CBSE change syllabus: ଘୋଷଣା କଲା ସିବିଏସ୍‌ଇ : ତୃତୀୟ ଓ ଷଷ୍ଠ ସିଲାବସ୍ ବଦଳିବ
Advertisement
Article Detail0/zeeodisha/odisha2331145

CBSE change syllabus: ଘୋଷଣା କଲା ସିବିଏସ୍‌ଇ : ତୃତୀୟ ଓ ଷଷ୍ଠ ସିଲାବସ୍ ବଦଳିବ

New curriculum, books for grades 3 and 6 from : ସିବିଏସଇର ବଡ଼ ଘୋଷଣା।ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ସିବିଏସଇ ଦ୍ବାରା ପରିଚାଳିତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲରେ କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀକୁ ବାଦ୍ ଦେଲେ ଅନ୍ୟ ଶ୍ରେଣୀର ସିଲାବସ୍ ବଦଳିବନି ।

cbse syllabus

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇର)ର ବଡ଼ ଘୋଷଣା ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ସିବିଏସଇ ଦ୍ବାରା ପରିଚାଳିତ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲରେ କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀକୁ ବାଦ୍ ଦେଲେ ଅନ୍ୟ ଶ୍ରେଣୀର ସିଲାବସ୍ ବଦଳିବନି । ଏହି ଶ୍ରେଣୀର ପିଲାମାନେ ପୂର୍ବ  ୨୦୨୩-୨୪ ଶିକ୍ଷାବର୍ଷରେ ପ୍ରଚଳିତ ପୁସ୍ତକରୁ ପାଠ ପଢିବେ।

ସେହିପରି ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ଏନସିଇଆରଟି ପକ୍ଷରୁ ନୂଆ ପୁସ୍ତକ ପ୍ରକାଶ ପାଇଛି । ଏପ୍ରିଲ ୧ରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିବା ବେଳେ ସ୍କୁଲ ଅଧ୍ଯକ୍ଷମାନେ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ନୂଆ ସିଲାବସ ଓ ବାକି ଶ୍ରେଣୀ ପାଇଁ ପୁରୁଣା ସିଲାବସରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଆଜି ସିବିଏସଇ ନିର୍ଦ୍ଦେଶ ଦେଇଛି । 

ହେଲେ ଏନସିଇଆରଟି ବହି ବିବାଦ ଓ ପୁରୁଣା ସିଲାବସ୍ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହେବାପରେ ପିଲାଙ୍କ ପାଠପଢ଼ାରେ ବିଳମ୍ବ ହୋଇଆସୁଥିଲା । ଏହା ମଧ୍ଯରେ ଚାରି ମାସ ବିତିଯାଇଥିଲେ ସୁଦ୍ଧା ପିଲାଙ୍କ ପାଠପଢାକୁ ନେଇ ଅଭିଭାବକମାନ ମାନଙ୍କ ମଧ୍ୟରେ ରେ ଦ୍ବନ୍ଦ୍ବ ଥିବାବେଳେ ଶେଷରେ ଆଜି ସିବିଏସଇ ପାଠପଢା ନେଇ ଘୋଷଣା କରିଛି । ଫଳରେ ଅଭିଭାବକ ମାନେ ଅସ୍ଵସ୍ଥ ହୋଇଛନ୍ତି।ଫଳରେ ଅଭିଭାବକମାନେ ଆଶ୍ବସୁ ହୋଇଛନ୍ତି ।