Sundargarh Gang Rape Case: ୬ ଜଣ ଯୁବକ ମିଶି ଯୁବତୀଙ୍କ ସହ କଲେ ଗଣଦୁଷ୍କର୍ମ, ଜଙ୍ଗଲରେ ଗଛରେ ବାନ୍ଧି ଘଟାଇଲେ ଏହି ବର୍ବର କାଣ୍ଡ
Advertisement
Article Detail0/zeeodisha/odisha1544796

Sundargarh Gang Rape Case: ୬ ଜଣ ଯୁବକ ମିଶି ଯୁବତୀଙ୍କ ସହ କଲେ ଗଣଦୁଷ୍କର୍ମ, ଜଙ୍ଗଲରେ ଗଛରେ ବାନ୍ଧି ଘଟାଇଲେ ଏହି ବର୍ବର କାଣ୍ଡ

Sundargarh Gang Rape Case: ପୋଲିସ ଷ୍ଟେସନରେ ଅଭିଯୋଗ ପରେ ରାଜଗଙ୍ଗପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ୧୦ ଘଣ୍ଟା ମଧ୍ୟରେ ତଲାସ କରି ଗିରଫ କରିଛି । ପରେ ଅଭିଯୁକ୍ତ ମାନଙ୍କୁ  କୋର୍ଟ ଚାଲାଣ ପରେ ଜେଲକୁ ପଠାଇଛି । ବ୍ରାହ୍ମଣ ପୋଲିସ ଷ୍ଟେସନ ଅଞ୍ଚଳର ନିବାସୀ ଏହି ଯୁବତୀ ରାଜଗଙ୍ଗପୁରର ଜଣେ ଯୁବକଙ୍କୁ ଫେସବୁକରେ ବନ୍ଧୁତା କରିଥିଲେ । 

ପ୍ରତୀକାତ୍ମକ ଫଟୋ

Sundargarh Gang Rape Case: ସୁନ୍ଦରଗଡ଼ ବ୍ରାହ୍ମଣୀ ତରଙ୍ଗ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ମାମଲା (Gang Rape Case) ସାମ୍ନାକୁ ଆସିଛି । ଯୁବତୀ ଜଣକ ଫେସବୁକରେ ଜଣେ ଯୁବକ ସହିତ ବନ୍ଧୁତା କରିଥିଲେ ।​ ଫେସବୁକ୍ ବନ୍ଧୁ (Facebook Friend) ଯୁବତୀଙ୍କ ସହ ବୁଲିବା ବାହାନାରେ ୫ ଜଣ ସାଙ୍ଗଙ୍କ ସହ ମିଶି ଏହି ଗଣଦୁଷ୍କର୍ମ କରିଛନ୍ତି । ପୋଲିସ ଷ୍ଟେସନରେ ଅଭିଯୋଗ ପରେ ରାଜଗଙ୍ଗପୁର ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ୧୦ ଘଣ୍ଟା ମଧ୍ୟରେ ତଲାସ କରି ଗିରଫ କରିଛି । ପରେ ଅଭିଯୁକ୍ତ ମାନଙ୍କୁ  କୋର୍ଟ ଚାଲାଣ ପରେ ଜେଲକୁ ପଠାଇଛି । 

ବ୍ରାହ୍ମଣ ପୋଲିସ ଷ୍ଟେସନ ଅଞ୍ଚଳର ନିବାସୀ ଏହି ଯୁବତୀ ରାଜଗଙ୍ଗପୁରର ଜଣେ ଯୁବକଙ୍କୁ ଫେସବୁକରେ ବନ୍ଧୁତା କରିଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ନିବିଢ଼ ହୋଇଥିଲା । ଫେସବୁକରେ ବନ୍ଧୁତ୍ୱର ସୁଯୋଗ ନେଇ ଯୁବକ ଜଣକ ତାଙ୍କୁ ବୁଲିବାକୁ ବାହାନା କରି କାନ୍ସବହାଲ ଡ୍ୟାମକୁ ଡାକିଥିଲେ । ଯୁବତୀ ଜଣକ ନିଜ ବାନ୍ଧିବୀଙ୍କ ସହିତ ଫେସବୁକ୍ ବନ୍ଧୁଙ୍କୁ ଭେଟିବା ପାଇଁ ବସ୍ ଯୋଗେ କାନ୍ସବହାଲରେ ପହଞ୍ଚିଥିଲେ​ ।

