Indian Army Recruitment: ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଲା ସେନା, ଆରମ୍ଭ ହେଲା ଅନଲାଇନ ପରୀକ୍ଷା
Advertisement
Article Detail0/zeeodisha/odisha1590502

Indian Army Recruitment: ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଲା ସେନା, ଆରମ୍ଭ ହେଲା ଅନଲାଇନ ପରୀକ୍ଷା

Indian Army Recruitment Process: ଚଳିତ ବର୍ଷ ଠାରୁ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ଚଳିତ ବର୍ଷ ପାଇଁ ସେନା ନିଯୁକ୍ତି ରାଲି ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହୋଇ ମେ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ବର୍ଷ ୬ ମାସରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ଅଗ୍ନିବୀର ପାଇଁ ଆବେଦନ କରିପାରିବେ।

 

Indian Army Recruitment: ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଲା ସେନା,  ଆରମ୍ଭ ହେଲା ଅନଲାଇନ ପରୀକ୍ଷା

Indian Army Changes Recruitment Process: ଭାରତୀୟ ସେନା ଏହାର ଭର୍ତ୍ତି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ନିଯୁକ୍ତି ପଦ୍ଧତିକୁ ପରିବର୍ତ୍ତନ କରିଛି। ନିଯୁକ୍ତି ପଦ୍ଧତିରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ  ସେନା ନିଯୁକ୍ତି କେନ୍ଦ୍ର ମଙ୍ଗଳବାର କଟକ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଏନେଇ ସେନା ପକ୍ଷରୁ କୁହାଯାଇଛି ଯେ ସୈନିକ ଭାବରେ ନିଯୁକ୍ତି ପାଇବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ପ୍ରଥମ ସ୍କ୍ରିନିଂ ପରୀକ୍ଷା ଭାବରେ ଏକ କମ୍ପ୍ୟୁଟର ଭିତ୍ତିକ ଅନଲାଇନ୍ ପ୍ରବେଶ ପରୀକ୍ଷା ଆରମ୍ଭ କରାଯାଇଛି।

ଅନଲାଇନ୍ ପରୀକ୍ଷା ଦେଇ ସାରିବା ପରେ ପ୍ରାର୍ଥୀଙ୍କୁ ଶାରୀରିକ ଏବଂ ଡାକ୍ତରୀ ପରୀକ୍ଷା ଦେବାକୁ ହେବ। ପରବର୍ତ୍ତୀ ସମୟରେ ମେରିଟ୍ ତାଲିକା ପ୍ରକାଶ ପାଇବ। ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା ଭାରତୀୟ ସେନା ୱେବସାଇଟ joinindianarmy.nic.in ମାଧ୍ୟମରେ ଉପଲବ୍ଧ ହେବ। ଏହି ପରୀକ୍ଷା ଦେଶର ୧୭୬ କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡିଶାର ଛଅଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟରେ ହେବାକୁ ଯାଉଥିବା ପରୀକ୍ଷା କେନ୍ଦ୍ର ହେଉଛି କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, ରାଉରକେଲା ଏବଂ ଢେଙ୍କାନାଳ।

ଚଳିତ ବର୍ଷ ଠାରୁ ପଞ୍ଜୀକରଣ ସମୟରେ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ। ଚଳିତ ବର୍ଷ ପାଇଁ ସେନା ନିଯୁକ୍ତି ରାଲି ଅପ୍ରେଲ ୧୭ ତାରିଖରୁ ଆରମ୍ଭ ହୋଇ ମେ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ବର୍ଷ ୬ ମାସରୁ ୨୧ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ଅଗ୍ନିବୀର ପାଇଁ ଆବେଦନ କରିପାରିବେ।

ଭାରତୀୟ ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ପଦ୍ଧତିର ପ୍ରମୁଖ ପରିବର୍ତ୍ତନ ଭାବରେ ପ୍ରଥମେ ଏକ କମ୍ପ୍ୟୁଟର ଆଧାରିତ ଅନଲାଇନ୍ ପରୀକ୍ଷା କରାଯିବ। ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ପଞ୍ଜୀକୃତ ହୋଇପାରିବେ। ସେହି ଅନଲାଇନ୍ ପରୀକ୍ଷାରେ ଯୋଗଦେବା ପାଇଁ ଆଶାୟୀ ପ୍ରାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ରହିବାକୁ ପଡ଼ିବ ବୋଲି କଟକ ସେନା ନିଯୁକ୍ତି କାର୍ଯ୍ୟାଳୟ ନିର୍ଦ୍ଦେଶକ କର୍ଣ୍ଣେଲ ହାମିନ୍ଦର ସିଂହ କହିଛନ୍ତି। ନିର୍ଦ୍ଦେଶକ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ସେନା ନିଯୁକ୍ତି ପଦ୍ଧତିର ଦ୍ୱିତୀୟ ପ୍ରମୁଖ ପରିବର୍ତ୍ତନ ହେଉଛି ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ପଞ୍ଜୀକରଣ ସମୟରେ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।