୍ଲାରେ ଭାଇରାଲ ହୋଇଛି। ଭିଡିଓଟିରେ ଜଣେ ବୃଦ୍ଧ ଏକ ଡଷ୍ଟବିନ ଭିତରୁ ଖାଇବା ବାହାର କରି ଖାଉଥିବାର ଦେଖିବାକୁ ମିଳୁଛି। ବୃଦ୍ଧଟି ଫିଙ୍ଗାଯାଇଥିବା ଖାଦ୍ୟ ଖାଉଥିବା ବେଳେ ପାଖରେ ଦୁଇଜଣ ବ୍ୟକ୍ତି ବସିଥିବାର ମଧ୍ୟ ଭିଡ଼ିଓ ରେ ଜଣାପଡୁଛି। ତେବେ  
ଅନେକ ଏହା ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲାବାରିସ ରୁମ ନିକଟର ଦୃଶ୍ୟ ବୋଲି ଅନୁମାନ କରାଯାଉଛି। 

fallback

ତେବେ ଏହି ଭିଡ଼ିଓଟି ଏଯାଏଁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ନା ଆଉ କୋଉ ସ୍ଥାନର ତାହା ସ୍ପଷ୍ଟ ଭାବରେ ଜଣା ପଡ଼ିନାହିଁ। ଏଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଲାଲ ମୋହନ ରାଉତରାୟଙ୍କୁ ପଚାରିବାରୁ କହିଛନ୍ତି ଯେ, ସେ ଏ ବିଷୟରେ ଅବଗତ ନଥିଲେ। ହେଲେ ଏନେଇ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବେ। ତେବେ ଏପରି ହୃଦ ବିଦାରକ ଘଟଣା ଯେପରି ନଘଟେ ସେଥିପ୍ରତି ଧ୍ୟାନ ଦିଆଯିବ।