Advertisement
Article Detail0/zeeodisha/odisha2305966
Zee OdishaOdisha Education And JobIndian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ

Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ

Indian Navy Recruitment 2024: ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନା ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ Indiannavy.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ Indian Navy Recruitment 2024 Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ

Indian Navy Recruitment 2024: ଭାରତୀୟ ନୌସେନାରେ ନିଯୁକ୍ତି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ନୌସେନାରେ ଚାକିରି ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁଯୋଗ ଆଣି ଦେଇଛି ଭାରତୀୟ ନୌସେନା। ଅଗ୍ନିବୀର ସ୍କିମ୍ ଅଧୀନରେ ଏହି ପଦବୀ ପୂରଣ ହେବ। ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ନୌସେନା ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ Indiannavy.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାଁନ୍ତି ସେମାନେ Indian Navy Recruitment 2024 Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

Add Zee News as a Preferred Source

ଜୁଲାଇ ୧ ତାରିଖରେ ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଉଥିବା ବେଳେ ଏହି ପ୍ରକ୍ରିୟା ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

ଶିକ୍ଷାଗତ ଯୋଗ୍ୟତା:

ଆବେଦନ ପାଇଁ ପ୍ରାର୍ଥୀଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ମାଟ୍ରିକ୍ ପାଶ୍ କରିଥିବା ଆବଶ୍ୟକ। ଏହା ସହିତ ସଂଗୀତରେ ଯୋଗ୍ୟତା, ନିର୍ଦ୍ଦିଷ୍ଟ ବାଦ୍ୟଯନ୍ତ୍ରରେ ପାରଦର୍ଶିତା, ବାଦ୍ୟଯନ୍ତ୍ର ଅଭିଜ୍ଞତା ପ୍ରମାଣପତ୍ର ରହିବା ଉଚିତ୍।

ବୟସ ସୀମା:

ଆବେଦନ ପାଇଁ ପ୍ରାର୍ଥୀ ନିଶ୍ଚିତ ଭାବେ ୦୧ ନଭେମ୍ବର ୨୦୦୩ ରୁ ୩୦ ଏପ୍ରିଲ ୨୦୦୭ ମଧ୍ୟରେ ଜନ୍ମ

ଚୟନ ପ୍ରକ୍ରିୟା:

ଏହି ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ପରୀକ୍ଷାରେ ପ୍ରାପ୍ତ ମାର୍କ ଆଧାରରେ ପ୍ରଥମ ପର୍ଯ୍ୟାୟ ଚୟନ କରାଯିବ। ଏହା ପରେ ପ୍ରାର୍ଥୀମାନଙ୍କ ଶାରୀରିକ ମାନକ ଯାଞ୍ଚ ହେବ। ଏହା ପରେ ପ୍ରାର୍ଥୀମାନଙ୍କୁ ମେଡିକାଲ ପରୀକ୍ଷା ଏବଂ ଶେଷରେ ଦ୍ୱିତୀୟ ପର୍ଯ୍ୟାୟ ଫାଇନାଲ ସ୍କ୍ରିନିଂ ପାଇଁ ହାଜର ହେବାକୁ ପଡ଼ିବ।

About the Author