ନିଜ ବାପାକୁ ପାଇଖାନା ଭିତରେ ଛାଡି ଚାଲିଗଲେ ପୁଅ ଓ ବହୂ,ଖାଇବାକୁ ପାଉନାହାନ୍ତି, ଅଭିଯୋଗ ଆଣିଲେ ଗ୍ରାମବାସୀ
Advertisement

ନିଜ ବାପାକୁ ପାଇଖାନା ଭିତରେ ଛାଡି ଚାଲିଗଲେ ପୁଅ ଓ ବହୂ,ଖାଇବାକୁ ପାଉନାହାନ୍ତି, ଅଭିଯୋଗ ଆଣିଲେ ଗ୍ରାମବାସୀ

କଥାରେ କୁହନ୍ତି ,ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ,ପିତାର ରେ ପ୍ରତିମା ପାନ୍ତି,ସର୍ବ ଦେବ ଦେବ । କୁହାଯାଏ ବାପା ହିମାଳୟ ମାତା ଧର୍ଯ୍ୟର ହିମାଳୟ.କିନ୍ତୁ ଏହିଭଳି ପୁତ୍ର ମାନେ ଦେବତା ମାନଙ୍କୁ ପୂଜା କରିବା ପାଇଁ ମନ୍ଦିରକୁ ଯାଇଥାନ୍ତି। କିନ୍ତୁ ନିଜ ସ୍ୱାର୍ଥ ପାଇଁ ବାପାକୁ ପାଇଖାନାରେ ଘରେ ଫୋପାଡ଼ି ଚାଲି ଚାଲିଯାଆନ୍ତି.ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ.ଯେଉଁଠି ଜଣେ ୯୫ବର୍ଷ ବୃଦ୍ଧ ବାପାଙ୍କୁ ଚଲିବା ପାଇଁ ପାଇଖାନା ହିଁ ଉପଯୋଗ ସ୍ଥାନ ଭାବି ଛାଡି ଚାଲିଗଲେ। 

 ନିଜ ବାପାକୁ ପାଇଖାନା ଭିତରେ ଛାଡି ଚାଲିଗଲେ ପୁଅ ଓ ବହୂ,ଖାଇବାକୁ ପାଉନାହାନ୍ତି, ଅଭିଯୋଗ ଆଣିଲେ ଗ୍ରାମବାସୀ

 

ବାପ ମା ପୁତ୍ର ଜନ୍ମ ପାଇଁ ବହୁ ଦେବୀ ଦେବତାଙ୍କ ପାଖରେ ପୂଜା ଅର୍ଚ୍ଚନା କରିଥାନ୍ତି | ନିଜେ ଉପାସ ରହି ତାଙ୍କୁ  ପାଠ ପଢ଼ାଇ ମଣିଷ କରିବା ଥାନ୍ତି ବୃଦ୍ଧ କାଳରେ ସାହା ହେବେ କିନ୍ତୁ ଏହାର ବିପରୀତ ସମାଜ ରେ ଏମିତି ଭି ପୁତ୍ର ଅଛନ୍ତି ଯିଏକି ନିଜ ସୁଖ ପାଇଁ ବାପା ମା ଙ୍କୁ ହତାଦର କରୁଛନ୍ତି |  ଏହି ଭଳି ଘଟଣା ଦେଖିବା କୁ ମିଳିଛି  ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ  ଖରାସାହାପୁର ଗାଁରେ ମାଗୁଣି ସେଠୀ ବୟସ ୯୫ ବର୍ଷ   ତାଙ୍କ ୨ ପୁଅ ଏବେ ତାଙ୍କ ବାପା ମାଗୁଣି କୁ ଭଙ୍ଗା ଘର ନିକଟରେ ଥିବା ପାଇଖାନା ଭିତରେ ଦୀର୍ଘ ଦିନ ହେବ ଛାଡ଼ିଦେଇ ଚାଲିଯାଇଥିବା ଘଟଣା ଚର୍ଚ୍ଚାର କେନ୍ଦ୍ର ପାଳିଛି. ବୃଦ୍ଧଙ୍କୁ ଖାଇବାକୁ ମିଳୁନଥିବା କଥା ମଧ୍ୟ ଗ୍ରାମବାସୀ ଆଭିଯୋଗ କରିଥିବାର ସୂଚନା ମିଳିଛି.

