କେରଳ ସରକାରଙ୍କ Silver Line Rail Corridor Projectକୁ ନେଇ ଅନେକ ମାସ ହେବ ବିବାଦ ଲାଗିରହିଛି। Silver Line Projectକୁ ବିରୋଧି କଂଗ୍ରେସ ଓ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରୁଛନ୍ତି। ଏପରି କି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ ହୋଇଛି।
Trending Photos
ଥିରୁଭାନନ୍ତପୁରମ: Silver Line Project ବିବାଦ ହିଂସାତ୍ମକ ରୂପ ନେଇଛ। ସୋମବାର ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି। ପୋଲିସ ଆନ୍ଦୋଳନକାରୀଙ୍କ କପାଡା ଚିରିବା ସହ ଜୋତା ପିନ୍ଧି ଲାତ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ପୋଲିସ ଖଣ୍ଡନ କରୁଥିବା ବେଳେ କ୍ୟାମେରାରେ ସବୁ ସତ ଧରାପଡିଛି।
କେରଳ ସରକାରଙ୍କ Silver Line Rail Corridor Projectକୁ ନେଇ ଅନେକ ମାସ ହେବ ବିବାଦ ଲାଗିରହିଛି। Silver Line Projectକୁ ବିରୋଧି କଂଗ୍ରେସ ଓ ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ବିରୋଧ କରୁଛନ୍ତି। ଏପରି କି ଏହି ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ମଧ୍ୟ ହୋଇଛି। ବିଧାନସଭା ନିର୍ବାଚନ ସମୟରେ ପ୍ରକଳ୍ପ ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା। ଆଉ କିଛି ଦିନର ବିରତି ପରେ ପୁଣି ଥରେ Rail Corridor Project ବିବାହ ମୁଣ୍ଡ ଟେକିଛି।
Also Read: କାଶୀରେ ପିତାଙ୍କ ଅସ୍ଥି ବିସର୍ଜନ କଲେ ମରିସସ୍ ପ୍ରଧାନମନ୍ତ୍ରୀ ଅନିରୁଦ ଜଗନ୍ନାଥ
ସୋମବାର କେରଳ (Kerla) ର ରାଜଧାନୀ ନିକଟ କାନିୟାପୁରମ ନିକଟରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। Silver Line Projectର ସର୍ଭେ ଷ୍ଟୋନ ଲଗାଇବାକୁ ବିରୋଧ କରି ଲୋକ ଆନ୍ଦୋଳନ କରିଥିଲେ। କିଛି ସରକାରୀ ଅଧିକାରୀ ଓ କର୍ମଚାରୀ ସର୍ଭେ ଷ୍ଟୋନ ଲଗାଇବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ବିପୁଳ ପୋଲିସ ମଧ୍ୟ ମୁତୟନ ହୋଇଥିଲେ। ଆଉ ସେମାନଙ୍କୁ ଫେରିଯିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଥିଲେ।
ଏହି ସମୟରେ ବିରୋଧି କଂଗ୍ରେସର ନେତୃତ୍ୱାଧିନ ଅନ୍ୟ ଏକ ଗୋଷ୍ଠୀର ସଦସ୍ୟମାନେ ରେଳ ଅଧିକାରୀଙ୍କ ରାସ୍ତା ଅବରୋଧ କରିଥିଲେ। ଯାହାକୁ ନେଇ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ପୋଲିସ କର୍ମୀମାନେ ଲୋକଙ୍କ ସାର୍ଟ ଚିରବା ସହ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମରିଥିଲେ। ଏପରି କି ପୋଲିସ ଆନ୍ଦୋଳନକାରୀଙ୍କୁ ଜୋତା ପିନ୍ଧି ଲାତମାରିଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
Also Read: କଟକର ବିକାଶ ପାଇଁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାଷ ସିଂହ
ଅନ୍ୟପଟେ କଂଗ୍ରେସର ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି। କୌଣସି ଲୋକଙ୍କୁ ପୋଲିସ ଲାତ ମାରିନାହିଁ କେବଳ ସେମାନଙ୍କୁ ଆନ୍ଦୋଳନରୁ ହଟାଇବାକୁ ଚେଷ୍ଟା କରୁଥିଲେ। ତେବେ ପୋଲିସର ମିଛ କ୍ୟାମେରାରେ ଧରାପଡିଛି। ବିଭିନ୍ନ ଗଣମାଧ୍ୟମରେ Silver Line Project ବିରୋଧି ଆନ୍ଦୋଳନର ଏକ ଭିଡିଓ ପ୍ରସାରିତ ହେଉଛି। ଯେଉଁଠି ଆନ୍ଦୋଳନକାରୀଙ୍କୁ ଜଣେ ପୋଲିସ କର୍ମୀ ଲାତ ମାରୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, Silver Line Rail Corridor Projectରେ ଥିରୁଭାନନ୍ତପୁରମରୁ କାସାରଗୋଡ ପର୍ଯ୍ୟନ୍ତ ନୂଆ ରେଳ ଲାଇନ ବିଛାଇବା ସହ ପ୍ରସସ୍ଥିକରଣ କରାଯିବ। ୫୩୦ କିଲୋମିଟର ବ୍ୟପୀ ଉତ୍ତର ଦକ୍ଷିଣ କେରଳରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ ୬୪ ହଜାର କୋଟି ଟଙ୍କ ମଞ୍ଜୁର ହୋଇଛି। କିନ୍ତୁ ଲୋକଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ କାମ ଆଗେଇ ପାରୁନାହିଁ।