ଅଧ୍ୟାପକ ଅକ୍ଷୟ ମିଶ୍ରଙ୍କ ନୂଆ ଉଦ୍ଭାବନ 'ଧାନଶୁଖା ପ୍ରୋ'
Advertisement
Article Detail0/zeeodisha/odisha951223

ଅଧ୍ୟାପକ ଅକ୍ଷୟ ମିଶ୍ରଙ୍କ ନୂଆ ଉଦ୍ଭାବନ 'ଧାନଶୁଖା ପ୍ରୋ'

ଅକ୍ଷୟଙ୍କର ଏହି ନୂଆ ମେସିନ ଯୋଗୁ ଧାନ ବିକ୍ରି ସମୟରେ ଅଧିକ ଆଦ୍ରତା ଯୋଗୁଁ କ୍ଷତି ସହୁଥିବା ଚାଷୀ ଉପକୃତ ହେବା ସହ ନିଜ ବନ୍ଧୁ ମଧ୍ୟ ଉପକୃତ ହୋଇ ପାରିଛନ୍ତି। ନୂଆପଡା ଜିଲ୍ଲା ମହାମାୟା ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର HOD ଭାବେ କାର୍ଯ୍ୟରତ ଅଛନ୍ତି ଅକ୍ଷୟ ମିଶ୍ର। 'ଧାନଶୁଖା ପ୍ରୋ' ବର୍ଷାରେ ଭିଜି ଯାଇଥିବା ଧାନକୁ ଅତିକମ୍ ସମୟ ମଧ୍ୟରେ ଶୁଖାଇ ପାରିବ ବୋଲି ସେ ଦାବି କରିଛନ୍ତି।

ଅଧ୍ୟାପକ ଅକ୍ଷୟ ମିଶ୍ରଙ୍କ ନୂଆ ଉଦ୍ଭାବନ 'ଧାନଶୁଖା ପ୍ରୋ'

ସମ୍ବଲପୁର: ନିଜ ସାଙ୍ଗର ସମସ୍ୟା ଦେଖାଇଲା ଉଦ୍ଭାବନର ନୂଆ ରାସ୍ତା। ଧାନ ଭିଜି ଯିବାରୁ ବିକ୍ରି କରିନପାରି ଚିନ୍ତିତ ଥିବା ସାଙ୍ଗକୁ ଦେଖି ମନ ବୁଝିଲାନି। ଆଉ ସମସ୍ୟାର ରାସ୍ତା ଖୋଜୁ ଖୋଜୁ ଉଦ୍ଭାବନ କଲେ ସମାଧାନର ସୂତ୍ର ଚିରସ୍ଥାୟୀ ମେସିନ 'ଧାନଶୁଖା ପ୍ରୋ'। ଏମିତି  ଭାବରେ ସମ୍ବଲପୁରରେ ନୂତନ ଉଦ୍ଭାବନ କରି ଏବେ ଚର୍ଚ୍ଚାର ପରିସରରେ ରହିଛନ୍ତି ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର। 

ସମ୍ବଲପୁର ଜିଲ୍ଲାର ତାଲବ ପଞ୍ଚାୟତ ଭାଲୁକୁଦା ଗ୍ରାମର ଅଧ୍ୟାପକ ଅକ୍ଷୟ କୁମାର ମିଶ୍ର। ପେସାରେ ଅଧ୍ୟାପକ ଥିବା ଅକ୍ଷୟଙ୍କ ନିଶା କିନ୍ତୁ କୄଷି କ୍ଷେତ୍ରରେ ନୂତନ ଜିନିଷ ଆବିଷ୍କାର କରିବା। ପୁଣି ଥରେ ଅକ୍ଷୟ ମିଶ୍ର ତାଙ୍କର ନୂଆ ଚାଷୀ ଉପକୃତ ହେବା ଭଳି ମେସିନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏଥର ସାଙ୍ଗର ସମସ୍ୟା ତାଙ୍କୁ ଉଦ୍ଭାବନର ନୂଆ ରାସ୍ତା ଦେଖାଇଲା। ତାଙ୍କ ଜଣେ ସାଙ୍ଗଙ୍କ ଧାନ ଭିଜି ଯିବାରୁ ବିକ୍ରି କରିନପାରି ଚିନ୍ତିତ ଥିବା ଦେଖି ମନ ବୁଝିଲାନି। ସେହି ସମସ୍ୟାର ରାସ୍ତା ଖୋଜୁ ଖୋଜୁ ଅକ୍ଷୟ ଚିରସ୍ଥାୟୀ ମେସିନ ଉଦ୍ଭାବନ କଲେ। ଯାହାର ନାମ 'ଧାନଶୁଖା ପ୍ରୋ' ରଖାଯାଇଛି । 

