Odisha High Court Vacancy:ହାଇକୋର୍ଟରେ ବାହାରିଲା ଗ୍ରୁଫ ସି ଷ୍ଟେନୋଗ୍ରାଫରର ନିଯୁକ୍ତି, ଏତିକି ରହିଛି ଦରମା
Advertisement

Odisha High Court Vacancy:ହାଇକୋର୍ଟରେ ବାହାରିଲା ଗ୍ରୁଫ ସି ଷ୍ଟେନୋଗ୍ରାଫରର ନିଯୁକ୍ତି, ଏତିକି ରହିଛି ଦରମା

Odisha High Court Vacancy: ଓଡ଼ିଶା ହାଇକୋର୍ଟ ଗ୍ରୁଫ ସି- କ୍ୟାଟେୀଗୋରୀରେ ଜୁନିୟର ଷ୍ଟେନୋଗ୍ରାଫରର ୩୫ଟି ପଦବୀ ପାଇଁ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ ୧, ୨୦୨୩ ସରକାରୀ ୱେବସାଇଡ଼ https://orissahighcourt.nic.in./ ରେ ଏହାର ଆବେଦନ ପ୍ରକିୟା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୨୦ ଆବେଦନର ଶେଷ ତାରିଖ ରହିଛି ।

ସୌ(ସୋସିଆଲ ମିଡିଆ)

ଖାଲି ଥିବା ପଦବୀ

ୟୁଆର- ୧୦ଟି ପଦବୀ

ଏସଇବିସି- ୫ଟି ପଦବୀ

ସିଟି-୧୨ଟି ପଦବୀ

ଏସସି-୮ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ମାନେ ସ୍ନାତକ ହାସଲ କରିଥିବା ଆବଶ୍ୟକ । କମ୍ପ୍ୟୁଟର ଆପ୍ଲିକେସନରେ ପର୍ଯ୍ୟାପ୍ତ ଜ୍ଞାନ ସହିତ ସର୍ଟ ହ୍ୟାଣ୍ତରେ ପ୍ରତି ମିନିଟରେ ୮୦ଟି ଶଦ୍ଦ ଓ ଟାଇପ ରାଇଟିଂରେ ପ୍ରତି ମିନିଟରେ ୪୦ ଶଦ୍ଦ ଟାଇପ କରିପାରୁଥି୍ବା ଆବଶ୍ୟକ ।

ବୟସ

ଏଥିରେ ଆବେଦନ ଲାଗି ବୟସ ସୀମା ୨୧ ବର୍ଷରୁ ୩୨ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଇଚ୍ଛୁକ ପ୍ରାର୍ଥୀଙ୍କ ଜନ୍ମ ୨୦୦୨ ଅଗଷ୍ଟ ୧ ତାରିଖ ପୂର୍ବରୁ ଓ ୧୯୯୧ ଅଗଷ୍ଟ ୨ ତାରିଖ ପରେ ହେବା ଆବଶ୍ୟକ ।

ତେବେ ଆବେଦନ ଲାଗି ଡ଼େବିଟ୍ କାର୍ଡ଼, କ୍ରେଡ଼ିଟ କାର୍ଡ଼ ବା ନୋଟ ବ୍ୟବହାର କରି ୫୦୦ଟଙ୍କା ନନ୍- ରିଫଣ୍ତେବଲ୍ ଓ ନନ ଏଡ଼ଜଷ୍ଟେବଲ ଫି ଦେବାକୁ ପଡ଼ିବ । ତେବେ ଅନୁସୂଚିତ ଜାତି ଓ ଜନଜାତି ଓ ଭିନ୍ନକ୍ଷମ ପ୍ରାର୍ଥୀମାନେ ପରୀକ୍ଷା ଫି' ଦେବାରୁ ବାଦ୍ ଦିଆଯାଇଛି ।

ଦରମା

୨୫,୫୦୦ ଟଙ୍କା – ୮୧,୧୦୦/ ଦରମା ମାଟ୍ରିକ୍ସର ଲେଭଲ ୭ରେ ସାଧାରଣ ମହଙ୍ଗା ଓ ଅନ୍ୟାନ୍ୟ ଭତ୍ତା ସହିତ ଓଡି଼ଶା ସରକାର ଦ୍ୱାରା ସମୟ ସମୟରେ ମଞ୍ଜୁର କରାଯାଇପାରେ।