SVM College ର ପ୍ରିନ୍ସିପାଲଙ୍କ ନୋଟିସ୍, ଭାଲେଣ୍ଟାଇନରେ ବୟଫ୍ରେଣ୍ଡ ବିନା କଲେଜ ମନା !
Advertisement

SVM College ର ପ୍ରିନ୍ସିପାଲଙ୍କ ନୋଟିସ୍, ଭାଲେଣ୍ଟାଇନରେ ବୟଫ୍ରେଣ୍ଡ ବିନା କଲେଜ ମନା !

SVM College Principal: ଆଗକୁ ଆସୁଛି ପ୍ରେମ ସପ୍ତାହ । ଫେବୃଆରୀ ୭ ରୁ ଆରମ୍ଭ ହୋଇଯିବ ପ୍ରେମ ସପ୍ତାହର ଭଳିକି ଭଳି ଦିନ । ହେଲେ ଏକ କଲେଜର ନୋଟିସକୁ ନେଇ ଏବେ ସମସ୍ତେ ଚକିତ। ଜଗତସିଂହପୁର ଜିଲ୍ଲାର ଗର୍ବ ଓ ଗୌରବ ଥିବା ଏସଭିଏମ କଲେଜ ପ୍ରିନ୍ସିପାଲଙ୍କ ନୋଟିସ ନେଇ ଏବେ ଚାରିଆଡେ ଚର୍ଚ୍ଚା।

SVM College ର ପ୍ରିନ୍ସିପାଲଙ୍କ ନୋଟିସ୍, ଭାଲେଣ୍ଟାଇନରେ ବୟଫ୍ରେଣ୍ଡ ବିନା କଲେଜ ମନା !

SVM College: ଏମିତି ଏକ ଖବର ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ଜଗତସିଂହପୁର ଜିଲ୍ଲାର ଛାତି ଉପରେ ଥିବା କଲେଜ ସ୍ୱାମୀ ବିବେକାନନ୍ଦ ସ୍ବୟଂଶାସିତ ନାଁରେ କଳଙ୍କ ବୋଳୁଛନ୍ତି ଅସାମାଜିକ ବ୍ୟକ୍ତି । ଖବରଟି ହେଉଛି କଲେଜ ଅଧ୍ୟକ୍ଷ ଙ୍କ ଜାଲ ଦସ୍ତଖତ ରେ ଏକ ନୋଟିସ ଭାଇରାଲ୍ ହୋଇଛି।  ଯେଉଁ ନୋଟିସ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ନୋଟିସ ରେ ଲେଖା ଯାଇଛି ଯେ ଆସନ୍ତା ଫେବୃଆରୀ ୧୪ ଅର୍ଥାତ୍ ଭାଲେଣ୍ଚାଇନ ଡେରେ ମହା ବିଦ୍ୟାଳୟର ଛାତ୍ରୀ ମାନେ ବିନା ପୁରୁଷ ବନ୍ଧୁରେ କଲେଜକୁ ପ୍ରବେଶ କରିପାରିବେ ନାହିଁ । 

fallback

ତେବେ ଏଭଳି ଏକ ନୋଟିସରେ କଲେଜର ଲୋଗ ଥିବା ଷ୍ଟାମ୍ପ(College Stamp) ଓ ଅଧ୍ୟକ୍ଷ ଙ୍କ ଜାଲ ଦସ୍ତଖତ ଥିବା ନୋଟିସ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି। ତେବେ ଏହି ଦସ୍ତଖତ ଅସଲି କିମ୍ବା ନକଲି ତାହା ଯାଞ୍ଚ ହେଲେ ଜଣାପଡିବ ବୋଲି କୁହାଯାଉଛି। ତେବେ ଏନେଇ ଅଧ୍ୟକ୍ଷ ଙ୍କୁ(College Principal) ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା। ତେବେ ଏହି ନୋଟିସ ଟି ୨୦ ତାରିଖରେ ବୋଲି ଜଣାପଡ଼ିଛି। କେବଳ ପୁରୁଷ ବନ୍ଧୁଙ୍କୁ(Boy Friend) ଧରି କଲେଜ ଆଣିବା ନୁହେଁ ନିକଟ ଦିନରେ ବିତାଇଥିବା ସମୟର ଏକ ଫଟୋ ଆଣିବାକୁ ମଧ୍ୟ କୁହାଯାଇଥିବା ଚର୍ଚ୍ଚା ହେଉଛି।

ତେବେ ଚର୍ଚ୍ଚା ହେଉଛି ଯେ, ମହାବିଦ୍ୟାଳୟ(Automonus College) ଓ ଏହାର ଅଧ୍ୟକ୍ଷଙ୍କୁ ବଦନାମ କରିବାକୁ ଏପରି କେହି ଅସାମାଜିକ ବ୍ୟକ୍ତି କରିଥାଇପାରନ୍ତି ବୋଲି କୁହାଯାଉଛି। ସେପଟେ ପୋଲିସ ପାଖରେ ଏ ବେ ଯାଏଁ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡ଼ିଛି। ଆଉ ଏହି ନୋଟିସ ବର୍ତ୍ତମାନ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଯାହା ଫଳରେ କଲେଜର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।  

ପୂର୍ବରୁ ମଧ୍ୟ ଏସଭିଏମ କଲେଜ ପରିସରରେ ଗଛକଟାକୁ ନେଇ ଛାତ୍ରଛାତ୍ରୀ ମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । 

Also Read: Glory Fest 2023: ଅନୀକ ଧିରଙ୍କ ଗୀତରେ ଝୁମିଲେ ଦର୍ଶକ,ଗ୍ଲୋରି କୁଇନ୍ ମୁକୁଟ ପିନ୍ଧିଲେ ନର୍ସିଂ ଛାତ୍ରୀ ପୂଜା ବିଶ୍ବାସ

Also Read:  MCL Project: ରାଜ୍ୟରେ ହେବ ଆଉ ଏକ ମେଗା ବିଦ୍ୟୁତ ଉତ୍ପାଦ ପ୍ରକଳ୍ପ, ଏହି ଜିଲ୍ଲାରେ ହେବ ପ୍ରତିଷ୍ଠା