Advertisement
Article Detail0/zeeodisha/odisha714605

ଆଜି ଚିତାଲାଗି ଅମାବାସ୍ୟା, ହେବ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି

ଆଜି ହେଉଛି ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଛି।  ସେପଟେ ଗତବର୍ଷ ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି ହୋଇଥିଲା। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରେ ପୁର୍ବରୁ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚ

ଆଜି ଚିତାଲାଗି ଅମାବାସ୍ୟା, ହେବ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି

ପୁରୀ: ଆଜି ହେଉଛି ଚିତାଲାଗି ଅମାବାସ୍ୟା । ପରମ୍ପରା ମୁତାବକ ଶ୍ରାବଣ ଅମାବାସ୍ୟା ତିଥିରେ ଶ୍ରୀଜିଉଙ୍କୁ ରତ୍ନ ଚିତାଲାଗି କରାଯାଇଛି।  ସେପଟେ ଗତବର୍ଷ ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି ହୋଇଥିଲା। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରେ ପୁର୍ବରୁ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାକୁ ଲଗାଇଲେ, ସେତେବେଳେ ଦାୟିତ୍ୱହୀନତା ଯୋଗୁଁ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଦୁର୍ମୁଲ୍ୟ ମାଣିକ୍ୟର ଚିତାକୁ ବଙ୍କା ଓ ବଡଠାକୁର ଶ୍ରୀବଳଭଦ୍ରଙ୍କ ମସ୍ତକରେ ଦୁର୍ମୁଲ୍ୟ  ନୀଳାର ଚିତା ମଧ୍ୟ ତ୍ରୁଟିପୂର୍ଣ୍ଣ ଭାବେ ଲଗାଯାଇଥିବା ଅଭିଯୋଗ ହୋଇଥିଲା । ଚଳିତ ବର୍ଷ ସେସବୁ ଗୁରୁତର ସହ ନିଆଯାଇ ଚିତାଲାଗୀ କରାଯିବ ବୋଲି କହିଛନ୍ତି ଦଇତାପତି ସେବାୟତ ।

ସେପଟେ ଶ୍ରୀମନ୍ଦିରରେ ଆଜି ପାଳିତ ହୋଇଛି ତିନୋଟି ବିଶେଷ ନୀତି । ଶ୍ରାବଣ ମାସ ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଚିତାଲାଗୀ ନୀତି । ସେପଟେ ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ଓ ଚିତୋଉ ଅମାବାସ୍ୟା ରହିଥିବାରୁ କୋଠଭୋଗ ସୁଆରଙ୍କ ପକ୍ଷରୁ ସ୍ୱତନ୍ତ୍ର ଚିତୋଉ ପିଠା ଭୋଗ ନୀତି ହୋଇଛି । ତେବେ ଚଳିତ ବର୍ଷ ଚିତାଲାଗୀ ନୀତି ବେଶ ଗୁରୁତ୍ୱପୁର୍ଣ୍ଣ । ଆଜି ସକାଳଧୁପ ଓ ଭୋଗ ମଣ୍ଡପ ସରିବା ପରେ ଆରମ୍ଭ ହୋଇଥିଲା ଚିତାଲାଗୀ ନୀତି ।

ସ୍ନାନ ପୂର୍ଣ୍ଣିମା ବେଳେ ଅଣସରରେ ଏହି ଚିତା ଲାଗି କରାଯାଇଥିଲା। ଭଣ୍ଡାର ମେକାପଙ୍କ ତତ୍ତ୍ୱାବଧାନରେ ତାହା ରଖାଯାଇଥିବା ବେଳେ ଶ୍ରୀମନ୍ଦିର ଚିନ୍ନରା ସେବାୟତ ତାହାକୁ ପରୀକ୍ଷଣ କରି ମାଜି ତାହାକୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ନିକଟରେ ଦାଖଲ କରିବା ପରେ ତାକୁ  ପତି ମହାପାତ୍ର ସେବକ ସଂସ୍କାର କରିବା ପରେ ତିନି ବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ସେବାୟତ ଶ୍ରୀଅଙ୍ଗରେ ଏହି ଅଳଙ୍କାର ଲାଗି କରିଛନ୍ତି। ତେବେ ଆଜି ମହାପ୍ରଭୁ ବେଶ ସୁନ୍ଦର ଦିଶିବା ସହ ମସ୍ତ ମଧ୍ୟ ମଣି ମାଣିକ୍ୟରେ ଝଲସିବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ। ହେଲେ ଭକ୍ତ ନ ଥିବାରୁ ମହାପ୍ରଭୁ କେବଳ ନିଜେ ବେଶ ହୋଇ ବସିରହିଥିବା ବେଳେ ସେବାୟତମାନେ ଦର୍ଶନ କରିବାର ସୌଭାଗ୍ୟ ପାଇଛନ୍ତି ବୋଲି କହିଛନ୍ତି ବରିଷ୍ଠ ସେବାୟତ।

Add Zee News as a Preferred Source
About the Author