 ବୃଦ୍ଧ ଜଣକ ହେଉଛନ୍ତି ସେହି ଗାଁର ମାଗୁଣି ସେଠୀ, ବୟସ ପାଖାପାଖି ୯୫ ବର୍ଷ l କାନକୁ କିଛି ଶୁଭୁନଥିବା ବେଳେ କେବଳ ଠାର ଓ ଲେଖାରେ ଉତ୍ତର ଦେଉଛନ୍ତି l ମାଗୁଣିଙ୍କର ୨ ପୁଅ ଓ ୩ ଝିଅଙ୍କ ସହିତ ତାଙ୍କର ସହଧର୍ମିଣୀ ରହିଛନ୍ତି l ସେ ୩ ଝିଅ ଓ ୨ ପୁଅ ପାଠ ପଢ଼ାଇ ମଣିଷ କରିବା ପରେ ସେମାନଙ୍କୁ ବିବାହ କରାଇଥିଲେ l ଆଶା ଥିଲା ବୟସର ଅପରାହ୍ନ ପରେ ତାଙ୍କର ସେବା ସୁଶ୍ରୁଷା କରିବେ କିନ୍ତୁ ତାଙ୍କର ଆଶା ଆଶାରେ ହିଁ ରହିଗଲା l ଏବେ ମାଗୁଣିଙ୍କର ସହଧର୍ମିଣୀ ବଡ଼ ପୁଅ ପାଖରେ ରହୁଥିବା ବେଳେ ମାଗୁଣି ସାନ ପୁଅ ପାଖରେ ରହୁଥିଲେ l ବାତ୍ୟା ପୂର୍ବରୁ ସାନ ପୁଅ,ବୋହୂ ମାଗୁଣିଙ୍କୁ ତାଙ୍କ ନିକଟକୁ ନେଇଯାଇଥିଲେ l କିନ୍ତୁ ହଠାତ ଦିନେ ରାତିରେ ତାଙ୍କୁ ପୁଅ ଓ ବୋହୂ ଆଣି ତାଙ୍କର ଭଙ୍ଗା ଘର ନିକଟରେ ଥିବା ପାଇଖାନା ଭିତରେ ଛାଡ଼ିଦେଇ ପଳାଇଯାଇଥିଲେ । ରାତି ପାହିବା ପରେ ତାଙ୍କର ପାଖ ପଡୋଶୀ ଘର ଲୋକେ ମାଗୁଣିଙ୍କୁ ଦେଖିଥିଲେ l ମାଗୁଣିଙ୍କୁ ପଚରା ପଚାରି କରିବା ପରେ ତାଙ୍କୁ ତାଙ୍କର ସାନ ପୁଅ ମାଡ଼ ମାରି ଆଣି ଛାଡିଦେଇଥିବା କହିଥିଲେ ବୋଲି ବିଭିନ୍ନ ସୂଚନା ରହିଛିl 

ସୂଚନା ଅନୁସାରେ ,ମାଗୁଣିଙ୍କୁ ପଡିଶା ଲୋକେ ଯାହା ଦିଅନ୍ତି ତାହାକୁ ସେ ଖାଇ ସେଇଠାରେ ପଡି ରହିଛନ୍ତି l ଗାଁ ଲୋକେ ଦୁଃଖରେ ଥିବା ଦେଖି ପାଇଖାନାକୁ ଲଗାଇ ବାଉଁଶ ପୋତି ପଲିଥିନ ତଳେ ରଖିଛନ୍ତି l ପୁଅ ବୋହୂ ଙ୍କର ଏହିପରି କାମକୁ ଗାଁ ଘୋର ନିନ୍ଦା କରିବା ସହିତ ତୁରନ୍ତ ତାଙ୍କୁ ନିଜ ନିକଟକୁ ନେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ l ଗାଁ ରେ ଥିବା ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ସେହି ପାଇଖାନା ଘରେ ଏହି ବୃଦ୍ଧ ରହି ଆସୁଛନ୍ତି ଅନ୍ୟପଟେ ଗ୍ରାମବାସୀ ମାନେ ତାଙ୍କ ଦୁଃଖ ଦେଖି ନ ପାରି ଦିଓଳି ପେଟ ରେ ଦାନା ଦେଉଛନ୍ତି    ତାଙ୍କର କେହି ସନ୍ତାନ ଏହି ବୃଦ୍ଧକାଳ ରେ ସାହା ହୋଇନଥିବା ରୁ ଦୁଃଖ ପ୍ରକାଶ କରୁଛନ୍ତି ମାଗୁଣି  ଦେହ ଅସୁସ୍ଥ ଥିଲେ ମଧ୍ୟ ଉଚିତ ଚିକିତ୍ସା ପାଇ ପାରୁନାହାନ୍ତି  ଅନ୍ୟପଟେ ପ୍ରଶାସନ ବୃଦ୍ଧଙ୍କ ପାଇଁ କୌଣସି ସୁବିଧା କରିନଥିବା ଜଣାପଡିଛି l ଯଥାଶୀଘ୍ର ପ୍ରଶାଶନ ଏହି ବୃଦ୍ଧ ଙ୍କ ପ୍ରତି ଦୃଷ୍ଟି ଦେଇ ସାହାଯ୍ୟ କରିବା ପାଇ ଅନୁରୋଧ  ଅଞ୍ଚଳବାସୀ ତରଫରୁ ହୋଇଥିବା ପ୍ରକାଶ. ଜୀବନ ତମାମ ବହୁ କଷ୍ଟ କରି ନିଜ ପରିବାର କୁ ସୁଖଶାନ୍ତି ଦେଇଆସୁଥିବା ବୃଦ୍ଧ ମାଗୁଣି ଏବେ ଏକା ନିରାଶୟ ହୋଇ ପଡିଥିବା ବେଳେ ନିଜ ଭାଗ୍ୟ କୁ ଆଦରି ସେହି ପାଇଖାନା ଘର ରହି ଆସୁଥିବା ରୁ କେହି ସାମାଜିକ ସଙ୍ଘଟନ ବା ସରକାର ଯଥାଶୀଘ୍ର ସାହାଯ୍ୟ କରିବା ଆବଶ୍ୟକ ହୋଇ ପଡିଛି ବୋଲି ବିଶେଷ ସୂତ୍ରରୁ ପ୍ରକାଶ.