NTPC Recruitment 2023: ମାଇନିଂ ଓଭରମ୍ୟାନ୍, ମାଗାଜିନ ଓଭରମ୍ୟାନ, ମେକାନିକାଲ୍ ସୁପରଭାଇଜର ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ୍ ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ careers.ntpc.co.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
Trending Photos
NTPC Recruitment 2023: ମାଇନିଂ ଓଭରମ୍ୟାନ୍, ମାଗାଜିନ ଓଭରମ୍ୟାନ, ମେକାନିକାଲ୍ ସୁପରଭାଇଜର ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ (National Thermal Power Corporation) ପକ୍ଷରୁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ careers.ntpc.co.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆବେଦନ କରିବାର ଶେଷ ତାରିଖ ମଇ ୫ ତାରିଖ ରହିଛି।
ଏନ୍ଟିପିସି (NTPC) ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ବିବରଣୀ
ମୋଟ ପଦବୀ: ୧୫୨ଟି ପୋଷ୍ଟ
ମାଇନିଂ ଓଭରମ୍ୟାନ୍: ୮୪ ଟି ପୋଷ୍ଟ
ମ୍ୟାଗାଜିନ୍ ଓଭରମ୍ୟାନ୍: ୭ଟି ପୋଷ୍ଟ
ମେକାନିକାଲ୍ ସୁପରଭାଇଜର: ୨୨ଟି ପୋଷ୍ଟ
ଇଲେକ୍ଟ୍ରିକାଲ (Electrical) ସୁପରଭାଇଜର: ୨୦ ଟି ପୋଷ୍ଟ
ଧନ୍ଦାମୂଳକ ତାଲିମ ନିର୍ଦ୍ଦେଶକ (Vocational training instructor): ୩ଟି ପୋଷ୍ଟ
ମାଇନ୍ସ ସର୍ଭେ: ୯ ଟି ପୋଷ୍ଟ
ଖଣି ସିରଦାର (All Backlog Vacancies): ୭ଟି ପୋଷ୍ଟ
ଶିକ୍ଷାଗତ ଯୋଗ୍ୟତା (Educational Qualification)
ଇଚ୍ଛୁକ ପ୍ରାର୍ଥୀ ମାନେ କୌଣସି ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନରୁ ଦ୍ୱାଦଶ କିମ୍ବା ଡିପ୍ଲୋମା (Class 12th / Diploma) କରିଥିବା ଆବଶ୍ୟକ।
ବୟସ ସୀମା (Age limit)
ପ୍ରାର୍ଥୀଙ୍କ ବୟସ ୫ ମଇ ୨୦୨୩ ସୁଦ୍ଧା ୨୫ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା (Selection Process)
ଲିଖିତ ପରୀକ୍ଷା (Written test)
ଦକ୍ଷତା ପରୀକ୍ଷା (Skill test)
ଆବେଦନ ଶୁଳ୍କ (Application Fee)
ସାଧାରଣ / EWS ଓ OBC ବର୍ଗ: ୩୦୦ ଟଙ୍କା
SC / ST / PWD / XSM ବର୍ଗ ଓ ମହିଳା ପ୍ରାର୍ଥୀ: ନିଃଶୁଳ୍କ
ଦରମା (Pay Scale)
ଖଣି ସିରଦାର: ୪୦,୦୦୦ ଟଙ୍କା
ଅନ୍ୟ ପୋଷ୍ଟ ଗୁଡିକ ପାଇଁ: ୫୦,୦୦୦ ଟଙ୍କା
କିପରି ଆବେଦନ କରିବେ
1. Careers.ntpc.co.in ର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରନ୍ତୁ ।
2. ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ ।
3. ଏକ ବୈଧ ଇ-ମେଲ୍ ID ଓ ଯୋଗାଯୋଗ ନମ୍ବର ବ୍ୟବହାର କରି ପଞ୍ଜିକରଣ କରନ୍ତୁ ।
4. ଉପଯୁକ୍ତ ପରିଚୟ ପତ୍ର ସହିତ ଆବେଦନ ପୂରଣ କରନ୍ତୁ ।
5. ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ।
6. ସବ୍ମିଟ (submit) ଉପରେ କ୍ଲିକ୍ କରନ୍ତୁ ଓ ଭବିଷ୍ୟତ ଉଦ୍ଦେଶ୍ୟ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ ଆଉଟ ବାହାର କରନ୍ତୁ ।
7. ଅଧିକ ବିବରଣୀ ପାଇଁ, ସରକାରୀ ବିଜ୍ଞପ୍ତିକୁ ଯାଞ୍ଚ କରନ୍ତୁ ।