କାନସବାଲ ବସଷ୍ଟାଣ୍ଡରେ ଓହ୍ଲାଇବା ପରେ ଫେସବୁକ୍ ବନ୍ଧୁ ତାଙ୍କର ଜଣେ ସାଥୀଙ୍କ ସହ ଯୁବତୀ ଓ ତାଙ୍କ ବନ୍ଧୁଙ୍କୁ ବାଇକ୍ ଯୋଗେ କାନସବହାଲ୍ ଡ୍ୟାମ୍ ଆଡକୁ ନେଇଯାଇଥିଲେ । ଅପରାହ୍ନରେ ଯୁବତୀଙ୍କ ସହିତ ଆସିଥିବା ତାଙ୍କ ବାନ୍ଧବୀଙ୍କୁ ଫେସବୁକ୍ ବନ୍ଧୁ ପଠାଇ କହିଥିଲେ ଯେ, ମୁଁ ତୁମ ସାଙ୍ଗକୁ କିଛି ସମୟ ପରେ ଘରକୁ ଛାଡିଦେବି । ବାନ୍ଧବୀ ଏହା ଉପରେ ସନ୍ଦେହ କରିଥିଲେ । କିନ୍ତୁ ସେ ଫେରି ଆସିଥିଲେ ଓବଂ ଘରେ ପହଞ୍ଚିବା ପରେ ଯୁବତୀ ଜଣଙ୍କର ବାପାଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କ ପସନ୍ଦର ଏହି ଖେଳାଳି ପୂରା ସିରିଜରୁ ହେଲେ ବାହାର! BCCI ଅଧିକାରୀ ହଠାତ୍ ଦେଲେ ବଡ଼ ଝଟକା

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା, ୨ ଭାଇଙ୍କ ମୃତ୍ୟୁ

ଅଧିକ ପଢ଼ନ୍ତୁ:-ଏୟାରଟେଲ ଗ୍ରାହକଙ୍କୁ ବଡ଼ ଧକ୍କା! ବନ୍ଦ ହେଲା ସବୁଠାରୁ ଶସ୍ତା ପ୍ଲାନ୍, ବର୍ତ୍ତମାନ ଦେବାକୁ ପଡ଼ିବ ୫୭ ପ୍ରତିଶତ ଅଧିକ ଟଙ୍କା

ଏହା ପରେ ଯୁବତୀଙ୍କ ବାପା କାନ୍ସବହାଲ ଥାନାରେ ପହଞ୍ଚିବା ପରେ ପୋଲିସକୁ ସୂଚନା ଦେଇଥିଲେ । ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୋଲିସ ସଙ୍ଗେ ସଙ୍ଗେ ଯୁବତୀଙ୍କ ଫୋନକୁ ଟ୍ରାକ କରିଥିଲେ । ୧୦ ଘଣ୍ଟା ମଧ୍ୟରେ ରାତି ୧୨ଟାରେ ପୋଲିସ ରାମଲତା ଜଙ୍ଗଲରେ ଏକ ଗଛରେ ବନ୍ଧା ହୋଇଥିବା ଯୁବତୀଙ୍କୁ ଉଦ୍ଧାର କରିଥିଲେ । ପୋଲିସକୁ ଦେଖି ସମସ୍ତ ୬ ଅଭିଯୁକ୍ତ ଉଭୟ ବାଇକ ଛାଡି ସେଠାରୁ ଦୌଡ଼ି ପଳାଇବା ଆରମ୍ଭ କରିଥିଲେ । 

ତେବେ ପୋଲିସ ଦୁଇଜଣ ଯୁବକଙ୍କ ପିଛା କରି ଧରିଥିଲା । ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ପରେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ବୁଧବାର ଡାକ୍ତରୀ ପରୀକ୍ଷା ପରେ ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ସମସ୍ତଙ୍କୁ ଜେଲକୁ ପଠାଯାଇଛି ।