Also Read: ରେଳ ଷ୍ଟେସନରେ ସ୍ଥିତି ପରିଖିଲେ Sambalpur DRM; ଖୁବଶୀଘ୍ର ଆରମ୍ଭ ହୋଇପାରେ ଉନ୍ନତିକରଣ କାର୍ଯ୍ୟ

ଅକ୍ଷୟଙ୍କର ଏହି ନୂଆ ମେସିନ ଯୋଗୁ ଧାନ ବିକ୍ରି ସମୟରେ ଅଧିକ ଆଦ୍ରତା ଯୋଗୁଁ କ୍ଷତି ସହୁଥିବା ଚାଷୀ ଉପକୃତ ହେବା ସହ ନିଜ ବନ୍ଧୁ ମଧ୍ୟ ଉପକୃତ ହୋଇ ପାରିଛନ୍ତି। ନୂଆପଡା ଜିଲ୍ଲା ମହାମାୟା ଡିଗ୍ରୀ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର HOD ଭାବେ କାର୍ଯ୍ୟରତ ଅଛନ୍ତି ଅକ୍ଷୟ ମିଶ୍ର। 'ଧାନଶୁଖା ପ୍ରୋ' ବର୍ଷାରେ ଭିଜି ଯାଇଥିବା ଧାନକୁ ଅତିକମ୍ ସମୟ ମଧ୍ୟରେ ଶୁଖାଇ ପାରିବ ବୋଲି ସେ ଦାବି କରିଛନ୍ତି। ସବୁଠୁ ବଡ କଥା ହେଉଛି କି ଧାନରେ 17 ପ୍ରତିଶତରୁ ଅଧିକ ଆଦ୍ରତା ରହିଲେ ଚାଷୀକୁ କ୍ବିଣ୍ଟାଲ ପିଛା ୧୫ରୁ ୧୮ କିଲୋଗ୍ରାମ ପର୍ଯ୍ୟନ୍ତ କଟନୀ ଛଟନୀର ଶିକାର ହେବାକୁ ପଡେ। ମାତ୍ର ଏହି 'ଧାନଶୁଖା ପ୍ରୋ' ମେସିନ ବ୍ୟବହାର ଫଳରେ ଚାଷୀଙ୍କୁ ଆଉ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବନାହିଁ। 

fallback

'ଧାନଶୁଖା ପ୍ରୋ' ମେସିନ ତିଆରି ପାଇଁ ଅଧ୍ୟାପକ ଅକ୍ଷୟ କୁମାର ମିଶ୍ରଙ୍କୁ ଏକ ମାସ ସମୟ ଲାଗିଛି। ଏଥିରେ କେତେକ ସହଯୋଗୀ ତାଙ୍କୁ ସହଯୋଗ କରିଛନ୍ତି। ଏହି ମେସିନରେ ସେ ହିଟର, କଣ୍ଡେନ୍ସର, ସର୍କିଟ ସହ ମୋବାଇଲର କିଛି ପରିତ୍ୟକ୍ତ ପାର୍ଟସ ବ୍ୟବହାର କରିଛନ୍ତି। ମାତ୍ର ୩ ହଜାର ଟଙ୍କା ବ୍ୟୟରେ ଏହାକୁ ତିଆରି କରିଛନ୍ତି। ଏହାର ବିଗର ଭର୍ସନ ମାତ୍ର ୩୦ ହଜାର ଟଙ୍କାରେ ତିଆରି ହୋଇ ପାରିବ ବୋଲି ଅଧ୍ୟାପକ ଅକ୍ଷୟ କହିଛନ୍ତି। ଆଉ ଏହା ଦ୍ୱାରା ଶହ ଶହ ଚାଷୀ ଉପକୃତ ହୋଇପାରିବେ ବୋଲି ମଧ୍ୟ ସେ ଦାବି କରିଛନ୍ତି । 

ଅଧ୍ୟାପକ ଅକ୍ଷୟ ମିଶ୍ର ତାଙ୍କର ଏହି ଟେକ୍ନୋଲୋଜିକୁ ସରକାର ଚାହିଁଲେ ସେ  ଦେଇ ପାରିବେ ବୋଲି କହିଛନ୍ତି। ତେବେ ସରକାର ଏହାର ବିଗର ଭର୍ସନ ପାଇଁ ପଦକ୍ଷେପ ନେଲେ ଚାଷୀ କୂଳ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।