OPSC recruitment 2022: ଓଡି଼ଶା ଜନସେବା ଆୟୋଗ (ଓପିଏସସି) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡି଼ଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ କ୍ୟାଡରର ଗ୍ରୁପ୍-ଏ (ଜୁନିୟର ଶାଖା) ରେ ମେଡିକାଲ୍ ଅଫିସର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଅଫିସିଆଲ ୱେବସାଇଟ www.opsc.gov.in.ରେ ଯାଇ ଆଶାୟୀ ମାନେ ଆବେଦନ କରିପାରିବେ।
Trending Photos
OPSC recruitment 2022: ଯଦି ଆପଣ ଚାକିରି ଆଶାୟୀ ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ।
ଓଡି଼ଶା ଜନସେବା ଆୟୋଗ (ଓପିଏସସି) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ଓଡି଼ଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ୍ କ୍ୟାଡରର ଗ୍ରୁପ୍-ଏ (ଜୁନିୟର ଶାଖା) ରେ ମେଡିକାଲ୍ ଅଫିସର ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହାର ଲିଙ୍କ ଅଫିସିଆଲ ୱେବସାଇଟରେ ଉପଲବ୍ଧ । ୱେବସାଇଟ ଟି ହେଉଛି www.opsc.gov.in । ରେଜିଷ୍ଟ୍ରେସନ ତାରିଖ ଡିସେମ୍ବର ୨୭ ମସିହା ୨୦୨୨ ରୁ ଆରମ୍ଭ ହେଉଥିବା ବେଳେ ଶେଷ ତାରିଖ ହେଉଛି ବର୍ଷ ୨୦୨୩ ଜାନୁଆରୀ ୨୭।
ଭ୍ୟାକାନ୍ସି ପୋଜିସନ
Vacancy Position
ଏଡୁକେସନାଲ କ୍ୱାଲିଫିକେସନ
ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ମେଡିକାଲ କଲେଜ କିମ୍ବା ମେଡିକାଲ ଇନଷ୍ଟିଚ୍ୟୁଟରୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ସ୍ୱୀକୃତିପ୍ରାପ୍ତ MBBS କିମ୍ବା ସମାନ ଡିଗ୍ରୀ ଥିବା ଆବଶ୍ୟକ ।
ବୟସ
ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ୨୧ ବର୍ଷ ବୟସରେ ହୋଇଥିବେ। ଜାନୁଆରୀ ୨୦୨୨ ର ପ୍ରଥମ ଦିନ ଭଳି ୩୮ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ, ସେ ନିଶ୍ଚିତ ଭାବରେ ୨ ଜାନୁ୍ଆରୀ ୧୯୮୪ ଠାରୁ ନୁହେଁ ଏବଂ ପରେ ପ୍ରଥମ ଜାନୁଆରୀ ୨୦୦୧ ରେ ଜନ୍ମ ହୋଇଥିବେ ।
ସାଲାରୀ
Level -12 ୫୬ ହଜାର ୧୦୦ ଟଙ୍କା । Dearness ଓ ଅନ୍ୟାନ୍ୟ ଭତ୍ତା ସହିତ ORSP ନିୟମ, ତା ସହ ୨୦୧୭ ଅନୁଯାୟୀ ପେ ମ୍ୟାଟ୍ରିକ୍ସର ସେଲ୍- 1 । ସେହିପରି ସମସ୍ତ ବର୍ଗର ଆଶାୟୀଙ୍କ ପାଇଁ ପରୀକ୍ଷା ଶୁଳ୍କ ଛାଡ କରାଯାଇଛି। ଅନ୍ୟପଟେ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ୨୦୦ ମାର୍କ ବିଶିଷ୍ଟ ଗୋଟିଏ ଲିଖିତ ପରୀକ୍ଷା ଆଧାରରେ କରାଯିବ।
କେମିତି କରିବେ ଆପ୍ଲାଏ
OPSC ର ଅଫିସିଆଲ ୱେବସାଇଟ www.opsc.gov.in.ରେ ଯାଇ ଆଶାୟୀ ମାନେ ଆବେଦନ କରିପାରିବେ।
Also Read: Pakistani Candy: ଦେଶରେ ବିକ୍ରି ହେଉଛି ପାକିସ୍ତାନ ନିର୍ମିତ ଟଫି, ଯାଞ୍ଚ ପରେ ହଙ୍ଗାମା
Also Read: Fixed Deposit: ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା