ସାତ ଦଫା ଦାବି ପୂରଣ ନେଇ ରାଜ ରାସ୍ତାରେ ଗର୍ଜିଲେ ଆଦିବାସୀ
Advertisement
Article Detail0/zeeodisha/odisha967259

ସାତ ଦଫା ଦାବି ପୂରଣ ନେଇ ରାଜ ରାସ୍ତାରେ ଗର୍ଜିଲେ ଆଦିବାସୀ

ଦାବି ପୂରଣ ପାଇଁ ଏହି ଆନ୍ଦୋଳନରେ କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ ୪ଟି ବ୍ଲକର ହଜାର ହଜାର ଆଦିବାସୀ ସାମିଲ ଥିଲେ।

ସାତ ଦଫା ଦାବି ପୂରଣ ନେଇ ରାଜ ରାସ୍ତାରେ ଗର୍ଜିଲେ ଆଦିବାସୀ

କାମାକ୍ଷାନଗର: ୭ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜିଛନ୍ତି ଆଦିବାସୀ। ମିଳିତ ଆଦିବାସି ସଂଘ, ଏକଲବ୍ୟ ଶବର ସମାଜ, ଆଦିବାସୀ ମୁକ୍ତି ସଙ୍ଗଠନ, ଚେତନା ସଙ୍ଗଠନ, ଶାନ୍ତି ସଙ୍ଗଠନ ଭଳି ୭ଟି ଆଦିବାସୀ ସମ୍ପ୍ରଦାୟର ହଜାର ହଜାର ଆଦିବାସୀ ସ୍ଥାନୀୟ ଜିରିଡାମାଳି ଠାରେ ଏକତ୍ରୀତ ହୋଇ ନିଜର ପାରମ୍ଫରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିରାଟ ରାଲି କରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେଇଥିଲେ।

ଦାବି ପୂରଣ ପାଇଁ ଏହି ଆନ୍ଦୋଳନରେ କାମାକ୍ଷାନଗର ଉପଖଣ୍ଡ (Kamakhyanagar Subdivision) ଅଧିନସ୍ଥ ୪ଟି ବ୍ଲକର ହଜାର ହଜାର ଆଦିବାସୀ ସାମିଲ ଥିଲେ। ଜଙ୍ଗଲ ଜମିକୁ ନେଇ ଜାମୁନାଳି-ଆମ୍ବପଳାଶ ଗ୍ରାମ ମଧ୍ୟରେ ବିଗତ କିଛି ଦିନ ହେବ ବିବାଦ ଲାଗି ରହିଥିଲା। ଏହାକୁ ନେଇ ଗତ ଜୁଲାଇ ୧୨ ତାରିଖରେ ପର୍ଜଙ୍ଗ ଥାନା (Parjang Police Station) ଅଧିନସ୍ଥ ଆମ୍ବପଳାଶ ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ଜାମୁନାଳୀ ସାହିର ପପୁ ସିର୍କ, ସନ୍ତୋଷୀ ପିଙ୍ଗୁଆଙ୍କ ସମେତ ଗ୍ରାମର ୧୨ ଜଣ ବ୍ୟକ୍ତିଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ।

Also Read: ଜଳବନ୍ଦୀ ଅବସ୍ଥାରେ ଗ୍ରାମବାସୀ; କେବେ ହେବ ଡ୍ରେନ ସମସ୍ୟାର ସମାଧାନ?

ଏହି ଘଟଣା ସମ୍ପର୍କରେ ଜାମୁନାଳୀ ଗ୍ରାମର ୫୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଥାନାକୁ ଅଭିଯୋଗ କରିବାପାଇଁ ଯାଉଥିବା ସମୟରେ ସେହି ଗ୍ରାମର କିଛି ଲୋକ ଏକାଠି ହୋଇ ସେମାନେ ଯାଉଥିବା ଗାଡିକୁ ଅଟକାଇ ଟେକା ପଥର ମାରିବା ସହିତ  ସନ୍ତୋଷୀ ପିଙ୍ଗୁଆଙ୍କୁ ଆକ୍ରମଣ କରିବାରୁ ତାଙ୍କର ୭ ମାସର ଗର୍ଭ ନଷ୍ଟ ହୋଇ ଯାଇଥିଲା। 

ଏହି ଘଟଣାକୁ ନେଇ ଗତ ମାସ ୧୭ ତାରିଖରେ ପର୍ଜଙ୍ଗ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହି ଘଟଣାରେ ସମ୍ପକ୍ତି ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ଯାହାକୁ ନେଇ ମଙ୍ଗଳବାର ଆଦିବାସୀ ସଙ୍ଗଠନ ପକ୍ଷରୁ ଆହତ ହୋଇଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ, ଅବହେଳା ପାଇଁ ପର୍ଜଙ୍ଗ ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ବନବାସୀଙ୍କ ଜଙ୍ଗଲ ଅଧିକାରୀ ସ୍ୱୀକୃତି ଆଇନ ଅନୁଯାୟୀ ଦଖଲ କରୁଥିବା ଜମିକୁ ଚିହ୍ନଟ କରି ପଟା ପ୍ରଦାନ, ପଡା ବସ୍ତିକୁ ରାଜସ୍ୱ ମାନ୍ୟତା ଦାବି, ମନରେଗା ଯୋଜନାରେ ଆଦିବାସୀଙ୍କୁ କାମ ଯୋଗାଇ ଦେବା ଆଦି ଦାବି ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।