Recruitment News: ସରକାର ନିଯୁକ୍ତ କରିବେ ୧୦୦ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକ
Advertisement
Article Detail0/zeeodisha/odisha2371833

Recruitment News: ସରକାର ନିଯୁକ୍ତ କରିବେ ୧୦୦ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକ

ଭୁବନେଶ୍ୱର: ଓଡିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସଇପିଡି), ଅଲି ଜବର୍ ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂ ଡିଜାବିଲିଟିଜ୍ ସହ ଏକ ରାଜିନାମା ସ୍ୱାକ୍ଷର କରିଛି । ଏସ୍‌ଏସ୍‌ଇପିଡି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ

Recruitment News: ସରକାର ନିଯୁକ୍ତ କରିବେ ୧୦୦ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକ

Recruitment News: ଭୁବନେଶ୍ୱର: ଓଡିଶାରେ ସାଙ୍କେତିକ ଭାଷାର ପ୍ରସାରକୁ ଗୁରୁତ୍ୱ ଦେବା ପାଇଁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ(ଏସଏସଇପିଡି), ଅଲି ଜବର୍ ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ ହିୟରିଂ ଡିଜାବିଲିଟିଜ୍ ସହ ଏକ ରାଜିନାମା ସ୍ୱାକ୍ଷର କରିଛି । ଏସ୍‌ଏସ୍‌ଇପିଡି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତରେ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି । ଏହି ରାଜିନାମା ଅନୁସାରେ ପ୍ରାୟ ୧୦୦ ଜଣ ଦକ୍ଷ ସାଙ୍କେତିକ ଭାଷା ଅନୁବାଦକଙ୍କୁ ନେଇ ଏକ କ୍ୟାଡର୍ ସୃଷ୍ଟି କରାଯିବା ସହ ରାଜ୍ୟର ୫୫ ଟି ଶ୍ରବଣବାଧିତ ସ୍ୱତନ୍ତ୍ର ବିଦ୍ୟାଳୟରେ ୪୦୦୦ ଛାତ୍ରଛାତ୍ରୀ, ୮୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯିବ । ଏ ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି ରାଜ୍ୟରେ ସାଙ୍କେତିକ ଭାଷା ଅନୁବାଦକଙ୍କ ଆବଶ୍ୟକତା ରହିଛି । ଏହା ଦ୍ୱାରା ଶ୍ରବଣବାଧିତ ଛାତ୍ରଛାତ୍ରୀମାନେ ଅତ୍ୟାବଶ୍ୟକ ସେବା, ଶିକ୍ଷାଗତ ସୁବିଧା ପାଇପାରୁ ନାହାଁନ୍ତି । ଏହି ବ୍ୟବଧାନକୁ ଦୂର କରିବା ପାଇଁ ଏହି ରାଜିନାମା ସ୍ୱାକ୍ଷର କରାଯାଇଛି। ଏହା ଦ୍ୱାରା ସମାଜରେ ସେମାନଙ୍କ ଅଂଶୀଦାରୀ ବଢ଼ିବା ସହ ସାମଗ୍ରିକ ବିକାଶରେ ସହାୟତା ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।