Odisha Coast: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ମିଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ଚାରୋଟି ରାଜ୍ୟ ସାମିଲ ହୋଇଛନ୍ତି। ଭାରତୀୟ ନୌସେନା, ଭାରତୀୟ ତଟରକ୍ଷକ ବଳ,ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, ସୀମା ଶୁଳ୍କ ବିଭାଗ, ପାରାଦ୍ଵୀପ ବନ୍ଦର, ଇଣ୍ଟେଲିଜେନ୍ସ,, ଅଗ୍ନିଶମ ବିଭାଗ, ବନ ବିଭାଗ, ଓଡ୍ରାଫ ଟିମ୍ ସମେତ ୧୨ରୁ ଉର୍ଦ୍ଧ୍ବ ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି।
Trending Photos
Operatiom Sea Vigil: ଜଳପଥରେ ବେଆଇନ ଅନୁପ୍ରବେଶ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ପାରାଦୀପ ଠାରେ ଆରମ୍ଭ ହୋଇଛି ୨ ଦିନିଆ ସମରାଭ୍ୟାସ। ଦେଶର ଜଳସୀମାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏହି ମିଳିତ ସମରାଭ୍ୟାସ। ଯାହାର ନାଁ ହେଉଛି ସି-ଭିଜିଲ। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ୧୨ରୁ ଉର୍ଦ୍ଧ୍ବ ବିଭାଗ ଏହି ସମରାଭ୍ୟାସ ସାମିଲ ହୋଇଛନ୍ତି। ପ୍ରଥମ ଥର ପାଇଁ ୪ଟି ରାଜ୍ୟର ବିଭିନ୍ନ ବିଭାଗ ଏହି ସମରାଭ୍ୟାସରେ ଯୋଗ ଦେଇଛନ୍ତି।
୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଜଳପଥରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ସତର୍କ ନଜର ରଖିଛନ୍ତି ଭାରତ ସରକାର। ଦେଶର ଉପକୂଳରେ ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷା ବାହିନୀ ସଜାଗ ଥିବା ବେଳେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଛି ସାମୁଦ୍ରିକ ଥାନା। ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖିବା ପାଇଁ ପ୍ରତିବର୍ଷ କରାଯାଉଛି ଏହି ସମରାଭ୍ୟାସ। ଚଳିତ ବର୍ଷ ନଭେମ୍ବର ୧୫ ତାରିଖ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ସମରାଭ୍ୟାସ ସି-ଭିଜିଲ (Sea Vigil)।
ଆତଙ୍କବାଦୀ ଆକ୍ରମଣର କିପରି ମୁକାବିଲା କରାଯିବ ସେ ନେଇ ମକ୍ ଡ୍ରିଲ କରାଯାଇଛି। ଏହି ସମରାଭ୍ୟାସରେ ଛଦ୍ମବେଶରେ ବୁଲୁଛନ୍ତି ରେଡ୍ ଟିମ୍ ନକଲି ଆତଙ୍କବାଦୀ। ଅନ୍ୟପଟେ ସ୍ଥଳଭାଗ ସମେତ ନଦୀ ଭିତରେ ଏବଂ ସମୁଦ୍ର କୂଳରେ ପଇଁନ୍ତରା ମାରୁଛନ୍ତି କେନ୍ଦ୍ର-ରାଜ୍ୟ ସରକାରଙ୍କ ୧୨ରୁ ଉର୍ଦ୍ଧ୍ୱ ବିଭାଗର କର୍ମଚାରୀ। ଯେଉଁମାନେ ବ୍ଲୁ ଟିମ୍ ରେ ଅଛନ୍ତି। ଉଭୟ ଟିମ ମଧ୍ୟରେ ଚାଲିଛି ଛକା ପଞ୍ଝା। ବ୍ଲୁ ଟିମ୍ ରେଡ୍ ଟିମ୍ କୁ ଧରିବା ପାଇଁ ପ୍ରୟାସ କରୁଥିବା ବେଳେ ରେଡ୍ ଟିମ୍ ଚକମା ଦେଇ ସ୍ଥଳ ଭାଗରେ ପ୍ରବେଶ କରିବା ପାଇଁ ଚଳାଇଛି ପ୍ରୟାସ। ଏହି ଛଦ୍ମବେଶୀ ଆତଙ୍କବାଦୀଙ୍କୁ ଧରିବା ପାଇଁ ଚାଲିଥିବା କେତେ ଦୂର ସଫଳ ହେଉଛନ୍ତି ତାହାକୁ ନେଇ କରାଯାଉଛି ଏହି ମିଳିତ ସମରାଭ୍ୟାସ ସି-ଭିଜିଲ୍।
ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ମିଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ଚାରୋଟି ରାଜ୍ୟ ସାମିଲ ହୋଇଛନ୍ତି। ଭାରତୀୟ ନୌସେନା, ଭାରତୀୟ ତଟରକ୍ଷକ ବଳ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ, ସୀମା ଶୁଳ୍କ ବିଭାଗ, ପାରାଦ୍ଵୀପ ବନ୍ଦର, ଇଣ୍ଟେଲିଜେନ୍ସ,, ଅଗ୍ନିଶମ ବିଭାଗ, ବନ ବିଭାଗ, ଓଡ୍ରାଫ ଟିମ୍ ସମେତ ୧୨ରୁ ଉର୍ଦ୍ଧ୍ବ ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି। ଏହି ସମରାଭ୍ୟାସରେ ଅନ୍ୟ ରାଜ୍ୟର କର୍ମଚାରୀ ରେଡ୍ ଟିମ୍ ଭାବେ ଓଡ଼ିଶାର ଜଳପଥ ସୀମା ଦେଇ ପ୍ରବେଶ କରିବା ପାଇଁ ପ୍ରୟାସ କରିବେ। ଅନ୍ୟପଟେ ସେମାନଙ୍କୁ ଓଡ଼ିଶାର ବ୍ଲୁ ଟିମ୍ ଧରିବା ପାଇଁ ପ୍ରୟାସ କରିବେ। ସେହିପରି ଓଡ଼ିଶା ସମେତ ଅନ୍ୟ ରାଜ୍ୟର କର୍ମଚାରୀ ଭିନ୍ନ ଭିନ୍ନ ରାଜ୍ୟରେ ରେଡ୍ ଟିମ୍ ନକଲି ଆତଙ୍କବାଦୀ ଭାବେ ଜଳପଥରେ ପ୍ରବେଶ କରିବା ପାଇଁ ପ୍ରୟାସ କରିବେ।
ଏହି ସମରାଭ୍ୟାସର ସଫଳତାରେ ମତ୍ସ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କାରଣରେ ସମୁଦ୍ରରେ ୨୪ ଘଣ୍ଟା ରହୁଥିବା ମତ୍ସ୍ୟଜୀବୀ ସମୁଦ୍ର ମାର୍ଗରେ ହେଉଥିବା ପ୍ରତ୍ୟେକ ଗତିବିଧି ଉପରେ ସମସ୍ତ ତଥ୍ୟ ଦେବାରେ ସଫଳ ହୋଇଥାନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଆଖି-କାନ ବୋଲି କୁହାଯାଇଥାଏ। ଏଥିପାଇଁ ମଧ୍ୟ ବିଭିନ୍ନ ସମୟରେ ସେମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଆଜି ଏହି ସମରାଭ୍ୟାସ ଚାଲିଥିବା ସମୟରେ ୩ ଜଣ ଛଦ୍ମବେଶରେ ଆସିଥିବା ନକଲି ଆତଙ୍କବାଦୀଙ୍କୁ ବ୍ଲୁ ଟିମ୍ ଧରିବାରେ ସଫଳ ହୋଇଛି।
ଗତ ୨୦୦୮ ବର୍ଷରେ ମୁମ୍ବାଇରେ ହୋଇଥିବା ୨୬/୧୧ ଆକ୍ରମଣ ପରେ ଜଳପଥ ଦେଇ ପ୍ରବେଶ କରିବା ପାଇଁ ଚେଷ୍ଟା କରୁଥିବା ଆତଙ୍କବାଦୀଙ୍କ ଉପରେ ସତର୍କ ନଜର ରଖିଛି ଭାରତୀୟ ସୁରକ୍ଷା ଏଜେନ୍ସି। ପ୍ରାୟ ୪୮୦ କିଲୋମିଟର ଲମ୍ବା ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଚାଲିଛି ଏହି ମିଳିତ ସମରାଭ୍ୟାସ ସି-ଭିଜିଲ୍।